ବିନା ଭକ୍ତରେ ରୁକୁଣା ରଥଯାତ୍ରା

April 20, 2021, ଓଡ଼ିଶା, , Anupambharat News Bureau


ବିନା ଭକ୍ତରେ ରୁକୁଣା ରଥଯାତ୍ରା
Anupambharat News Bureau
April 20, 2021


ଭୁବନେଶ୍ୱର, ୨୦ା୪(ଅନୁପମ ମିଡ଼ିଆ): ପବିତ୍ର ଅଶୋକାଷ୍ଟମୀ ଅବସରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଆରମ୍ଭ ହୋଇଛି । ମଙ୍ଗଳବାର ଅପରାହ୍ନରେ ପ୍ରଭୁ ଶ୍ରୀଲିଙ୍ଗରାଜ ଯାତ୍ରା ଆରମ୍ଭ କରି ଗୋଷଗୋରେଶ୍ୱର ଛକରେ ଅଟକିଛନ୍ତି । ଆସନ୍ତାକାଲି ପୁଣି ଥରେ ରଥ ଟଣାଯିବ । ରଥରେ ପ୍ରଭୁ ଲିଙ୍ଗରାଜ, ଦେବୀ ରୁକ୍ମିଣୀ ଓ ପ୍ରଭୁ ବାସୁଦେବ(ଦୋଳଗୋବିନ୍ଦ) ବିରାଜମାନ କରିଛନ୍ତି । ରୁକୁଣା ରଥକୁ ସାଧାରଣ ଭକ୍ତମାନେ ଘର ଛାତ ଓ ବାଲକୋନିରେ ଥାଇ ଦେଖୁଥିବା ବେଳେ ସେବାୟତ ଓ କର୍ମଚାରୀମାନେ ରଥ ଟାଣିଥିଲେ । କୋଭିଡ-୧୯ କଟକଣା ଯୋଗୁଁ ଚଳିତ ଥର ମଧ୍ୟ ବିନା ଭକ୍ତରେ ରୁକୁଣା ରଥଯାତ୍ରା ଆୟୋଜନ ହୋଇଛି । କୋଭିଡ୍‌ ନେଗେଟିଭ୍‌ ଆସିଥିବା ସେବାୟତଙ୍କୁ ଏଥିରେ ସାମିଲ ହେବାକୁ ଅନୁମତି ମିଳିଛି । ସମ୍ପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ଏହି ରଥର ବିଶେଷତ୍ତ୍ୱ ହେଉଛି ଏହା ଅଣଲେଉଟା । ଯେଉଁଭଳି ଭାବେ ରଥଟି ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥାଏ ଠିକ୍‌ ସେହିଭଳି ପୁନର୍ବାର ପଛକୁ ଫେରିଥାଏ । ବିନା ମୋଡ଼ରେ ରଥ ଫେରିଥାଏ । ବିଧି ଅନୁସାରେ ରଥର ପଛ ପଟେ ଦ୍ୱାର ଖୋଲାଯାଏ ଓ ଅଶ୍ୱଙ୍କୁ ଆଗରୁ ଖୋଲି ଆଣି ନୂଆ ଦ୍ୱାରରେ ଯୋଚାଯାଏ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଋଷର ବିମାନ ଆକ୍ରମଣରେ ୨୦୦ ସିରିୟା ବିଦ୍ରୋହୀ ନିହତ

ଋଷର ବିମାନ ଆକ୍ରମଣରେ ୨୦୦ ସିରିୟା ବିଦ୍ରୋହୀ ନିହତ

Read More...

ଶେଷ ବିକଳ୍ପ ଲକ୍‌ଡ଼ାଉନ୍‌: ମୋଦି

ଶେଷ ବିକଳ୍ପ ଲକ୍‌ଡ଼ାଉନ୍‌: ମୋଦି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page