ମାଟି୍ରକ ପରୀକ୍ଷା ଫଳ ପ୍ରକାଶ, ଗଞ୍ଜାମରେ ପାସହାର ୭୩.୮୫ ପ୍ରତିଶତ

May 21, 2019, ଓଡ଼ିଶା, , Anupambharat News Bureau


ମାଟି୍ରକ ପରୀକ୍ଷା ଫଳ ପ୍ରକାଶ, ଗଞ୍ଜାମରେ ପାସହାର ୭୩.୮୫ ପ୍ରତିଶତ
Anupambharat News Bureau
May 21, 2019

ବ୍ରହ୍ମପୁର,୨୧ ।୫(ଅନୁପମ ମିଡ଼ିଆ) : ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି ।
ଏହି ଫଳ ଜାଣିବାପାଇଁ ବିଭିନ୍ନ ଇଣ୍ଟରନେଟ୍‌ ସେଣ୍ଟର ଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ସକାଳ ୯ ଟା ସମୟରେ ଇଣ୍ଟରନେଟ ଦ୍ୱାରା ଫଳାଫଳ ଜଣାପଡ଼ିଥିଲା । ଚଳିତ ବର୍ଷ ରାଜ୍ୟରେ ପାସ୍‌ହାର ୭୦.୭୮ ପ୍ରତିଶତ ରହିଛି । ୮୨ ଟି ସ୍କୁଲରେ ପରୀକ୍ଷା ଫଳ ଶୂନ ହେବା ସହ ଜଣେ ମଧ୍ୟ ପରୀକ୍ଷାର୍ଥୀ ପାସ କରିପାରିନାହାନ୍ତି । ମୋଟ ୩ ଲକ୍ଷ ୯୭ ହଜାର ୧୨୫ ଜଣ ପରୀକ୍ଷାର୍ଥୀ ପାସ କରିଛନ୍ତି । ପୁଅଙ୍କ ତୁଳନାରେ ଝିଅମାନେ ପରୀକ୍ଷାରେ ଭଲ କରିଛନ୍ତି । ସେହପରି ଗଞ୍ଜାମ ଜିଲ୍ଲାରେ ସର୍ବମୋଟ ୪୮ ହଜାର ୩୦୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୩୪ ହଜାର ୭୦୩ ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ପାସ୍‌ହାର ୭୧.୮୫ ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପେଟ୍ରୋଲ୍‌ ପମ୍ପ୍‌ରୁ ଡକାୟତି ଉଦ୍ୟମ, ଛ’ ଗିରଫ

ପେଟ୍ରୋଲ୍‌ ପମ୍ପ୍‌ରୁ ଡକାୟତି ଉଦ୍ୟମ, ଛ’ ଗିରଫ

Read More...

ମେଟ୍ରିକ ରେଜଲଫ ପରେ ଶିକ୍ଷାଦାନ ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ

ମେଟ୍ରିକ ରେଜଲଫ ପରେ ଶିକ୍ଷାଦାନ ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page