ପେଟ୍ରୋଲ୍‌ ପମ୍ପ୍‌ରୁ ଡକାୟତି ଉଦ୍ୟମ, ଛ’ ଗିରଫ

May 21, 2019, ଓଡ଼ିଶା, , Anupambharat News Bureau


ପେଟ୍ରୋଲ୍‌ ପମ୍ପ୍‌ରୁ ଡକାୟତି ଉଦ୍ୟମ, ଛ’ ଗିରଫ
Anupambharat News Bureau
May 21, 2019

ବ୍ରହ୍ମପୁର,୨୧ ।୫(ଅନୁପମ ମିଡ଼ିଆ) : ଗତକାଲି ବିଳମ୍ବିତ ରାତିରେ ଆସିକାରୋଡ଼ ଶେଷ ଭାରତ ପେଟ୍ରୋଲ ପମ୍ପରେ ଡକାୟତି ପାଇଁ ଯୋଜନା କରୁଥିବା ୬ ଜଣିଆ ଗ୍ୟାଙ୍ଗକୁ ପୋଲିସ ଗିରଫ କରିବା ସହ ଦୁଇଟି ଖଣ୍ଡା, ୪ଟି ବୋମା ଓ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଥିବା ବ୍ରହ୍ମପୁର ଏସ୍‌ଡିପିଓ ବିଷ୍ଣୁଚରଣ ପତି ସୂଚନା ଦେଇଛନ୍ତି ।
ବ୍ରହ୍ମପୁର ଏସ୍‌ଡିପିଓ ବିଷ୍ଣୁଚରଣ ପତି ସୂଚନାନୁଯାୟୀ, ସ୍ଥାନୀୟ ବଡ଼ବଜାର ଥାନା ପୋଲିସ ଗତକାଲି ବିଳମ୍ବିତ ରାତିରେ ଆସିକାରୋଡ଼ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ନିକଟସ୍ଥ ଏକ ନିର୍ଜନ ସ୍ଥାନରେ କେତେକ ସନ୍ଦିU ଯୁବକ ଆzା ଜମାଇଥିବା ଖବର ପାଇ ତୁରନ୍ତ ପୋଲିସ ବାହିନୀ ଚଢ଼ାଉ କରିଥିଲେ । ଉକ୍ତ ଚଢ଼ାଉ ବେଳେ ସନ୍ଦିU ଯୁବକଙ୍କ ସହ ପୋଲିସର କିଛି ସମୟ ଧସ୍ତାଧସ୍ତି ହେବା ପରେ ପୋଲିସ ସେମାନଙ୍କ ମଧ୍ୟରୁ ବଡ଼ବାଜର ଥାନା ରାଜୀବ ନଗରର ଅଜୁ ସାହୁ, କାଳୁଆ ସାହିର ମନୋଜ ସାମନ୍ତରା, ଢ଼ୀପ ସାହରି ଶିବ ଘଣ୍ଟା, ଅକ୍ଷୟ ନାୟକ, କାଳୁଆ ବାଉରି ସାହିର ଜଗନ୍ନାଥ ଦାସ ଓ ଦୀପକ ଚୌହାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ସେମାନଙ୍କ ଠାରୁ ପୋଲିସ ଦୁଇଟି ଖଣ୍ଡା, ୪ଟି ବୋମା ଓ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଥିବା ପ୍ରକାଶ । ସୂଚନା ଯୋଗ୍ୟ ଯେ, ଧରାପଡ଼ିଥିବା ଅଭିଯୁକ୍ତମାନେ ପୋଲିସ ଜେରାରେ ନିକଟସ୍ଥ ଭାରତ ପେଟ୍ରୋଲ ପମ୍ପ୍‌ରେ ଡକାୟତି ପାଇଁ ଯୋଜନା କରୁଥିବା ସ୍ୱୀକାର କରିଛନ୍ତି ବୋଲି ଏସ୍‌ଡିପିଓ ପ୍ରକାଶ କରିଛନ୍ତି । ଆଜି ଧରାପଡ଼ିଥିବା ଅଭିଯୁକ୍ତଙ୍କ ବିରୁଦ୍ଧରେ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କମିଲା ପାସ୍‌ ହାର

କମିଲା ପାସ୍‌ ହାର

Read More...

ମାଟି୍ରକ ପରୀକ୍ଷା ଫଳ ପ୍ରକାଶ, ଗଞ୍ଜାମରେ ପାସହାର ୭୩.୮୫ ପ୍ରତିଶତ

ମାଟି୍ରକ ପରୀକ୍ଷା ଫଳ ପ୍ରକାଶ, ଗଞ୍ଜାମରେ ପାସହାର ୭୩.୮୫ ପ୍ରତିଶତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page