ରାଉରକେଲାରେ ହେବ ଦେଶର ବୃହତମ ହକି ଷ୍ଟାଡିୟମ୍‌

December 24, 2020, ଓଡ଼ିଶା, , Anupambharat News Bureau


ରାଉରକେଲାରେ ହେବ ଦେଶର ବୃହତମ ହକି ଷ୍ଟାଡିୟମ୍‌
Anupambharat News Bureau
December 24, 2020


ଭୁବନେଶ୍ୱର, ୨୪ା୧୨(ଅନୁପମ ମିଡ଼ିଆ): ଆସନ୍ତା ୨୦୨୩ରେ ଓଡିଶାରେ ପୁଣିଥରେ ପୁରୁଷ ହକି ବିଶ୍ୱକପ୍‌ ଆୟୋଜିତ ହେବାକୁ ଯାଉଛି । ଏହା ପୂର୍ବରୁ ସୁନ୍ଦରଗଡ ଜିଲ୍ଲାର ରାଉରକେଲା ସହରରେ ଏକ ନୂତନ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ ନିର୍ମାଣ କରାଯିବ ବୋଲି ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ୨୦ ହଜାରରୁ ଅଧିକ ଦର୍ଶକ ବସିବା ପାଇଁ ବ୍ୟବସ୍ଥା ଥିବା ଏହି ଷ୍ଟାଡିୟମ୍‌ ହେବ ଭାରତର ବୃହତମ ହକି ଷ୍ଟାଡିୟମ୍‌ ।ରାଉରକେଲାର ‘ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି’ ପରିସରରେ ୧୫ ଏକର ଜମିରେ ଏହି ଷ୍ଟାଡିୟମ୍‌ ନିର୍ମାଣ କରାଯିବ । ଏଥିରେ ସମସ୍ତ ପ୍ରକାର ଆଧୁନିକ ସୁବିଧା ରହିବ । ଆଗାମୀ ଦିନରେ ଏହି ଷ୍ଟାଡିୟମ୍‌ ଫିଲï ହକିପାଇଁ ବିଶ୍ୱର ସବୁଠୁ ଭଲ ଷ୍ଟାଡିୟମ୍‌ ଭାବେ ପ୍ରତିଷ୍ଠା ଲାଗ କରିବ । ଏହାସହ ବିଶ୍ୱସ୍ତରୀୟ ଭିତିଭୂତି ସହିତ ଏହା ରାଉରକେଲାର ନୂଆ ହକି ଷ୍ଟାଡିୟମ୍‌ ରେ ବିଶ୍ୱକପ୍‌ ଆୟୋଜନ ଜିଲ୍ଲାର ନୂଆ ପୀଢିର ଖେଳାଳିଙ୍କୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଆଜି ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଛନ୍ତି, ୨୦୨୩ରେ ସମ୍ମାନଜନକ ‘ପୁରୁଷ ହକି ବିଶ୍ୱକପ୍‌’ ଆୟୋଜନକାରୀ ଭାବେ ଓଡ଼ିଶା ପୁଣି ଥରେ ଗୌରବାନ୍ୱିତ ହେବ । ଏହି ଟୁର୍ଣ୍ଣାମେଣ୍ଟ ଭୁବନେଶ୍ୱର ଏବଂ ରାଉରକେଲାରେ ଆୟୋଜନ କରାଯିବ । ସୁନ୍ଦରଗଡ଼ ଜିଲ୍ଲା ହେଉଛି ହକି ପ୍ରତିଭାଧରଙ୍କ ଗନ୍ତାଘର । ଏହି ଜିଲ୍ଲାରୁ ଅନେକ ମହାନ୍‌ ହକି ଖେଳାଳି ଦେଶ ପାଇଁ ଗୌରବ ଆଣିଛନ୍ତି । ଭାରତୀୟ ଦଳର ନେତୃତ୍ୱ ନେଇଥିବା ଦିଲୀପ ତିର୍କୀ ଏବଂ ସୁନୀତା ଲାକ୍ରା ଆନ୍ତର୍ଜାତିକ ସ୍ତରରେ ଦେଶର
ପ୍ରତିନିଧିତ୍ୱ କରିଛନ୍ତି । ଭାରତୀୟ ହକିକୁ ସୁନ୍ଦରଗଡ଼ର ଅବଦାନ ପ୍ରତ ଶ୍ରଦ୍ଧାଞ୍ଜଳି ଜ୍ଞାପନପୂର୍ବକ ୨୦ ହଜାର ଦର୍ଶକଙ୍କ ବସିବା ଲାଗି ସାମର୍ଥ୍ୟ ଥିବା ଏକ ନୂତନ ଆନ୍ତର୍ଜାତିକ ମାନର ହକି ଷ୍ଟାଡିୟମ୍‌ ରାଉରକେଲାରେ ନିର୍ମାଣ କରିବା ପାଇଁ ଘୋଷଣା କରୁଛି । ଏହି ଷ୍ଟାଡିୟମରେ ବହୁ ଆଧୁନିକ ସୁବିଧା ରହିବ ଏବଂ ଅନନ୍ୟ ଅନୁଭୂତି ପ୍ରଦାନ କରିବ । ଆଶା, ଏହା ହକି କ୍ଷେତ୍ରରେ ବିଶ୍ୱର ସର୍ବୋତମ ସ୍ଥାନ ଭାବେ ବିବେଚିତ ହେବ । ନିକଟରେ ରାଜ୍ୟ ସରକାର, ଆନ୍ତର୍ଜାତିକ ହକି ଫେଡେରେସନ୍‌, କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଏବଂ ହକି ଇଣ୍ଡିଆର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଉରକେଲା ଗସ୍ତ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପରୀ ମାମଲା, ସରୋଜ ଦେଖାଇଲା ହତ୍ୟାର ଡେମୋ, ଗାମୁଛା ଦେବ ବଡ଼ ପ୍ରମାଣ: ବୋଥ୍ରା , ରିମାଣ୍ଡ ଶେଷ ପରେ ଜେଲ୍‌ ଗଲା ଅଭିଯୁକ୍ତ

ପରୀ ମାମଲା, ସରୋଜ ଦେଖାଇଲା ହତ୍ୟାର ଡେମୋ, ଗାମୁଛା ଦେବ ବଡ଼ ପ୍ରମାଣ: ବୋଥ୍ରା , ରିମାଣ୍ଡ ଶେଷ ପରେ ଜେଲ୍‌ ଗଲା ଅଭିଯୁକ୍ତ

Read More...

ଭିତରକନିକାରେ ଖୋଲିଲା ଅରଣ୍ୟ ନିବାସ

ଭିତରକନିକାରେ ଖୋଲିଲା ଅରଣ୍ୟ ନିବାସ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page