ଚାରି ଦିନ ଯାଏଁ ତାତିରୁ ନିସ୍ତାର ନାହିଁ

May 19, 2019, ଓଡ଼ିଶା, , Anupambharat News Bureau


ଚାରି ଦିନ ଯାଏଁ ତାତିରୁ ନିସ୍ତାର ନାହିଁ
Anupambharat News Bureau
May 19, 2019

ଭୁବନେଶ୍ୱର,୧୮ ।୫ (ଅନୁପମ ମିଡିଆ): ତାତିରୁ ମିଳିବନି ତ୍ରାହି । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ , ଅସହ୍ୟ ତାତି ଓ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ କରିଲାଣି । ଆଗାମୀ ଚାରି ଦିନ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିବ । ବରଂ ତାତି ଆହୁରି ବଢିପାରେ । କେବଳ ପଶ୍ଚିମ ଓଡିଶା ନୁହେଁ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ ମଧ୍ୟ ତାତି ବୃଦ୍ଧି ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଶନିବାର ପୂର୍ବାନୁମାନ କରିଛି । ତେବେ କେତେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଥିବାରୁ ସମ୍ପୃକ୍ତ ସ୍ଥାନରେ ତାପମାତ୍ରା କମ୍‌ ରହିପାରେ । ପ୍ରଚଣ୍ଡ ରୌଦ୍ରତାପରେ ସିଝୁଛି ସାରା ଓଡ଼ିଶା । ଅସହ୍ୟ ଖରା ଯୋଗୁଁ ଦିନ ବେଳେ ଘରୁ ବାହାରିବା ଏକ ପ୍ରକାର ଅସମ୍ଭବ ହୋଇଯାଉଛି । ଦିନ ୧୧ଟା ବେଳକୁ ରାସ୍ତା ଘାଟ ଓ ବଜାର ଜନଶୂନ୍ୟ ହୋଇଯାଉଛି । ଗତକାଲି ୧୦ ଟି ସହରର ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଥିଲା । ଟିଟିଲାଗଡରେ ସର୍ବାଧିକ ୪୫.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଆଗକୁ ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରୀ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିର ପ୍ରକୋପ ଜାରି ରହିବ । ଆଗାମୀ ଚାରି ଦିନ ରାଜ୍ୟରେ ଖରା ଓ ତାପମାତ୍ରା ବୃଦ୍ଧି ପାଇବ । ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ ଡ଼ିଗ୍ରୀ ଟପିବ । ଟିଟିଲାଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ସମ୍ବଲପୁର ଓ ସୋନପୁରରେ ତାତି ବଢିବ । କାଲିଠାରୁ ଉପକୂଳ ଓଡ଼ିଶାରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇବ । କଟକ ଏବଂ ଭୂବନେଶେ୍ୱରରେ ତାପମାତ୍ରା ୪୦ଡିଗ୍ରୀରୁ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଓ ନେତା ସବ୍ୟସାଚୀଙ୍କୁ ଆଜୀବନ ସଜା

ମାଓ ନେତା ସବ୍ୟସାଚୀଙ୍କୁ ଆଜୀବନ ସଜା

Read More...

ପୁରୀର ବାତ୍ୟା କ୍ଷତିଗ୍ରସ୍ତଙ୍କୁ ମିଳିବ ଅତିରିକ୍ତ ହଜାରେ

ପୁରୀର ବାତ୍ୟା କ୍ଷତିଗ୍ରସ୍ତଙ୍କୁ ମିଳିବ ଅତିରିକ୍ତ ହଜାରେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page