ରାଜଧାନୀର ୧୯୪ ବେଆଇନ୍‌ ଆପାର୍ଟମେଣ୍ଟ

March 30, 2021, ଓଡ଼ିଶା, , Anupambharat News Bureau


ରାଜଧାନୀର ୧୯୪ ବେଆଇନ୍‌ ଆପାର୍ଟମେଣ୍ଟ
Anupambharat News Bureau
March 30, 2021


ଭୁବନେଶ୍ୱର, ୩୦ା୩(ଅନୁପମ ମିଡ଼ିଆ):­ ରାଜଧାନୀରେ ମୋଟ ୧,୬୪୩ଟି ଆପାର୍ଟମେଣ୍ଟରେ ନକ୍ସା ଅନୁମୋଦିତ ହୋଇଥିବାବେଳେ ମୋଟ ୪୮୭ଟି ଆପାର୍ଟମେଣ୍ଟ ବେଆଇନ୍‌ ଭାବେ ନିର୍ମିତ ହୋଇଛି । ଏଗୁଡ଼ିକ ମଧ୍ୟରୁ ୧୯୪ଟି ଆପାର୍ଟମେଣ୍ଟକୁ ଭାଙ୍ଗିଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କର ଏକ ପ୍ରଶ୍ନର ଉତ୍ତରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା
ପ୍ରକାଶ କରିଛନ୍ତି । ମନ୍ତ୍ରୀ ଜେନା କହିଛନ୍ତି ଯେ, ଭୁବନେଶ୍ୱର ସହର ସମେତ ଆଖପାଖ ଗ୍ରାମାଞ୍ଚଳରେ ଏହି ଆପାର୍ଟମେଣ୍ଟ ନିର୍ମାଣ ହୋଇଛି । ୫୭ଟି ଘଟଣାରେ ମାମଲାକୁ ସଂଶୋଧନ ପରେ ବନ୍ଦ କରାଯାଇଛି । ୯୧ଟି ଘଟଣାରେ ମାମଲାର ବିଚାର ଚାଲିଛି । ଅନ୍ୟଗୁଡ଼ିକ ସମ୍ପର୍କରେ ଅଦ୍ୟାବଧି ପଦକ୍ଷେପ ନିଆଯାଇନାହିଁ । ବେଆଇନ ଘୋଷିତ ଆପାର୍ଟମେଣ୍ଟଗୁଡ଼ିକୁ ବିଜୁଳି ଓ ପାଣି କିପରି ଯୋଗାଇ ଦିଆଯାଇଛି ସେ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ମନ୍ତ୍ରୀ ଜେନା କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏମ୍ସରେ ହେଲା ରାଷ୍ଟ୍ରପତିଙ୍କ ବାଇପାସ୍‌ ସର୍ଜରୀ

ଏମ୍ସରେ ହେଲା ରାଷ୍ଟ୍ରପତିଙ୍କ ବାଇପାସ୍‌ ସର୍ଜରୀ

Read More...

ପିପିଲି ଉପନିର୍ବାଚନ :  ରୁଦ୍ରଙ୍କ ନାମାଙ୍କନ ଦାଖଲ

ପିପିଲି ଉପନିର୍ବାଚନ : ରୁଦ୍ରଙ୍କ ନାମାଙ୍କନ ଦାଖଲ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page