ମେଟ୍ରିକ ରେଜଲଫ ପରେ ଶିକ୍ଷାଦାନ ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ

May 21, 2019, ଓଡ଼ିଶା, , Anupambharat News Bureau


ମେଟ୍ରିକ ରେଜଲଫ ପରେ ଶିକ୍ଷାଦାନ ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ
Anupambharat News Bureau
May 21, 2019

ଲମତାପୁଟ,୨୧ ।୫ (ଅନୁପମ ମିଡ଼ିଆ): କୋରାପୁଟ ଜିଲ୍ଲାରେ ସାରା ଓଡ଼ିଶାରେ ମେଟ୍ରିକ ପରୀକ୍ଷାରେ ପାସ୍‌ ହାର କମିବାରେ ଶୀର୍ଷରେ ରହିଥିବା ଚର୍ଚ୍ଚାର ବିଷୟ ପାଲଟିଛି । ଆଦିବାସୀ ଆଢ଼ୁସିତ ଲମତାପୁଟ ବ୍ଲକ ଏଥିରୁ ବାଦ ପଡ଼ିନି । ଚଳିତ ବର୍ଷ ଲମତାପୁଟ ବ୍ଲକରେ ମଧ୍ୟ ପ୍ରାୟ ୫୦ ପ୍ରତିସାଧ ମେଟ୍ରିକ ରେଜଲଫ ହୋଇଛି । ୪୩୫ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବେ ୨୨୦ ପିଲା ପାସ୍‌ କରିଛନ୍ତି । କେବଳ ଏସ୍‌ଏସ୍‌ଡ଼ି ବାଳିକା ଉଚ୍ଚ ବିଦ୍ୟାଳୟରେ ୪୨ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୫ ଛାତ୍ରୀ ପାସ୍‌ କରିଛନ୍ତି । ସେହିଭଳି ଲମତାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟ ୧୧୭ ଛାତ୍ର ଛାତ୍ରୀ ୬୩ ପିଲା ପାସ୍‌ କରିଛନ୍ତି, ମାଛକୁଣ୍ଡ ସରକାରୀ ଉଚ୍ଚ ବିଦ୍ୟାଳୟ ୩୪ ଛାତ୍ର ଛାତ୍ରୀ ୧୩ ପିଲା ପାସ୍‌ କରିଛନ୍ତି, ଅନକାଡ଼େିଲି ସରକାରୀ ଉଚ୍ଚ ବିଦ୍ୟାଳୟ ୧୮ ଛାତ୍ର ଛାତ୍ରୀ ୪୧ ପାସ୍‌ କରିଛନ୍ତି, ମଟାମପୁଟ ସରକାରୀ ଉଚ୍ଚ ବିଦ୍ୟାଳୟ ୩୪ ଛାତ୍ର ଛାତ୍ରୀ ୧୭ ପାସ୍‌ କରିଛନ୍ତି, ଡ଼ାବୁଗୁଡ଼ା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ୨୦ ଛାତ୍ର ଛାତ୍ରୀରୁ ୮ ପାସ୍‌ କରିଛନ୍ତି, ପେଟା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ୨୧ ଛାତ୍ର ଛାତ୍ରୀ ରୁ ୯ ପାସ୍‌ କରିଛନ୍ତି, ଗୋଡ଼ିହଞ୍ଜର ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ୪ ଛାତ୍ର ଛାତ୍ରୀରୁ ୨ ପାସ୍‌ କରିଛନ୍ତି, ଜଲାହଞ୍ଜର ପ୍ରକଳ୍ପî ଉଚ୍ଚ ବିଦ୍ୟାଳୟ୨୨ ଛାତ୍ର ଛାତ୍ରୀରୁ ୧୩ ପାସ୍‌ କରିଛନ୍ତି, କୁମାର ଗନ୍ଧଣା ଉଚ୍ଚବିଦ୍ୟାଳୟ ୨୫ ପିଲା ପରୀକ୍ଷା ଦେଇଥିଲେ ୩ ଜଣ ପାସ୍‌ କରିଛନ୍ତି, ଜୟନ୍ତୀଗିରି ଉଚ୍ଚ ବିଦ୍ୟାଳୟ ୨୦ ପିଲା ପରୀକ୍ଷା ଦେଇଥିଲେ ୧୨ ଜଣ ପାସ୍‌ କରିଛନ୍ତି, ଉମ୍ବେଲ ଉଚ୍ଚ ବିଦ୍ୟାଳୟ ୧୬ ପିଲା ପରୀକ୍ଷା ଦେଇଥିଲେ ୫ ଜଣ ପାସ୍‌ କରିଛନ୍ତି, ସଗର ଉଚ୍ଚ ବିଦ୍ୟାଳୟ ୨୩ ପିଲା ପରୀକ୍ଷା ଦେଇଥିଲେ ୧୨ ଜଣ ପାସ୍‌ କରିଛନ୍ତି, ବାଲେଲ ଉଚ୍ଚ ବିଦ୍ୟାଳୟ ୧୬ ପିଲା ପରୀକ୍ଷା ଦେଇଥିଲେ ୬ ଜଣ ପାସ୍‌ କରିଛନ୍ତି, ଟିକରପଡ଼ା ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷ କୌଣସି ପିଲା ପଣୀକ୍ଷା ଦେଇନାହାନ୍ତି । ଏହିଭଳି ବ୍ଲକରେ ୧୫ ଟି ଉଚ୍ଚ ବିଦ୍ୟାଳୟରେ ୋକବଳ ଲମତାପୁଟ ଏସ୍‌ଏସ୍‌ଡ଼ି ବାଳିକା ଉଚ୍ଚ ବିଦ୍ୟାଳୟରେ କିଛି ପରିମାଣରେ ଭଲ ପରୀକ୍ଷା ଫଳ କରିଥିବା ବେଳେ ଅନ୍ୟ ବିଦ୍ୟାଳୟ ଗୁଡ଼ିକ ସମ୍ପୂର୍ଣ୍ଣ ନୀରସ ଜନକ ରେଜଲଫ କରିଛନ୍ତି । ଏବେ ପ୍ରଶ୍ନ ଉଠୁଛି ତ୍ରୁଟି କାହାର ରହିଲା । ଏହାକୁ ନେଇ ଆମେ କିଛି ଶିକ୍ଷକ ଏବଂ ପ୍ରଧଶନ ଶିକ୍ଷକଙ୍କ ସହ ଆଲୋଚନା କରିଥିଲୁ । ସେମାନଙ୍କ କହିବାର ଥିଲା ଛତୁ ଫୁଟିବା ଭଳି ପ୍ରାଥମିକ ବିଦ୍ୟାଳୟକୁ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ କରିଛନ୍ତି ସରକାର କିନ୍ତୁî ଉଚ୍ଚ ବିଦ୍ୟାଳୟରେ ପାଠ୍ୟ ପାଇଁ ଆବସକୀୟ ଶିକ୍ଷକ ଆଜି ପର୍ଯ୍ୟନ୍ତ ଯୋଗାଇ ଦେଇ ନାହାନ୍ତି । ଅନ୍ୟପକ୍ଷରେ କିଛି ଶିକ୍ଷକ କହିଛନ୍ତି ପ୍ରାଥମିକ ବିଦ୍ୟାଳୟରେ ସମସ୍ତେ ପାସ୍‌ ହୋଇ ଆସି ଯାଉଛନ୍ତି କିନ୍ତୁ ଉଚ୍ଚ ବିଦ୍ୟାଳୟକୁ ଆସିଲାବେଳେ ଇଂରାଜୀରେ ନିଜ ନାମ ଲେଖିପାରୁ ନାହାନ୍ତି,ସେହି ଭଳିଆ ଛାତ୍ର ଛାତ୍ରୀଙ୍କୁ ଆମେ ଶିକ୍ଷା ଦାନ ଦେବା କଷ୍ଟ ସାଧ୍ୟ ହେବାକୁ ପଡ଼ୁଛି ଏହା ହେଉଛି ମୁଖ୍ୟ କାରଣ । ଯଦି ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ସଠିକ୍‌ ଭାବରେ ଶିକ୍ଷାଦାନ ଦିଆଯାଇ ପାରନ୍ତା ତେବେ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା । କିଛି ଉଚ୍ଚ ବିଦ୍ୟାଳୟରେ ସମ୍ପୂଣ୍‌ର୍ଣ ଶିକ୍ଷକ ଅଛନ୍ତି କିନ୍ତୁ ପିଲାଙ୍କୁ ଶିକ୍ଷାଦାନ ଅଭାବରୁ ମଧ୍ୟ ଏହି ଭଳିଆ ରେଜଲଫ ହୋଇଥିବା କହିଛନ୍ତି । ଅନ୍ୟପକ୍ଷରେ ବ୍ଲକ ଗ୍ରାଣ୍ଡ ଶିକ୍ଷକ ମାନେ ଭୁବନେଶ୍ୱରରେ ଧଶରଣାରେ ବସିଥିବା ଯୋଗୁଁ ପିଲାଙ୍କ ପାଠ୍ୟ କର୍ମରେ ବାଧା ସୃଷ୍ଟି ହୋଇଥିବାରୁ ମଧ୍ୟ ଏହିଭଳି ପରିସ୍ଥିତି ସୃଷ୍ଟୀ ହୋଇଥିବା ଦେଖିବାକୁ ମିଳିଥିବା କହିଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି ଶିକ୍ଷକ ଏବଂ ରାଜ୍ୟ ସରକାରଙ୍କ ଆରୋପ ପ୍ରତି ଆରୋପରେ କଣ ପିଲାଙ୍କ ଭବିଷ୍ୟତ ଅନ୍ଧାର କି ? ପିଲାଙ୍କ ଭବିଷ୍ୟତ ସହ କିଏ ଖେଳୁଛି ଏବେ ପ୍ରଶ୍ନବାଚୀ ସୃଷ୍ଠୀ କରିଛି ? ଯେହେତୁ ଆଦିବାସୀ ଅଢ଼ୁସିତ ଅଞ୍ଚଳ ପାଇଁ ସରକାର ପିଲାଙ୍କ ଭବିଷ୍ୟତ ପାଇଁ ବିଭିନ୍ନ ଯୋଜନା ଠାରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ଦର୍ଶାଉଛନ୍ତି କିନ୍ତୁ ଫଳ ସମ୍ପୂର୍ଣ୍ଣ ନୀରାସ ଜନକ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଟି୍ରକ ପରୀକ୍ଷା ଫଳ ପ୍ରକାଶ, ଗଞ୍ଜାମରେ ପାସହାର ୭୩.୮୫ ପ୍ରତିଶତ

ମାଟି୍ରକ ପରୀକ୍ଷା ଫଳ ପ୍ରକାଶ, ଗଞ୍ଜାମରେ ପାସହାର ୭୩.୮୫ ପ୍ରତିଶତ

Read More...

୫ ବିଜେପି କର୍ମୀଙ୍କୁ ଆକ୍ରମଣ

୫ ବିଜେପି କର୍ମୀଙ୍କୁ ଆକ୍ରମଣ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page