୧୫୦ ଜିଲ୍ଲାରେ ଲକ୍‌ଡାଉନ ସମ୍ଭାବନା

April 28, 2021, ଓଡ଼ିଶା, , Anupambharat News Bureau


 ୧୫୦ ଜିଲ୍ଲାରେ ଲକ୍‌ଡାଉନ ସମ୍ଭାବନା
Anupambharat News Bureau
April 28, 2021


ନୂଆଦିଲ୍ଲୀ,୨୮ା୪: ଦେଶରେ ଗତ ଏକ ସପ୍ତାହ ହେଲା କ୍ରମାଗତ ଭାବେ ଦୈନିକ କରୋନା ସଂକ୍ରମିତ ତିନି ଲକ୍ଷରୁ ଅଧିକ ଚିହ୍ନଟ ହେଉଛନ୍ତି । ଦୀର୍ଘ ମାସ ପରେ ଗତ ଗୁରୁବାର ପ୍ରଥମ ଥର ପାଇଁ ଦିନକରେ ସମଗ୍ର ଦେଶରୁ ୩ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢି ବୁଧବାର ସର୍ବାଧିକ ୩ଲକ୍ଷ ୬୦ ହଜାର ୯୬୦ରେ ପହଁଚିଛି । ମହାରାଷ୍ଟ୍ରରୁ ସର୍ବାଧିକ ୬୬ ହଜାର ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଉତ୍ତରପ୍ରଦେଶରୁ ପ୍ରାୟ ୩୩ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି କେରଳରେ ମଧ୍ୟ ଆକ୍ରାନ୍ତଙ୍କ ସହଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ।
ସୂଚନା ଅନୁଯାୟୀ ଦେଶରେ ଗତ ୨୪ଘଣ୍ଟା ମଧ୍ୟରେ କୋଭିଡ ପାଇଁ ୧୭,୨୩,୯୧୨ ନମୁନାର ପରୀକ୍ଷଣ କରାଯାଇଛି । ଏହା ସହିତ ଦେଶରେ ବର୍ତ୍ତମାନ ସୁଦ୍ଧା ୨୮,୨୭,୦୨,୭୮୯ ନମୁନାର ପରୀକ୍ଷଣ କରା ଯାଇଥିବା ଆଇସିଏମଆର ପକ୍ଷରୁ ସୂଚନା ଦିଆଯାଇଛି । ସେହିଭଳି ଗତ ୨୪ଘଣ୍ଟା ମଧ୍ୟରେ ୩,୬୦,୯୬୦ ନୂଆ କରୋନା ସଂକ୍ରମଣ ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୩୨୯୩ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୭୯,୯୭,୨୬୭ ପହଞ୍ଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୯,୭୮,୭୦୯ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨,୦୧,୧୮୭ ଜଣ ମୃତୁ୍ୟ ବରଣ କରିଛନ୍ତି । ତେବେ ରିପୋର୍ଟ ପ୍ରକାରେ ଦେଶରେ ସମସ୍ତ ଜିଲ୍ଲାମାନଙ୍କ ମଧ୍ୟରେ ଫୋକସରେ ରହିଛି ୧୫୦ଟି ଜିଲ୍ଲା । ଏହି ଜିଲ୍ଲାରେ କରୋନା ପଜିଟିିଭିଟି ରେଟ୍‌ ୧୫ ପ୍ରତିଶତ ଉପରେ ରହିଛି । ସଂକ୍ରମଣ ହାର ଅଧିକ ରହୁଥିବାରୁ ଏଠାରେ ସ୍ୱାସ୍ଥ୍ୟାବସ୍ଥା ଉଦ୍‌ବେଗ ପରିସ୍ଥିିିିତି ରହିଥିବାରୁ ଏହି ସସସ୍ତ ଜିଲ୍ଲାରେ ଲକଡାଉନ ଲଗାଇବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ପ୍ରକାଶଥାଉକି ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି ୧୫୦ ଜିଲ୍ଲାରେ କେତେକ ଜରୁରୀ ସେବାକୁ ଛାଡି ଅନ୍ୟ ସମସସ୍ତ ସେବା ବାତିଲ କରିବାକୁ ପ୍ରସ୍ତାବ ଦିଆଯାଇଛି । ତେବେ ଲକଡାଉନ ଲଗାଇବା ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ ବୋଲି କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚିନ୍ତା ବଢ଼ାଇଲା ରାଜଧାନୀ ୨୪ ଘଣ୍ଟାରେ ଆଉ ୧୦୪୪ ଆକ୍ରାନ୍ତ

ଚିନ୍ତା ବଢ଼ାଇଲା ରାଜଧାନୀ ୨୪ ଘଣ୍ଟାରେ ଆଉ ୧୦୪୪ ଆକ୍ରାନ୍ତ

Read More...

କୋଭିସିଲï  ଟିକା ଦାମ କମିଲା

କୋଭିସିଲï ଟିକା ଦାମ କମିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page