ଡିଜିଟାଲ୍‌ ମୁଦ୍ରା ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ସରକାର

February 01, 2021, ଦେଶ, , Anupambharat News Bureau


ଡିଜିଟାଲ୍‌ ମୁଦ୍ରା ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ସରକାର
Anupambharat News Bureau
February 01, 2021


ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ବଜେଟ ଅଧିବେଶନରେ ଅନେକ ପ୍ରକାରର ନିୟମ ଓ କଟକଣା ଆଣିପାରନ୍ତି ସରକାର । ସେହିଭଳି ବିଭିନ୍ନ ଉପାୟରେ ପ୍ରସ୍ତୁତ ଏହି ଇ-ବଜେଟ ସ୍ୱତନ୍ତ୍ର ହେବାକୁ ଯାଉଛି । ଗୋଟିଏ ପଟେ ଦେଶର ସାଧାରଣ ବଜେଟ ଉପସ୍ଥାପିତ ହୋଇଥିବା ବେଳେ ଅପରପକ୍ଷେ ସରକାର ଏହି ଅଧିବେଶନ ସମୟରେ ଡିଜିଟାଲ୍‌ ମୁଦ୍ରା ବିରୋଧରେ ଏକ ବିଲ୍‌ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନୂତନ ବିଲରେ ଘରୋଇ କ୍ରିପେଫାକରେନ୍ସି ବା ବିଟ୍‌ କଏନ ଉପରେ ପ୍ରତିବନ୍ଧକ ଲଗାଯିବା ସହିତ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍ବିଆଇ) ମଧ୍ୟ ଏହି ବେସରକାରୀ ମୁଦ୍ରାର ବିକଳ୍ପ ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିଥିବା ସୂଚନା ମିଳିଛି ।
ଏ ସମ୍ପର୍କରେ ଆର୍ବିଆଇ କହିଛି ଯେ, ଏହି ଡିଜିଟାଲ୍‌ ମୁଦ୍ରାକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ କାର୍ଯ୍ୟ କରୁଛି ତଥାପି, ଏହା ଏକ ବ୍ୟକ୍ତିଗତ ମୁଦ୍ରା ଭାବରେ ଗଣା ହେବ ନାହିଁ ବୋଲି ବିଗତ ଦିନରେ ସେଣ୍ଟ୍ରାଲ ବ୍ୟାଙ୍କ ମତ ଦେଇଛି । ସେହିପରି ସେଣ୍ଟ୍ରାଲ ବ୍ୟାଙ୍କ କହିଛି ଯେ, ନିକଟ ଅତୀତରେ ବେସରକାରୀ ଡିଜିଟାଲ୍‌ ମୁଦ୍ରାର ଲୋକପ୍ରିୟତା ବହୁଳ ଭାବରେ ବୃଦ୍ଧି ପାଇଛି । ଏହାକୁ ନେଇ ଭାରତରେ ସରକାର ଏବଂ ନିୟାମକମାନେ ମଧ୍ୟ ସନ୍ଦେହ ପ୍ରକାଶ କରୁଛନ୍ତି । ଆର୍ବିଆଇ ଏହାର ଆବଶ୍ୟକତା ଅଛି କି ନାହିଁ ତାହା ଅନୁସନ୍ଧାନ କରୁଥିବା ସୂଚନା ମିଳିଛି ।
ଭାରତରେ କ୍ରିପେଫାକରେନ୍ସି ବା ବିଟ୍‌ କଏନ ସମ୍ବନ୍ଧରେ କୌଣସି ର୍ନିଦ୍ଦିଷ୍ଟ ଗାଇଡଲାଇନ ସରକାର ପ୍ରକାଶ କରିନାହାନ୍ତି କିମ୍ବା ଆସିନାହିଁ ବୋଲି ଜଣାପଡିଛି । ୨୦୧୮ରେ ସରକାର ଏକ ସର୍କୁଲାର ଜରିଆରେ କ୍ରିପେଫାକରେନ୍ସି ବା ବିଟ୍‌ କଏନ ସେବାକୁ ନିଷିଦ୍ଧ କରିଥିଲେ । ଏହା ପରେ ସୁପ୍ରିମକୋର୍ଟ ସମଗ୍ର ମାମଲାର ଶୁଣାଣି ବେଳେ ସର୍କୁଲାରରେ ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ରହିବା ସହିତ ସର୍ବସାଧାରଣଙ୍କ ପାଇଁ ସୂଚନା ରହିବା ନେଇ ସ୍ୱୀକୃତି ପ୍ରଦାନ କରିଛନ୍ତି । ୨୦୧୯ରେ ଏହି ଆଇନ ଉପରେ ପ୍ରତିବନ୍ଧକ ଲଗାଇବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି । ତେବେ ସରକାର ସଂସଦରେ ଏ ସମ୍ପର୍କିତ କୌଣସି ବିଲ୍‌ ଆଗତ କରିନାହାନ୍ତି । ଏହାର ଅଫିସିଆଲ୍‌ ଡିଜିଟାଲ୍‌ ମୁଦ୍ରା ବିଲ୍‌ ୨୦୨୧ର କ୍ରିପେଫାକରେନ୍ସି ଏବଂ ରେଗୁଲେଶନ୍‌ କିଛି ବ୍ୟତିକ୍ରମ ସହିତ ଡିଜିଟାଲ୍‌ ମୁଦ୍ରାର ପ୍ରୋତ୍ସାହନକୁ ଅନୁମତି ଦେବ କି ନାହିଁ ତାହା ଆଗାମୀ ବଜେଟରେ ଜଣାପଡିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଚକାଜାମ୍‌ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ : ରାସ୍ତାରେ ଅଟକିଲା ଶହ ଶହ ଯାନ

ଚକାଜାମ୍‌ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ : ରାସ୍ତାରେ ଅଟକିଲା ଶହ ଶହ ଯାନ

Read More...

ବେଙ୍ଗଲବାସୀଙ୍କୁ ଭକୁଆ ବନାଉଛନ୍ତି ମମତା: ଶାହ

ବେଙ୍ଗଲବାସୀଙ୍କୁ ଭକୁଆ ବନାଉଛନ୍ତି ମମତା: ଶାହ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page