ଗୋଟିଏ ରାତିରେ ଛ’ଥର ଭୂକମ୍ପ ଝଟ୍‌କା

April 29, 2021, ଦେଶ, , Anupambharat News Bureau


ଗୋଟିଏ ରାତିରେ ଛ’ଥର ଭୂକମ୍ପ ଝଟ୍‌କା
Anupambharat News Bureau
April 29, 2021


ଗୌହାଟି: ପୁଣି ଭୁକମ୍ପରେ ଥରିଲା ଆସାମ । ୨ ଦିନ ମଧ୍ୟରେ ୬ରୁ ଅଧିକ ଥରର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଗୁରୁବାର ବିଳମ୍ବିତ ରାତିରେ ୬ ଥରେ ଭୂକମ୍ପ ଝଟPା ଅନୁଭୂତ ହୋଇଛି । ଭୂକମ୍ପର ପ୍ରଥମ ଝଟPା ରାତି ୧୨.୨୪ ମିନିଟ ହୋଇଥିବା ବେଳେ ଶେଷ ୨.୩୮ମିନିଟରେ ହୋଇଛି । ସେହିପରି ରାତି ୧.୨୦ ମିନିଟରେ ଆସିଥିବା ଭୁକମ୍ପ ତିବ୍ରତା ସବୁଠାରୁ ଅଧିକ ବୋଲି ରେକର୍ଡ କରାଯାଇଛି । ରିକଫର ସ୍କେଲରେ ଭୂକମ୍ପର ତିବ୍ରତା ୪.୬ଥିବା ରେକର୍ଡ ହୋଇଛି । ସେହିପରି ରାତି ୧୨ଟା ପରେ ଗୋଟିଏ ପରେ ଗୋଟିଏ ଭୂକମ୍ପ ଝଟPା ଅନୁଭୂତ ହୋଇଥିଲା । ପ୍ରଥମ ୧୨.୨୪ମିନିଟ୍‌, ୧.୧୦ ମିନିଟ, ୧.୨୦ ମିନିଟ୍‌, ୧.୪୧ ମିନିଟ୍‌, ୧.୫୨ ମିନିଟ୍‌ ଏବଂ ୨.୩୮ ମିନିଟରେ ଝଟPା ଆସିଥିଲା । ସମସ୍ତ ଭୂକମ୍ପର ତିବ୍ରତା ୪.୬, ୨.୭ , ୨.୩ ଏବଂ ୨.୭ ମଧ୍ୟରେ ରହିଥିଲା । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଏହାପୂର୍ବରୁ ବୁଧବାର ଦିନ ଅନେକ ଥରର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ବୁଧବାର ସକାଳ ୭.୫୧ ମିନିଟରେ ଆସାମରେ ୬.୪ ତୀବ୍ରତାର ଭୂକମ୍ପ ଝଟ୍‌କା ହୋଇଥିଲା । ତେଜପୁର ଭୂକମ୍ପର କେନ୍ଦ୍ର ଥିଲା ବୋଲି କୁହାଯାଉଛି । ଭୂକମ୍ପ ଝଟକା ଏତେ ତୀବ୍ର ଥିଲା ଯେ ବିହାର ଓ ଉତ୍ତର ବଙ୍ଗଳାରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପ ଝଟକାରେ କେଉଁଠି ରାସ୍ତାରେ ଫାଟ ସୃଷ୍ଟି ହୋଇଛି ତ କେଉଁଠି ବଡ ବଡ କୋଠା ବଙ୍କା ହୋଇଯାଇଛି । ଆସାମରେ ହୋଇଥିବା ୬.୪ ତୀବ୍ରତାର ଭୂକମ୍ପରେ କେବଳ ରାସ୍ତାଘାଟ, କୋଠା, ଘର ହିଁ ଭାଙ୍ଗିନି ବରଂ ରାଜ୍ୟର ଉଦଲଗୁରୀ ପାହାଡ ମଧ୍ୟ ଭାଙ୍ଗି ଯାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର (ଆରଏମସି) ଜଣେ ଅଧିକାରୀଙ୍କ ମୁତାବିକ, ଏହାପରେ ସକାଳ ୮.୩ ମିନିଟ, ୮.୧୩ମିନିଟ, ୮.୨୫ ମିନିଟ୍‌, ୮.୪୪ ମିନିଟ୍‌ରେ ୪.୭, ୪ ଓ ୨ ଥର ୩.୬ ତିବ୍ରତାର ଭୂକମ୍ପ ହୋଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶେଷ ହେଲା ପଶ୍ଚିମବଙ୍ଗ ନିର୍ବାଚନ

ଶେଷ ହେଲା ପଶ୍ଚିମବଙ୍ଗ ନିର୍ବାଚନ

Read More...

ପେନସନ୍‌ ଅଦାଲତ ଦରଖାସ୍ତ ଅବଧି ବଢିଲା

ପେନସନ୍‌ ଅଦାଲତ ଦରଖାସ୍ତ ଅବଧି ବଢିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page