ପିପିଲି ଉପନିର୍ବାଚନ : ରୁଦ୍ରଙ୍କ ନାମାଙ୍କନ ଦାଖଲ

March 30, 2021, ଓଡ଼ିଶା, , Anupambharat News Bureau


ପିପିଲି ଉପନିର୍ବାଚନ :  ରୁଦ୍ରଙ୍କ ନାମାଙ୍କନ ଦାଖଲ
Anupambharat News Bureau
March 30, 2021


ପୁରୀ, ୩୦ା୩(ଅନୁପମ ମିଡ଼ିଆ): ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଥିବା ବେଳେ ଅପରାହ୍ନ ୧ଟା ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ସମେତ ଚାରି ଜଣ ପ୍ରାର୍ଥୀ ରିଟର୍ଣ୍ଣି ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେଡ଼ି ପ୍ରାର୍ଥୀ ରୁଦ୍ର ଆଜି ମଧ୍ୟାହ୍ନରେ ଏଡିଏମଙ୍କ କାର୍ଯ୍ୟାଳୟରେ ପହଞ୍ଚି ରିଟର୍ଣ୍ଣି ଅଫିସର ପ୍ରଦୀପ କୁମାର ସାହୁଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ସମୟରେ ତାଙ୍କ ସହିତ ସାଂସଦ ପିନାକୀ ମିଶ୍ର, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାଶବର୍ମା, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ବିଜେଡ଼ି ପୁରୀ ଜିଲ୍ଲା ସଭାପତି ମହେଶ୍ୱର ମହାନ୍ତି, ବିଜେଡ଼ି ଯୁବନେତା ବ୍ୟୋମକେଶ ରାୟ, ରୁଦ୍ରଙ୍କ ଭିଣୋଇ ଅର୍ଦ୍ଧେନ୍ଦୁ ଦାଶ, ଭଉଣୀ ପଲ୍ଲବୀ, ଯୁବନେତା ଶୁଭାଶିଷ ଖୁଣ୍ଟିିଆ, ସୁନିଲ ମହାନ୍ତି, ଏବଂ କୃଷ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏହା ସହିତ ସିପିଆଇଏମଏଲ ପ୍ରାର୍ଥୀ ଅଶୋକ ପ୍ରଧାନ, କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଏବଂ
ସ୍ୱାଧିନ ପ୍ରାର୍ଥୀ ଭାବେ ସମ୍ବିତ ପଟ୍ଟନାୟକ ମଧ୍ୟ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ପ୍ରକାଶ ଥାଉକି, ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଗତ ୨୬ ତାରିଖରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜଧାନୀର ୧୯୪ ବେଆଇନ୍‌ ଆପାର୍ଟମେଣ୍ଟ

ରାଜଧାନୀର ୧୯୪ ବେଆଇନ୍‌ ଆପାର୍ଟମେଣ୍ଟ

Read More...

ଏପ୍ରିଲ ଦୁଇ ଯାଏଁ ଗ୍ରୀଷ୍ମ ଲହରୀ : ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଏପ୍ରିଲ ଦୁଇ ଯାଏଁ ଗ୍ରୀଷ୍ମ ଲହରୀ : ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page