ପାଞ୍ଚ ଦିନ କାଳବୈଶାଖୀ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

April 28, 2021, ଓଡ଼ିଶା, , Anupambharat News Bureau


ପାଞ୍ଚ ଦିନ କାଳବୈଶାଖୀ  ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
Anupambharat News Bureau
April 28, 2021


ଭୁବନେଶ୍ୱର, ୨୮ା୪(ଅନୁପମ ମିଡ଼ିଆ): ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବାର ପୂର୍ବାନୁମାନ କରିଛି ପାଣିପାଗବିଭାଗ ।
ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନାଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କୋରାପୁଟ, ନବରଙ୍ଗପୁର, ଗଜପତି, କନ୍ଧମାଳ ଓ ରାୟଗଡ଼ା ଆଦି ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ ହୋଇପାରେ । ଏହି ସମୟରେ ୩୦ରୁ ୪୦କିମି ବେଗରେ ପବନ ବହିବାର ବି ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୯ରୁ ୩୦ ତାରିଖ ମଧ୍ୟରେ କେନ୍ଦୁଝର, ମୟୁରଭଞ୍ଜ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ କନ୍ଧମାଳର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସହିତ ବିଜୁଳି ଓ ଘଡ଼ଘଡ଼ି ମାରିବାର ସମ୍ଭାବନା ରହିଛି । ୩୦ରୁ ମଇ ୧ ତାରିଖ ମଧ୍ୟରେ ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଗଜପତି, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାରେ , ମଇ ୧ରୁ ୨ ତାରିଖ ମଧ୍ୟରେ ରାୟଗଡା , କୋରାପୁଟ , ଗଜପତି , କନ୍ଧମାଳ , ବୌଦ୍ଧ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଏବଂ ୨ ରୁ ୩ ତାରିଖ ମଧ୍ୟରେ ମାଲକାନଗିରି , କୋରାପୁଟ , ନବରଙ୍ଗପୁର, ଗଜପତି , ଗଞ୍ଜାମ , କନ୍ଧମାଳ , କଳାହାଣ୍ଡି , କେନ୍ଦୁଝର , ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବଜ୍ରପାତ ସହ କାଳବୈଶାଖୀ ସମ୍ଭାବନା ରହିଛି । ଏହାସହ ୩୦ରୁ ୪୦କିମି ବେଗରେ ପବନ ବହିପାରେ । ଏହି ସବୁ ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପେନସନ୍‌ ଅଦାଲତ ଦରଖାସ୍ତ ଅବଧି ବଢିଲା

ପେନସନ୍‌ ଅଦାଲତ ଦରଖାସ୍ତ ଅବଧି ବଢିଲା

Read More...

ଚିନ୍ତା ବଢ଼ାଇଲା ରାଜଧାନୀ ୨୪ ଘଣ୍ଟାରେ ଆଉ ୧୦୪୪ ଆକ୍ରାନ୍ତ

ଚିନ୍ତା ବଢ଼ାଇଲା ରାଜଧାନୀ ୨୪ ଘଣ୍ଟାରେ ଆଉ ୧୦୪୪ ଆକ୍ରାନ୍ତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page