ଚିନ୍ତା ବଢ଼ାଇଲା ରାଜଧାନୀ ୨୪ ଘଣ୍ଟାରେ ଆଉ ୧୦୪୪ ଆକ୍ରାନ୍ତ

April 28, 2021, ଓଡ଼ିଶା, , Anupambharat News Bureau


ଚିନ୍ତା ବଢ଼ାଇଲା ରାଜଧାନୀ ୨୪ ଘଣ୍ଟାରେ ଆଉ ୧୦୪୪ ଆକ୍ରାନ୍ତ
Anupambharat News Bureau
April 28, 2021


ଭୁବନେଶ୍ୱର,୨୮ା୪(ଅନୁପମ ମିଡ଼ିଆ):­ ରାଜଧାନୀ ଭୁବନେଶ୍ୱରରେ ଦୈନିକ କରୋନା ସଂକ୍ରମଣ ହଜାରେ ଟପିଛି । ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୧୦୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଟିଆ , ନୟାପଲ୍ଲୀ , ଖଣ୍ଡଗିରି , ଚନ୍ଦ୍ରଶେଖରପୁର , ପୁରୁଣା ଭୁବନେଶ୍ୱର ସମେତ ଅଧିକାଂଶ ଅଞ୍ଚଳର ସ୍ଥିତି ଚିନ୍ତାଜନକ ରହିଛି । ଏହିସବୁ ଅଞ୍ଚଳରୁ ଗତ କିଛି ଦିନ ଧରି ବହୁ ସଂଖ୍ୟାରେ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି । ଆଜି ଚିହ୍ନଟ ୧୦୪୪ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୨୧୯ ଓ ସ୍ଥାନୀୟ ଅଞ୍ଚଳରୁ ୮୨୫ ସଂକ୍ରମିତ ଅଛନ୍ତି । ୨୪ ଘଣ୍ଟାରେ ୪୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏହି ସୂଚନା ଦିଆଯାଇଛି । ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨୪୪୫ କୁ ବୃଦ୍ଧି ପାଇଛି । ଲୋକାଲ କେସ୍‌ ମଧ୍ୟରୁ ପଟିଆରୁ ସର୍ବାଧିକ ୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହପରି ନୟାପଲ୍ଲୀରୁ ୪୯, ଖଣ୍ଡଗିରିରୁ ୪୭ , ଚନ୍ଦ୍ରଶେଖରପୁର ୪୨ ,ଓଲï ଟାଉନ୍‌ ରୁ ୩୯, ଶୈଳଶ୍ରୀବିହାରରୁ ୨୭ , ସୁନ୍ଦରପଦାରୁ ୨୫ , ରସୁଲଗଡରୁ ୨୪ , ବରମୁଣ୍ଡାରୁ ୨୪ ,ମଞ୍ଚେଶ୍ୱରରୁ ୨୪ , ଟଙ୍କପାଣିରୋଡ୍‌ରୁ ୨୩ , ଲକ୍ଷ୍ମୀସାଗରରୁ ୧୮ ,ବିଜେବି ନଗରରୁ ୧୭, ଡୁମଡୁମାରୁ ୧୬ , ବଡଗଡ , ଜାଗମରା, ସହୀଦନଗର , ୟୁନିଟ୍‌ ୬, ପୋଖରିପୁଟରୁ ୧୫ ଜଣ ଲେଖାଏଁ, ୟୁନିଟ ୮ରୁ ୧୪ , ପାତ୍ରପଡା , ନିଳାଦ୍ରୀବିହାର ଓ ଝାରପଡାରୁ ୧୩ ଜଣ ଲେଖାଏଁ , ଜୟଦେବ ବିହାରରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କ ୍ୱାରେଣ୍ଟାଇନ୍‌ ମାମଲା ମଧ୍ୟରୁ ଚନ୍ଦ୍ରଶେଖରପୁରରୁ ୧୪ , ପଟିଆରୁ ୧୨, ଲକ୍ଷ୍ମୀସାଗରରୁ ୧୨, ନୟାପଲ୍ଲୀରୁ ୧୦, ଜାଗମରାରୁ ନ’ଜଣ ରହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାଞ୍ଚ ଦିନ କାଳବୈଶାଖୀ  ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ପାଞ୍ଚ ଦିନ କାଳବୈଶାଖୀ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Read More...

 ୧୫୦ ଜିଲ୍ଲାରେ ଲକ୍‌ଡାଉନ ସମ୍ଭାବନା

୧୫୦ ଜିଲ୍ଲାରେ ଲକ୍‌ଡାଉନ ସମ୍ଭାବନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page