୫ ବିଜେପି କର୍ମୀଙ୍କୁ ଆକ୍ରମଣ

May 21, 2019, ଓଡ଼ିଶା, , Anupambharat News Bureau


୫ ବିଜେପି କର୍ମୀଙ୍କୁ ଆକ୍ରମଣ
Anupambharat News Bureau
May 21, 2019

କୋଲକତା: ନିର୍ବାଚନ ଶେଷ ହେବା ପରେ ମଧ୍ୟ ତୃଣମୂଳ କଂଗ୍ରେସ କର୍ମୀଙ୍କ ଆତଙ୍କରାଜ ପଶ୍ଚିମବଙ୍ଗରେ କମୁ ନାହିଁ । ପୁଣି ଥରେ ଭାରତୀୟ ଜନତା ପାର୍ଟୀ କାର୍ଯ୍ୟକର୍ତ୍ତାଙ୍କ ଆକ୍ରମଣ ହୋଇଛି । ସିତାଇ ଅଞ୍ଚଳରେ ହୋଇଥିବା ଆକ୍ରମଣରେ ୫ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି । ଟିଏମ୍‌ସି କର୍ମୀ ଆକ୍ରମଣ କରିଥିବା ବିଜେପି ଅଭିଯୋଗ କରିଛି । ଗତ ୧୪ ମେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ରୋଡ଼୍‌ ଶୋ ସମୟରେ ହିଂସାକାଣ୍ଡ ହୋଇଥିଲା । କଲେଜ୍‌ ପରିସରରେ ଥିବା ଇଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ମୂର୍ତ୍ତିକୁ ମଧ୍ୟ ଭଙ୍ଗାରୁଜା କରାଯାଇଥିଲା । ସେହିପରି ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଥିଲା । ଏଥିରେ ମଧ୍ୟ ଟିଏମ୍‌ସିର ସଂପୃକ୍ତି ଥିବା ବିଜେପି ଅଭିଯୋଗ କରିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମେଟ୍ରିକ ରେଜଲଫ ପରେ ଶିକ୍ଷାଦାନ ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ

ମେଟ୍ରିକ ରେଜଲଫ ପରେ ଶିକ୍ଷାଦାନ ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ

Read More...

କ୍ଷମା ମାଗିଲେ ବିବେକ୍‌ ଓବରୟ

କ୍ଷମା ମାଗିଲେ ବିବେକ୍‌ ଓବରୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page