ଚକାଜାମ୍‌ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ : ରାସ୍ତାରେ ଅଟକିଲା ଶହ ଶହ ଯାନ

February 06, 2021, ଓଡ଼ିଶା, , Anupambharat News Bureau


 ଚକାଜାମ୍‌ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ : ରାସ୍ତାରେ ଅଟକିଲା ଶହ ଶହ ଯାନ
Anupambharat News Bureau
February 06, 2021


ଭୁବନେଶ୍ୱର, ୬ା୨(ଅନୁପମ ମିଡ଼ିଆ):­ ସର୍ବ ଭାରତୀୟ କୃଷକ ସଂଘର୍ଷ ସମନ୍ୱୟ ସମିତିର ଆହ୍ୱାନରେ ରାଜ୍ୟର ବିଭିନ୍ନ ସ୍ଥାନରେ ତିନି ଘଣ୍ଟିଆ ଚକାଜାମ୍‌ କରାଯାଇଛି । କୃଷି ଆଇନ୍‌ ବାତିଲ ଦାବିରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ନବନିର୍ମାଣ କୃଷକ ସଂଗଠନ, କିସାନ୍‌ ମଜଦୁର ମହାସଂଘ, ସଂଯୁକ୍ତ ମଜଦୁର ମୋର୍ଚ୍ଚା, ଭାରତ କିସାନ ମଜଦୁର ୟୁନିୟନ୍‌, ଏଆଇଟିୟୁସି ଓ ଅନ୍ୟ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚକା ଜାମ୍‌ କରାଯାଇଥିଲା ।
ଆଜି ମଧ୍ୟାହ୍ନ ୧୨ ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଭୁବନେଶ୍ୱରର ପ୍ରମୁଖ ସ୍ଥାନ ଗୁଡିକରେ କୃଷକ ସଂଗଠନ ଓ ଟ୍ରେଡ୍‌ ୟୁନିୟନ୍‌ ଗୁଡିକ ପକ୍ଷରୁ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଗାଡି ମଟର ଗୁଡିକୁ ଅଟକାଯାଇଥିଲା । କଟକ-ଭୁବନେଶ୍ୱର ରାସ୍ତାରେ ହଂସପାଳଠାରେ ଜାତୀୟ ରାଜପଥରେ ଚାଷୀଙ୍କ ଚକାଜାମ୍‌ ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଜାତୀୟ ରାଜପଥର ଉଭୟ ପଟେ ଶହଶହ ସଂଖ୍ୟକ ଗାଡ଼ି ଅଟକି ରହିଥିଲା ।ସେହିପରି ରାଜମହଲ ଛକଠାରେ ଏଆଇଟିୟୁସି ଓ ବିକେଏମୟୁର ଶତାଧିକ ଚାଷୀ ଓ ଶ୍ରମିକ ଏକାଠି ହୋଇ ରାସ୍ତାକୁ ଓହ୍ଲାଇଥିଲେ । ପୋଲିସ ରାସ୍ତା ଅବରୋଧ କରୁଥିବା ଚାଷୀମାନଙ୍କୁ ଉଠାଇ ନେଇଥିଲା । ଶହ ଶହ କ୍ଷେତମୂଲିଆ ଓ ଶ୍ରମିକମାନେ ଭଗବତୀ ଭବନଠାରୁ ଏକ ଶୋଭାଯାତ୍ରାରେ ବାହାରି ରାଜମହଲ ଛକଠାରେ ରାସ୍ତାରୋକ କରିଥିଲେ । ବିକେଏମ୍‌ର ରାଜ୍ୟ ସମ୍ପାଦକ ସୁର ଜେନା, ଏଚଏମଏସର ନେତ୍ରୀ ସଂଯୁକ୍ତା ମହଲ, କୈଳାସ ପୁହାଣ, ଖୋର୍ଦ୍ଧା ଜିଲ୍ଲା ବିକେଏମୟୁ ନେତା ଶରତ ସ୍ୱାଇଁ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ । ସେହିପରି ସଂଯୁକ୍ତ କିଷାନ ମୋର୍ଚ୍ଚାର ଡାକରାରେ ରାଜ୍ୟ ରାଜଧାନୀଠାରୁ ଆରମ୍ଭ କରି ଜିଲ୍ଲା ଏବଂ ବ୍ଲକ୍‌ ସ୍ତରରେ ଚକାଜାମ୍‌ ଆନ୍ଦୋଳନ ସଙ୍ଗଠିତ ହୋଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ, ରାଜ୍ୟ ରାଜପଥ, ଜିଲ୍ଲା ଏବଂ ବ୍ଲକ୍‌ର ମୁଖ୍ୟ ରାସ୍ତାଗୁଡ଼ିକୁ କୃଷକ କର୍ମୀମାନେ ରାସ୍ତା ଅବରୋଧ କରିଥିଲେ । ଭୁବନେଶ୍ୱରରେ ମାଷ୍ଟରକ୍ୟାଂଟିନ୍‌ ଛକଠାରେ ଚକାଜାମ୍‌ ଆନ୍ଦୋଳନ କରି ବହୁ ନେତା ଏବଂ କର୍ମୀ ଗିରଫ ହୋଇଥିଲେ । ଉଲ୍ଲେଖ୍ୟଯୋଗ୍ୟ ଯେ ୩ଟି କୃଷି ଆଇନ ବାତିଲ ଦାବିରେ କୃଷକମାନେ
ଆନ୍ଦୋଳନ କରି ଦିଲ୍ଲୀ ସୀମାନ୍ତରେ ୭୩ଦିନ ଧରି ବସିରହିଛନ୍ତି । ଏହାକୁ ବିଭିନ୍ନ ଦିଗରୁ ସମର୍ଥନ ମିଳୁଛି । ସୂଚନାନୁଯାୟୀ ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୁଳ, ବୌଦ୍ଧ, ବରଗଡ଼ଠାରୁ ମୟୂରଭଞ୍ଜ ଯାଏଁ ଚାଷୀମାନେ ନବନିର୍ମାଣ ବ୍ୟାନରରେ ରାସ୍ତାରୋକ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଝରାଫୁଲ ମାମଲାର ଗୁମର ଖୋଲୁଛି : ନିଶାଦେଇ ଶ୍ୱାସରୋଧରୁ ହତ୍ୟା !

ଝରାଫୁଲ ମାମଲାର ଗୁମର ଖୋଲୁଛି : ନିଶାଦେଇ ଶ୍ୱାସରୋଧରୁ ହତ୍ୟା !

Read More...

ଡିଜିଟାଲ୍‌ ମୁଦ୍ରା ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ସରକାର

ଡିଜିଟାଲ୍‌ ମୁଦ୍ରା ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ସରକାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page