ପରୀ ମାମଲା, ସରୋଜ ଦେଖାଇଲା ହତ୍ୟାର ଡେମୋ, ଗାମୁଛା ଦେବ ବଡ଼ ପ୍ରମାଣ: ବୋଥ୍ରା , ରିମାଣ୍ଡ ଶେଷ ପରେ ଜେଲ୍‌ ଗଲା ଅଭିଯୁକ୍ତ

December 24, 2020, ଓଡ଼ିଶା, , Anupambharat News Bureau


ପରୀ ମାମଲା, ସରୋଜ ଦେଖାଇଲା ହତ୍ୟାର ଡେମୋ, ଗାମୁଛା ଦେବ ବଡ଼ ପ୍ରମାଣ: ବୋଥ୍ରା , ରିମାଣ୍ଡ ଶେଷ ପରେ ଜେଲ୍‌ ଗଲା ଅଭିଯୁକ୍ତ
Anupambharat News Bureau
December 24, 2020


ନୟାଗଡ, ୨୪ା୧୨(ଅନୁପମ ମିଡ଼ିଆ): ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ଗିରଫ ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀକୁ ଯଦୁପୁର ଆଣି ସିନ୍‌ ରିକ୍ରିଏସନ୍‌୍‌ କରିଛି ଏସଆଇଟି । ଘଟଣାସ୍ଥଳକୁ ଆଣି ସରୋଜ ସେଠୀକୁ ଡେମୋ କରାଇଛି ଏସଆଇଟି । ପୋଖରୀ କୂଳରେ ଘଟଣା ଦିନ କ’ଣ କରିଥିଲା ତାହାର ଡେମୋ କରି ଦେଖାଇଛି ସରୋଜ । ଏଥିସହ ସରୋଜକୁ ଘଟଣାସ୍ଥଳରେ ଟିକିନିଖି ପଚାରିବା ସହ ତଥ୍ୟ ସଂଗ୍ରହ କରିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ସେହିପରି ସରୋଜ ଘରୁ ମିଳିଥିବା ଗାମୁଛା ବଡ ପ୍ରମାଣ ଦେବ ବୋଲି କହିଛନ୍ତି ବୋଥ୍ରା । ଏନେଇ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ପରୀର ହତ୍ୟା ପରେ ବୋହିଥିବା ରକ୍ତକୁ ସରୋଜ ଏହି ଗାମୁଛାରେ ପୋଛିଥିଲା । ଏହି ଗାମୁଛାକୁ ସରୋଜର ଘରୁ ଜବତ କରାଯାଇଛି । ପରୀ ଶରୀରର ବାକି ହାଡ଼ କେଉଁଆଡେ ଗଲା ସେ ସମ୍ପର୍କିତ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ସୂଚନା ଦେଇ କହିଛନ୍ତି ଯେ, ପରୀ ଶରୀରର କୌଣସି ହାଡ଼ ଗାଏବ୍‌ ହୋଇନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟରେ କୌଣସି ହାଡ଼ ମିଳିନଥିବା କୁହାଯାଇଛି । ବିଶେଷଜ୍ଞ ଡ଼ାକ୍ତର ମାନେ ହାଡ଼ ମିଳିନଥିବା ନେଇ କିଛି କହିନାହାଁନ୍ତି । ଦେହାବଶେଷ ମିଳିବା ପରେ ଶବ ଚିହ୍ନଟ ପାଇଁ ଡିଏନଏ ଟେଷ୍ଟ କରାଯାଇଥିଲା । ଡ଼ିଏନଏ ଟେଷ୍ଟ କରିବା ପାଇଁ ଡ଼ାକ୍ତର ମାନେ କିଛି ହାଡ଼ ପଠାଇଥିଲେ । ସେହିପରି ଡ଼ଗ୍‌ ସ୍କ୍ୱାଡ୍‌ କାହିଁକି ଗନ୍ଧ ବାରିପାରିଲା ନାହିଁ ପ୍ରଶ୍ନର ଉତ୍ତରରେ ବୋଥ୍ରା କହିଛନ୍ତି ଯେ, ମାମଲାରେ ଏସଆଇଟି ଡ଼ଗ୍‌ ସ୍କ୍ୱାଡ୍‌ ବ୍ୟବହାର କରିନାହିଁ । ଅନ୍ୟପକ୍ଷେ ଆଜି ଅଭିଯୁକ୍ତ ସରୋଜର ରିମାଣ୍ଡ ଅବଧି ସରିଥିବାରୁ ପୋକସୋ କୋର୍ଟ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ, ଏସଆଇଟି ପୂର୍ବରୁ ଅଭିଯୁକ୍ତକୁ ତିନି ଦିନିଆ ରିମାଣ୍ଡରେ
ନେଇଥିଲା । ଏସଆଇଟି ପକ୍ଷରୁ ଆଜି ଅଭିଯୁକ୍ତ ସରୋଜକୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓକିଲଙ୍କୁ ସାକ୍ଷାତ କରିପାରିବେ ପ୍ରଦୀପ,  ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ

ଓକିଲଙ୍କୁ ସାକ୍ଷାତ କରିପାରିବେ ପ୍ରଦୀପ, ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ

Read More...

ରାଉରକେଲାରେ ହେବ ଦେଶର ବୃହତମ ହକି ଷ୍ଟାଡିୟମ୍‌

ରାଉରକେଲାରେ ହେବ ଦେଶର ବୃହତମ ହକି ଷ୍ଟାଡିୟମ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page