ବେଙ୍ଗଲବାସୀଙ୍କୁ ଭକୁଆ ବନାଉଛନ୍ତି ମମତା: ଶାହ

February 01, 2021, ଦେଶ, , Anupambharat News Bureau


ବେଙ୍ଗଲବାସୀଙ୍କୁ ଭକୁଆ ବନାଉଛନ୍ତି ମମତା: ଶାହ
Anupambharat News Bureau
February 01, 2021


କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ ହେବାରେ ଲାଗିଛି । ଅସ;ୁଷ୍ଟ ଟିଏମସି ନେତା ଦଳ ଛାଡି ବିଜେପିରେ ସାମିଲ ହେଉଛନ୍ତି । ଏହା ସହିତ କେନ୍ଦ୍ରୀୟ ନେତାମାନଙ୍କ ଘନଘନ ବେଙ୍ଗଲ ଗସ୍ତ ମଧ୍ୟ ଟିଏମସିକୁ ଚିନ୍ତାରେ ପକାଇଛି ।
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ପୁଣି ଥରେ କୋଲକାତାର ହାୱଡାରେ ଏକ ରାଲିକୁ ସମ୍ବୋଧିତ କରିଛନ୍ତି । ଭର୍ଚୁଆଲ୍‌ ରାଲି ମାଧ୍ୟମରେ ଶାହା ଲୋକମାନଙ୍କୁ ସମ୍ବୋଧିତ କରିଥିଲେ । ଏହି ରାଲିରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଯୋଗ ଦେଇଥିଲେ । ଉଭୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିଲେ ।
ବିଜେପି ହେଭିେୱଟ୍‌ ଅମିତ ଶାହା ମଧ୍ୟ ଦିଦିଙ୍କୁ ଟାର୍ଗେଟ କରିଛନ୍ତି । ଶାହା କହିଛନ୍ତି, ‘ଯେଉଁଭଳି ଭାବେ ଟିଏମସି ନେତା ଦଳ ଛାଡୁଛନ୍ତି, ଲାଗୁଛି ନିର୍ବାଚନ ପରେ ଦିଦି ପୁରା ଏକା ହୋଇଯାଇଥିବେ । ମମତା ବାନାର୍ଜୀ ବେଙ୍ଗଲକୁ ଆଗକୁ ନେବା ବଦଳରେ ପଛକୁ ନେଉଛନ୍ତି । ରାଜ୍ୟରେ କିଷାନ ନିଧି ଯୋଜନା ଲାଗୁ କରିବା ପାଇଁ ଦିଦି ଘୋଷଣା କରିଥିଲେ ।
କି;ୁ ବର୍ତ୍ତମାନ ସୁଦ୍ଧା କେନ୍ଦ୍ରକୁ ଚାଷୀଙ୍କ ତାଲିକା ଦେଇନାହାନ୍ତି । ମମତା ବାନାର୍ଜୀ ବେଙ୍ଗଲବାସୀଙ୍କୁ ଭକୁଆ ବନାଉଛନ୍ତି’ା ଶାହା ଆହୁରି ମଧ୍ୟ କହିଛନ୍ତି, ‘ମମତା ଦିଦିଙ୍କ ସରକାର ବେଙ୍ଗଲ ମାଟିକୁ ରକ୍ତ ରଞ୍ଜିତ କରିଛି । ଅନୁପ୍ରବେଶକାରୀଙ୍କୁ ପଶ୍ଚିମବଙ୍ଗରେ ପ୍ରବେଶ କରିବାକୁ ଦିଦି ଅନୁମତି ଦେଇଛନ୍ତି ।
କେବଳ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗଠିତ ବିଜେପି ସରକାର ଅନୁପ୍ରବେଶକାରୀଙ୍କୁ ଅଟକାଇ ପାରିବେ । ରାଜ୍ୟକୁ ମମତା ବାନାର୍ଜୀ ବହୁ ପଛକୁ ଠେଲି ଦେଇଛନ୍ତି । ବେଙ୍ଗଲ ଜନତା ତାଙ୍କୁ କେବେ କ୍ଷମା ଦେବେ ନାହିଁ ’ା ସ୍ମୃତି ଇରାନୀ କହିଛନ୍ତି, ‘ମମତା ବାନାର୍ଜୀ ଜୟ ଶ୍ରୀ ରାମ ନାରାକୁ ଘୃଣା କରନ୍ତି । ଆଗାମୀ ଦିନରେ ବେଙ୍ଗଲବାସୀ ଏହାର କଡା ଜବାବ ଦେବେ ଏବଂ ଆସନ୍ତା ବିଧାନସଭା
ନିର୍ବାଚନରେରାଜ୍ୟରେ ବିଜେପି ହିଁ ସରକାର ଗଢିବ’ା ସ୍ମୃତି ଇରାନୀଙ୍କ ସହିତ ମଞ୍ଚରେ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ଶୁଭେନ୍ଦୁ ଅଧିକାରୀ, ଶନିବାର ବିଜେପିରେ ଯୋଗ ଦେଇଥିବା ରାଜୀବ ବାନାର୍ଜୀ, ବୈଶାଳୀ ଡାଲମିଆ, ପ୍ରବୀଣ ଘୋଷାଲ, ରଥିନ ଚକ୍ରବର୍ତ୍ତୀଙ୍କ ସମେତ ବିଜେପି ସାଂସଦ ଦିଲ୍ଲୀପ ଘୋଷ ଏବଂ ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କୈଳାଶ ବିଜୟବର୍ଗୀୟ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଡିଜିଟାଲ୍‌ ମୁଦ୍ରା ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ସରକାର

ଡିଜିଟାଲ୍‌ ମୁଦ୍ରା ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ସରକାର

Read More...

ପିକଅପ୍‌ ଭ୍ୟାନ୍‌ ଓଲଟି ୧୦ ମୃତ:  ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ

ପିକଅପ୍‌ ଭ୍ୟାନ୍‌ ଓଲଟି ୧୦ ମୃତ: ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page