କନ୍ୟା ଯାତ୍ରୀ ଗାଡ଼ି ଓଲଟି ତିନି ମୃତ

February 16, 2021, ଓଡ଼ିଶା, , Anupambharat News Bureau


କନ୍ୟା ଯାତ୍ରୀ ଗାଡ଼ି ଓଲଟି ତିନି ମୃତ
Anupambharat News Bureau
February 16, 2021


ମୋହନା,୧୬ା୨:(ଅନୁପମ ମିଡ଼ିଆ): ଆର.ଉଦୟଗିରି ଥାନା ସ୍ଥିତ କଙ୍କଡାଗୁଡା ଗ୍ରାମ ନିକଟରେ ମଙ୍ଗଳବାର ମଧ୍ୟାହ୍ନରେ କନ୍ୟା ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ମିନିଟ୍ରକ ଓଲଟି ପଡ଼ିବାରୁ ତିନି ଜଣଙ୍କ ମୃତୁ୍ୟ ଘଟିଛି । ଏଥିରେ ଆହତ ଅନ୍ୟ ୩୦ ଜଣଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ଜଣେ ଚାରି ବର୍ଷର ଶିଶୁ ରହିଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ପ୍ରକାରେ ଜାମଡିହରୁ ପ୍ରାୟ ୩୫ ଜଣ କନ୍ୟା ଯାତ୍ରୀ ତୁମନ ଗ୍ରାମରେ ବର ଘର ପକ୍ଷରୁ ଆୟୋଜିତ ଭୋଜିରେ ଯୋଗଦେବାକୁ ଏକ ୪୦୭ ମିନିଟ୍ରକ(ଓର୦୨ଆର୫୮୬୫)ରେ ବାହାରିଥିଲେ । ମିନିଟ୍ରକଟି ୩୨୬ ନଂ ଜାତୀୟ ରାଜପଥରେ ଯାଉଥିବା ବେଳେ କଙ୍କଡାଗୁଡା ନିକଟରେ ହଠାତ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲା । ଫଳରେ ଗାଡ଼ିଟି ରାସ୍ତାରେ ପାଲଟି ଯାଇଥିଲା । ଏଥିରେ ଥିବା ଯାତ୍ରୀ ଗାଡ଼ି ତଳେ ଚାପି ହୋଇ ରହିଯାଇଥିଲେ । ଘଟଣାର ସୂଚନା ପାଇ ସ୍ଥାନୀୟ ଲୋକ ସମେତ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ରା.ଉଦୟଗିର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଥିରୁ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ପଠାଯାଇଥିଲା । ତେବେ ଘଟଣା ସ୍ଥଳରେ ଯାମଡିହର ଯନ୍ତ ଦଳବେହେରା (୨୦) ଓ ଗାୟତ୍ରୀ ରଇତ (୧୯)ଙ୍କ ଘଟଣା ସ୍ଥଳରେ ମୃତୁ୍ୟ ଘଟିଥିବା ବେଳେ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଚିକିତ୍ସା ଅବସ୍ଥାରେ ଗାୟତ୍ରୀ ମଣ୍ଡଳ (୪) ଆଖିବୁଜିଥିଲା ।
ଆହତଙ୍କ ମଧ୍ୟରେ ଚାରି ଜଣ ଶିଶୁ ରହିଥିବା ବେଳେ ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶ କ୍ରମେ ମୋହନା ବ୍ଲକ ଅଧିକାରୀ ଓ ସହକାରୀ ଯନ୍ତ୍ରୀ ବ୍ରହ୍ମପୁର ମେଡ଼ିକାଲରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରୁଥିବା ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୁଷ୍କର୍ମ ମାମଲାରେ ଅଧ୍ୟକ୍ଷଙ୍କୁ ଫାଶୀ ଦଣ୍ଡ ଶୁଣାଣି

ଦୁଷ୍କର୍ମ ମାମଲାରେ ଅଧ୍ୟକ୍ଷଙ୍କୁ ଫାଶୀ ଦଣ୍ଡ ଶୁଣାଣି

Read More...

ଶ୍ରୀମନ୍ଦିରକୁ ୪.୮୫୮ କେଜି ସୁନା ଦାନ

ଶ୍ରୀମନ୍ଦିରକୁ ୪.୮୫୮ କେଜି ସୁନା ଦାନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page