ପରଲୋକରେ ବଲିଉଡର ଅଭିନେତା କିଶୋର

April 20, 2021, ଦେଶ, , Anupambharat News Bureau


ପରଲୋକରେ ବଲିଉଡର ଅଭିନେତା କିଶୋର
Anupambharat News Bureau
April 20, 2021


ମୁମ୍ବାଇ: ବଲିଉଡର ଭେଟେରାନ୍‌ ଅଭିନେତା କିଶୋର ନନ୍ଦଲାସ୍କରଙ୍କର ୮୧ ବର୍ଷ ବୟସରେ ପରଲୋକ ହୋଇଯାଇଛି । କରୋନାରେ ଆକ୍ରାନ୍ତ ହୋଇଥିବା କିଶୋରଙ୍କର ମଙ୍ଗଳବାର ୧୨.୩୦ ମିନିଟରେ ଦେହାନ୍ତ ହୋଇଛି । କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କୁ ଥାନେସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ଦେହାନ୍ତ ନେଇ ନାତି ଅନିଶ ଘୋଷଣା କରିଛନ୍ତି । ଅନିଶ କହିଛନ୍ତି, ’ଏପ୍ରିଲ୍‌ ୧୪ ତାରିଖରେ କରୋନାରେ ଆକ୍ରାନ୍ତ ହେବା ପରେ ମୋ ଜେଜେ ଥାନେସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହେଉଥିଲା । ଏହାଛଡ଼ା ତାଙ୍କର ଅକ୍ସିଜେନ୍‌ ସ୍ତର ମଧ୍ୟ ଧିରେ ଧିରେ କମିବାରେ ଲାଗିଥିଲା । ଯେଉଁକାରଣରୁ ଡାକ୍ତର ତାଙ୍କୁ ବଞ୍ଚାଇ ପାରିନଥିଲେ । କିଶୋର ବଲିଉଡ୍‌ ବ୍ୟତୀତ ମରାଠୀ ଜଗତର ଜଣାଶୁଣା ଅଭିନେତା । ସେ ବାସ୍ତବ, ଖାକି, ସିଙ୍ଘମ, ସିମ୍ବା ଭଳି ସୁପରହିଟ୍‌ ଫିଲ୍ମରେ ଅଭିନୟ କରି ଖୁବ୍‌ ପ୍ରଶଂସା ସାଉଁଣ୍ଟିଥିଲେ । କିଶୋର ମଧ୍ୟ ଗୋବିନ୍ଦାଙ୍କ ଫିଲ୍ମ ‘ଜିସ୍‌ ଦେଶ ମେ ଗଙ୍ଗା ରେହତେ ହୈ’ରେ ଦମଦାର ରୋଲ୍‌ ତୁଲାଇଥିଲେ । ୧୯୮୦ରେ ମରାଠୀ ଫିଲ୍ମ ‘ଇନା ମୀନା ଡିକା’ ଜରିଆରେ ବଡ଼ ପରଦାରେ ପାଦ ଥାପିଥିଲେ । କିଶୋର ନିଜ କ୍ୟାରିୟରରେ ୪୦ଟି ଫିଲ୍ମରେ କାମ କରିଛନ୍ତି । ହିନ୍ଦୀ ବ୍ୟବୀତ ସେ ମରାଠୀ, ଗୁଜରାଟୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି । କିଶୋରଙ୍କର ଜୀବନ ଖୁବ୍‌ ବିଳାସପୂର୍ଣ୍ଣ ଥିଲା । ମୁମ୍ବାଇର ନାଗପାଡ଼ାରେ ତାଙ୍କର ଏକ ଆଲିଶାନ୍‌ ବଙ୍ଗଳା ରହିଛି । ସେଠାରେ ସେ ନିଜ ପରିବାର ସହ ରହୁଥିଲେ ।କେବଳ ଏତିକି ନୁହେଁ, ତାଙ୍କର ଆଉ ଦୁଇଟି ବଙ୍ଗଳାକୁ ସେ ଭଡ଼ାରେ ଲଗାଇଛନ୍ତି । କିଶୋର ମହଙ୍ଗା କାରର ସୌକିନ ଥିଲେ । ମରାଠୀ ଫିଲ୍ମ ଜଗତର ଏହି ଜଣାଶୁଣା କଳାକାରଙ୍କ ପରଲୋକରେ ମନୋରଞ୍ଜନ ଜଗତରେ ଶୋକର ଛାୟା ଖେଳିଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାହୁଲ ଗାନ୍ଧୀ କରୋନା ପଜିଟିଭ

ରାହୁଲ ଗାନ୍ଧୀ କରୋନା ପଜିଟିଭ

Read More...

ଋଷର ବିମାନ ଆକ୍ରମଣରେ ୨୦୦ ସିରିୟା ବିଦ୍ରୋହୀ ନିହତ

ଋଷର ବିମାନ ଆକ୍ରମଣରେ ୨୦୦ ସିରିୟା ବିଦ୍ରୋହୀ ନିହତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page