ସୂଚନା ଅଧିକାର କର୍ମୀଙ୍କୁ ଆକ୍ରମଣ

March 27, 2021, ଓଡ଼ିଶା, , Anupambharat News Bureau


ସୂଚନା ଅଧିକାର କର୍ମୀଙ୍କୁ ଆକ୍ରମଣ
Anupambharat News Bureau
March 27, 2021


ଯାଜପୁର,୨୭ା୩(ଅନୁପମ ମିଡ଼ିଆ): ଯାଜପୁର ଜିଲ୍ଲାର ଜଣେ ଜଣାଶୁଣା ସୂଚନା ଅଧିକାରୀ କର୍ମୀ ସର୍ବେଶ୍ୱର ବେହୁରିଆଙ୍କ ଉପରେ ଶନିବାର ରାତି ପ୍ରାୟ ୯ଟାରେ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି । ଆକ୍ରମଣରେ ଗୁରୁତର ସର୍ବେଶ୍ୱରଙ୍କୁ ପ୍ରଥମେ ଯାଜପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ କଟକ ବଡମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ମିିଳିଥିବା ସୂଚନାନୁଯାୟୀ ସର୍ବେଶ୍ୱର ନିଜ ବାଇକରେ ଘରକୁ ଫେରୁଥିବା ବେଳେ ଦୁଇ ଜଣ ଅଜଣା ଯୁବକ ଗୋଟିଏ ବାଇକରେ ଆସି ତାଙ୍କ ଉପରକୁ ବୋମା ମାଡ଼ କରିଥିଲେ । ଏଥିରେ ସର୍ବେଶ୍ୱର ଗୁରୁତର ଆହତ ହୋଇ ତଳେ ପଡ଼ିଯିବା ପରେ ଆକ୍ରମଣକାରୀ ସେଠାରୁ ଚମ୍ପଟ ମାରିଥିଲେ । ସ୍ଥାନୀୟ ଲୋକେ ଗୁରୁତର ସର୍ବେଶ୍ୱରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏପ୍ରିଲ ଦୁଇ ଯାଏଁ ଗ୍ରୀଷ୍ମ ଲହରୀ : ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଏପ୍ରିଲ ଦୁଇ ଯାଏଁ ଗ୍ରୀଷ୍ମ ଲହରୀ : ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Read More...

ବଢ଼ିଲା ଟିକା ନେବା ତାଲିକା

ବଢ଼ିଲା ଟିକା ନେବା ତାଲିକା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page