ପେନସନ୍‌ ଅଦାଲତ ଦରଖାସ୍ତ ଅବଧି ବଢିଲା

April 28, 2021, ଓଡ଼ିଶା, , Anupambharat News Bureau


ପେନସନ୍‌ ଅଦାଲତ ଦରଖାସ୍ତ ଅବଧି ବଢିଲା
Anupambharat News Bureau
April 28, 2021


ଭୁବନେଶ୍ୱର, ୨୮ା୪(ଅନୁପମ ମିଡ଼ିଆ): ଅବସର ପ୍ରାପ୍ତ କର୍ମଚାରୀମାନଙ୍କ ପେନସନ୍‌ ସମ୍ବନ୍ଧିତ ଅଭିଯୋଗର ତୁରନ୍ତ ସମାଧାନ ନିମନ୍ତେ କରାଯାଇଥିବା ସ୍ୱତନ୍ତ୍ର ଅଦାଲତ ପାଇଁ ଅଭିଯୋଗ ଗ୍ରହଣ ଅବଧି ବୃଦ୍ଧି କରାଯାଇଛି । ଅନଲାଇନ୍‌ରେ ଦରଖାସ୍ତ ଗ୍ରହଣର ଶେଷ ତାରିଖ ଏପ୍ରିଲ୍‌ ୩୦ ତାରିଖ ଧାର୍ଯ୍ୟ କରାଯାଇଥିଲା । ବର୍ତମାନ ଏହାକୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା ଏହି ସୂଚନା ଦେଇଛନ୍ତି । ଚୋପ୍ରା ସ୍ୱଷ୍ଟ କରିଛନ୍ତି ଯେ ଯେଉଁ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ବିରୁଦ୍ଧରେ ଫୌଜଦାରୀ, ଭିଜିଲାନ୍ସ୍‌ ବା ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଓ ବିଭାଗୀୟ ପ୍ରୋସିଡ଼ିଂ ଆଦି ନାହିଁ ସେମାନେ ଏହି ପେନସନ୍‌ ଅଦାଲତରେ ସୁଯୋଗ ନେଇପାରିବେ । ଯେଉଁ ଦରଖାସ୍ତ ଗୁଡ଼ିକର ସମାଧାନ ପେନସନ୍‌ ମଞ୍ଜୁର କର୍ତୁପକ୍ଷଙ୍କ ସ୍ତରରେ ହୋଇନପାରିବ ସେ ସେଗୁଡ଼ିକୁ ସଂପୃକ୍ତ ବିଭାଗଙ୍କୁ ପଠାଇଦେବେ । ପରବର୍ତ୍ତୀ ସମୟରେ ଏହି ଅସମାଧିତ ଦରଖାସ୍ତ ଗୁଡ଼ିକର ବିଚାରପାଇଁ ମୁଖ୍ୟ ଶାସନ ସଚିବ ଏବଂ ଅତିରିକ୍ତ ଶାସନ ସଚିବଙ୍କ ସ୍ତରରେ ସ୍ୱତନ୍ତ୍ର ଅଦାଲତ ଅନୁଷ୍ଠିତ ହେବ । ଏହି ଅଦାଲତରେ ଶୁଣାଣି ତାରିଖ ଓ ନୋଟିସ୍‌ ଆଦି ମଧ୍ୟ ସମ୍ପୃକ୍ତ କର୍ମଚାରୀଙ୍କୁ ଇମେଲ୍‌ ବା ଏସ୍‌ଏସ୍‌ଏସ୍‌ ମାଧ୍ୟମରେ ଜଣାଇ ଦିଆଯିବ । ଅନଲାଇନରେ ଦରଖାସ୍ତ ପଞ୍ଜୀକରଣ କରିବାରେ ଅସୁବିଧାର ସମ୍ମୁଖୀନ ହେଲେ ସିଏମ୍‌ଜିଆଇ ହେଲପ୍‌ ଲାଇନ୍‌ ନମ୍ବର (୦୬୭୪)୨୫୭୦୧୫୦ ଏବଂ ୨୫୭୨୪୧୦ ମାଧ୍ୟମରେ ସହାୟତା ନେବାପାଇଁ ଅତିରିକ୍ତ ଶାସନ ସଚିବ ଅବନୀକାନ୍ତ ପଟ୍ଟନାୟକ ଜଣାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗୋଟିଏ ରାତିରେ ଛ’ଥର ଭୂକମ୍ପ ଝଟ୍‌କା

ଗୋଟିଏ ରାତିରେ ଛ’ଥର ଭୂକମ୍ପ ଝଟ୍‌କା

Read More...

ପାଞ୍ଚ ଦିନ କାଳବୈଶାଖୀ  ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ପାଞ୍ଚ ଦିନ କାଳବୈଶାଖୀ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page