ଋଷର ବିମାନ ଆକ୍ରମଣରେ ୨୦୦ ସିରିୟା ବିଦ୍ରୋହୀ ନିହତ

April 20, 2021, ବିଦେଶ, , Anupambharat News Bureau


ଋଷର ବିମାନ ଆକ୍ରମଣରେ ୨୦୦ ସିରିୟା ବିଦ୍ରୋହୀ ନିହତ
Anupambharat News Bureau
April 20, 2021


ସିରିୟା, ଋଷରଏୟାରଷ୍ଟ୍ରାଇକ୍‌ । ସିରିୟା ଉପରେ କରାଯାଇଥିବା ଏୟାରଷ୍ଟ୍ରାଇକ ବା ବିମାନ ଆକ୍ରମଣରେ ୨୦୦ ବିଦ୍ରୋହୀ ଓ ଆଇଏସ ଆତଙ୍କବାଦୀ ପ୍ରାଣ ହରାଇଥିବା ଦାବି କରାଯାଉଛି । ସୋମବାର ଏନେଇ ଋଷ୍‌ ସେନା ପକ୍ଷରୁ କୁହାଯାଇଛି । ସେନାଧିକାରୀ ଆଲେକଜାଣ୍ଡର୍‌ କାରପୋଭ୍‌ କହିଛନ୍ତି ଯେ, ସିରିୟାର ପାଲମିରା ଅଞ୍ଚଳରେ ସେନା ପକ୍ଷରୁ ଏୟାର ଷ୍ଟ୍ରାଇକ୍‌ କରାଯାଇଛି । ଏଠାରେ ଥିବା ବିଦ୍ରୋହୀଙ୍କ ଦୁଇଟି କ୍ୟାମ୍ପ୍‌ ଉପରେ ଆକ୍ରମଣ କରାଯାଇଥିଲା । ଏହାଦ୍ୱାରା ୨୦୦ ଜଣ ପ୍ରାଣ ହରାଇଥିବା ବେଳେ ୨୪ଟି ଗାଡି ଧ୍ୱଂସ ହୋଇଯାଇଛି । ସେହିପରି ୫୦୦ କେଜିର ବିସ୍ପୋରକକୁ ନଷ୍ଟ କରାଯାଇଛି । ଏହି କ୍ୟାମ୍ପରେ ସିରିୟାରେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଉଥିଲା । ଋଷ୍‌ ୨୦୧୫ରୁ ସିରିୟାରେ ନିଜର ସୈନ୍ୟ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି । ଋଷ ସରକାର ସିରିୟା ରାଷ୍ଟ୍ରପତି ବାସର ଆସାଦଙ୍କ ସରକାରକୁ ସମର୍ଥନ କରନ୍ତି । ସିରିୟାନ୍‌ ଅବଜରଭେଟାରୀ ଫର୍‌ ହ୍ୟୁମାନ ରାଇଟସ୍‌ ଏହି ଏୟାର ଷ୍ଟ୍ରାଇକକୁ ଗୁରୁତର ସହ ନେଇଛି । ଆଇଏସଆଇଏସ ଆତଙ୍କବାଦୀଙ୍କ ଉପରେ ହୋଇଥିବା ଏହି ଷ୍ଟ୍ରାଇକରେ ୨୬ ଆଇଏସ ଆତଙ୍କୀ ପ୍ରାଣ ହରାଇଥିବା ଅନୁଷ୍ଠାନ ପକ୍ଷରୁ ଦାବି କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପରଲୋକରେ ବଲିଉଡର ଅଭିନେତା କିଶୋର

ପରଲୋକରେ ବଲିଉଡର ଅଭିନେତା କିଶୋର

Read More...

ବିନା ଭକ୍ତରେ ରୁକୁଣା ରଥଯାତ୍ରା

ବିନା ଭକ୍ତରେ ରୁକୁଣା ରଥଯାତ୍ରା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page