ଏପ୍ରିଲ ଦୁଇ ଯାଏଁ ଗ୍ରୀଷ୍ମ ଲହରୀ : ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

March 30, 2021, ଓଡ଼ିଶା, , Anupambharat News Bureau


ଏପ୍ରିଲ ଦୁଇ ଯାଏଁ ଗ୍ରୀଷ୍ମ ଲହରୀ : ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
Anupambharat News Bureau
March 30, 2021


ଭୁବନେଶ୍ୱର, ୩୦ା୩(ଅନୁପମ ମିଡ଼ିଆ):ପଶ୍ଚିମ ଦିଗରୁ ଓଡିଶା ମଧ୍ୟକୁ ଶୁଷ୍କ ବାୟୁ ତଥା ସ୍ଥାନୀୟ ଗରମ ପ୍ରଭାବରୁ ଉତ୍ତର ଆଭୟନ୍ତରୀଣ ଓଡିଶାର ସମସ୍ତ ଜିଲ୍ଲା, ସଂଲଗ୍ନ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର କିଛିଜିଲ୍ଲା ତଥା କିଛି ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ଆଗାମୀ ତିନି ଦିନ ଯାଏଁ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦିନର ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇପାରେ । ଏ ନେଇ ପାଣିପାଗ ବିଭାଗ ଏପ୍ରିଲ୍‌ ୨ ତାରିଖ ଯାଏ ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଏହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ବରଗଡ଼, ଅନୁଗୋଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର । ତେବେ ୩ ତାରିଖରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିପାରେ । ଏପ୍ରିଲ୍‌ ୩ରୁ ୪ ତାରିଖ ଭିତରେ ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ବିଶେଷକରି ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଓ କୋରାପୁଟରେ ଘଡ଼ଘଡ଼ି ଏବଂ ବିଜୁଳି ସହ ପବନର ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ବୋହିବାର ସମ୍ଭାବନା ରହିଛି । ଅପରପକ୍ଷରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶରେ କୁହାଯାଇଛି । ଅନ୍ୟପକ୍ଷେ ଆଜି ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ତାତି ବଢ଼ିଥିବା ପରିଲକ୍ଷିତ ହୋଇଛି । ରାଜ୍ୟର ୧୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୪.୬ ଡିଗ୍ରୀ ସହ ବାରିପଦା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ରହିଥିଲା । ସେହିପରି ତାଳଚେରରେ ତାପମାତ୍ରା ୪୨.୭ ଡିଗ୍ରୀ ରହିଥିବା ବେଳେ ବୌଦ୍ଧରେ ୪୨.୫, ବଲାଙ୍ଗିରରେ ୪୨.୨, ଝାରସୁଗୁଡ଼ାରେ ୪୨.୨, ଟିଟିଲାଗଡ଼ରେ ୪୨, ଅନୁଗୋଳରେ ୪୧.୯, ସୋନପୁରରେ ୪୧.୮, ନୟାଗଡ଼ରେ ୪୧.୭, ବାଲେଶ୍ୱରରେ ୪୧.୪, ହୀରାକୁଦରେ ୪୧.୪, ସମ୍ବଲପୁରରେ ୪୧.୩, ସୁନ୍ଦରଗଡ଼ରେ ୪୧, ଭବାନୀପାଟଣାରେ ୪୧, ମାଲକାନଗିରିରେ ୪୧ ଓ କଟକରେ ୪୦.୫ ଡିଗ୍ରୀ ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୯.୮ ଡିଗ୍ରୀ ରହିଥିଲା । ଚାନ୍ଦବାଲିରେ ତାପମାତ୍ର ୩୯.୨ ଡିଗ୍ରୀ ରହିଥିବା ବେଳେ ପାରାଦୀପରେ ୩୧.୬, ଗୋପାଳପୁରରେ ୩୨, ପୁରୀରେ ୩୩, କେନ୍ଦୁଝରରେ ୩୯, କୋରାପୁଟରେ ୩୬, ଦାରିଙ୍ଗବାଡ଼ିରେ ୩୬,
ଛତ୍ରପୁରରେ ୩୫ ଓ ପାରଳାଖେମୁଣ୍ଡିରେ ୩୪.୫ ଡିଗ୍ରୀ ରେକର୍ଡ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପିପିଲି ଉପନିର୍ବାଚନ :  ରୁଦ୍ରଙ୍କ ନାମାଙ୍କନ ଦାଖଲ

ପିପିଲି ଉପନିର୍ବାଚନ : ରୁଦ୍ରଙ୍କ ନାମାଙ୍କନ ଦାଖଲ

Read More...

ସୂଚନା ଅଧିକାର କର୍ମୀଙ୍କୁ ଆକ୍ରମଣ

ସୂଚନା ଅଧିକାର କର୍ମୀଙ୍କୁ ଆକ୍ରମଣ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page