ଓକିଲଙ୍କୁ ସାକ୍ଷାତ କରିପାରିବେ ପ୍ରଦୀପ, ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ

December 24, 2020, ଓଡ଼ିଶା, , Anupambharat News Bureau


ଓକିଲଙ୍କୁ ସାକ୍ଷାତ କରିପାରିବେ ପ୍ରଦୀପ,  ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ
Anupambharat News Bureau
December 24, 2020


ଭୁବନେଶ୍ୱର, ୨୪ା୧୨(ଅନୁପମ ମିଡ଼ିଆ): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜେଲରେ ଓକିଲଙ୍କ ସହିତ ସାକ୍ଷାତକାର ପାଇଁ ଅନୁମତି ଦେବାକୁ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ସେ ନିଜ ମାମଲା ବାବଦରେ ଓକିଲଙ୍କ ସହିତ ଆଲୋଚନା କରି ପାରିବେ । ଏ ସମ୍ପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟର ଖଣ୍ଡପୀଠ ଏହି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଝାରପଡା ସ୍ୱତନ୍ତ୍ର କାରାଗାରରେ
ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଦାୟର କରିଥିବା ଆବେଦନରେ ଦର୍ଶାଇଥିଲେ ଯେ, ତାଙ୍କୁ ଓକିଲଙ୍କ ସହିତ ସାକ୍ଷାତକାର ପାଇଁ ଅନୁମତି ଦିଆଯାଉ ନାହିଁ । ଏହା ଦ୍ୱାରା ସେ ଓକିଲଙ୍କ ସହିତ ପରାମର୍ଶ କରି ପାରୁ ନାହାନ୍ତି ବୋଲି ସେ ଏଥିରେ ଉଲ୍ଲେଖ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୧ ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ

୧୧ ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ

Read More...

ପରୀ ମାମଲା, ସରୋଜ ଦେଖାଇଲା ହତ୍ୟାର ଡେମୋ, ଗାମୁଛା ଦେବ ବଡ଼ ପ୍ରମାଣ: ବୋଥ୍ରା , ରିମାଣ୍ଡ ଶେଷ ପରେ ଜେଲ୍‌ ଗଲା ଅଭିଯୁକ୍ତ

ପରୀ ମାମଲା, ସରୋଜ ଦେଖାଇଲା ହତ୍ୟାର ଡେମୋ, ଗାମୁଛା ଦେବ ବଡ଼ ପ୍ରମାଣ: ବୋଥ୍ରା , ରିମାଣ୍ଡ ଶେଷ ପରେ ଜେଲ୍‌ ଗଲା ଅଭିଯୁକ୍ତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page