ଶ୍ରୀମନ୍ଦିରକୁ ୪.୮୫୮ କେଜି ସୁନା ଦାନ

February 16, 2021, ଓଡ଼ିଶା, , Anupambharat News Bureau


ଶ୍ରୀମନ୍ଦିରକୁ ୪.୮୫୮ କେଜି ସୁନା ଦାନ
Anupambharat News Bureau
February 16, 2021


ଭୁବନେଶ୍ୱର, ୧୬ା୨(ଅନୁପମ ମିଡ଼ିଆ): ­ ପବିତ୍ର ବସନ୍ତ ପଞ୍ଚମୀ ତଥା ରଥକାଠ ଅନୁକୂଳ ଅବସରରେ ମଙ୍ଗଳବାର ଜନୈକ ଦାତା ୪ କେଜି ୮୫୮ ଗ୍ରାମ ସୁନା ଏବଂ ୩ କେଜି ୮୭୬ ଗ୍ରାମ ରୂପାର ଅଳଙ୍କାର ଶ୍ରୀମନ୍ଦିରକୁ ଦାନ କରିଛନ୍ତି । ସୁବର୍ଣ୍ଣ ଅଳଙ୍କାର ମଧ୍ୟରେ ରହିଛି, ବଡ଼ ଠାକୁର ବଳଭଦ୍ରଙ୍କ ୪୦ଟି ଶ୍ରୀମୁଖ ପଦ୍ମ ଏବଂ ୨ଟି ଝୋବା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୩ଟି ଶ୍ରୀମୁଖ ପଦ୍ମ ଏବଂ ୨ଟି ଝୋବା, ମା ସୁଭଦ୍ରାଙ୍କ ୨ଟି ତଡ଼କି ଏବଂ ୨ଟି ଝୋବା । ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ କାର୍ଯ୍ୟାଳୟଠାରେ ମୁଖ୍ୟ ପ୍ରଶାସକ ଡା. କ୍ରିଷନ୍‌ କୁମାରଙ୍କୁ ଭେଟି ଦାତାଙ୍କ ପ୍ରତିନିଧି ଏହି ଦାନ କରିଛନ୍ତି । ଏହି ଅବସରରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର, ମାଧବ ପୂଜାପଣ୍ଡା ସାମନ୍ତ, ତଳୁଛ ନୀଳକଣw ମହାପାତ୍ର, ଅନନ୍ତ ତିଆଡ଼ି ଏବଂ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ରଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ମହାପ୍ରଭୁଙ୍କ ବିଭିନ୍ନ ବେଶ ସମୟରେ ଏହି ଅଳଙ୍କାର ବ୍ୟବହାର ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କନ୍ୟା ଯାତ୍ରୀ ଗାଡ଼ି ଓଲଟି ତିନି ମୃତ

କନ୍ୟା ଯାତ୍ରୀ ଗାଡ଼ି ଓଲଟି ତିନି ମୃତ

Read More...

ଚାରି ଦିନ ବର୍ଷା ସମ୍ଭାବନା

ଚାରି ଦିନ ବର୍ଷା ସମ୍ଭାବନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page