ମାଓ ନେତା ସବ୍ୟସାଚୀଙ୍କୁ ଆଜୀବନ ସଜା

May 19, 2019, ଓଡ଼ିଶା, , Anupambharat News Bureau


ମାଓ ନେତା ସବ୍ୟସାଚୀଙ୍କୁ ଆଜୀବନ ସଜା
Anupambharat News Bureau
May 19, 2019

ବ୍ରହ୍ମପୁର,୧୮ ।୫(ଅନୁପମ ମିଡ଼ିଆ) : ମାଓ ନେତା ସୁନୀଲ ଓରଫ୍‌ ସବ୍ୟସାଚୀ ପଣ୍ଡାଙ୍କୁ ଆଜି ବ୍ରହ୍ମପୁରସ୍ଥିତ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ (୧) ସଞ୍ଜୟ କୁମାର ସାହୁ ଦେଶ ଦ୍ରୋହ, ବେଆଇନ୍‌ ମାରଣାସ୍ତ୍ର ଗଚ୍ଛିତ ଓ ଅନ୍ୟାନ୍ୟ ଗୁରୁତର ମାମଲାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି । ସବ୍ୟସାଚୀ ଗଞ୍ଜମ, ଗଜପତି, ରାୟଗଡ଼ା, ନୟାଗଡ଼ ଆଦି ଅଞ୍ଚଳରେ ବହୁ ହତ୍ୟା, ଡକାୟତି, ଲୁଟ୍‌, ପୋଡ଼ାଜଳା ଆଦି ବହୁ ଘଟଣାରେ ସମ୍ପୃକ୍ତ ଥିବା ନେଇ ପୋଲିସ ରେକର୍ଡରେ ଦର୍ଶାଯାଇଥିବାବେଳେ ତାଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତୁହାକୁ ତୁହା ଚଢ଼ଉ, ବିଭିନ୍ନ ସ୍ଥାନରେ କୁମ୍ବିଂ ଅପରେସନ୍‌ କରାଯାଇଥିଲେ ମଧ୍ୟ ସେ ଖସି ଯାଉଥିଲେ । ତେବେ ସୁନୀଲ ଓରଫ୍‌ ସବ୍ୟସାଚୀ ବ୍ରହ୍ମପୁର ମଙ୍ଗଳବାର ପେଟା ସାହିସ୍ଥିତ ଏ.ଚନ୍ଦ୍ରାରାଓଙ୍କ ଘରେ ଭଡ଼ାରେ ରହୁଥିବା ନେଇ ତତ୍କାଳୀନ ଡିଆଇଜି ଅମିତାଭ୍‌ ଠାକୁର ଓ ଏସ୍‌ପି ଅନିରୁଦ୍ଧ ସିଂ ଖବର ମିଳିଥିଲା । ଉକ୍ତ ସୂଚନା କ୍ରମେ ୨୦୧୪ ଜୁଲାଇ ୧୮ ତାରିଖ ମଧ୍ୟରାତିରେ ଅଚାନକ ତତ୍କାଳୀନ ଏସ୍‌ପି ଅନିରୁଦ୍ଧ ସିଂ, ବଡ଼ବଜାର ଥାନା ଆଇଆଇସି ଅନୀଲ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ପୋଲିସ୍‌ ଟିମ୍‌ ତୁରନ୍ତ ମଙ୍ଗଳବାର ପେଟାସ୍ଥିତ ସବ୍ୟସାଚୀ ରହୁଥିବା ଭଡ଼ାଘରେ ଚଢ଼ଉ କରିଥିଲେ । ଉକ୍ତ ସମୟରେ ପୋଲିସ ପକ୍ଷରୁ ବ୍ୟାପକ ଯାଞ୍ଚ ବେଳେ ସବ୍ୟସାଚୀ ପଣ୍ଡା ଖୋଦ୍‌ ଏସ୍‌ପି ସିଂଙ୍କ ହାତରେ ଧରାପଡ଼ିଥିଲେ । ପରେ ତାଙ୍କ ଭଡ଼ାଘରେ ପୋଲିସ ପକ୍ଷରୁ ଯାଞ୍ଚ କରାଯାଇ ଗୋଟିଏ ଗୁଳିଭରା ରିଭଲ୍‌ବର୍‌, ୮୦୦ ଗ୍ରାମ ସୁନାଗହଣା, ନଗଦ ଦୁଇ ଲକ୍ଷ ଏଗାର ହଜାର ଟଙ୍କା ଓ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଥିଲେ । ଏ ନେଇ ବଡ଼ବଜାର ଥାନାରେ ବିଭିନ୍ନ ସଙ୍ଗୀନ୍‌ ତଥା ଦେଶ ଦ୍ରୋହ ଭଳି ଦଫା ଲଗାଇ ତାଙ୍କୁ କୋର୍ଟକୁ ଚାଲାଣ କରାଯାଇଥିଲା । ଏହା ପରେ ପୋଲିସ ପକ୍ଷରୁ ତାଙ୍କ ବିରୁଦ୍ଧରେ ଗଞ୍ଜାମ ରାୟଗଡ଼ା, ଗଜପତି, ନୟାଗଡ଼ ଆଦି ଜିଲ୍ଲାରେ ସଂଘଟିତ ୧୩୪ଟି ମାଓ ହାମଲା ମାମଲାରେ ତାଙ୍କୁ ଜଡ଼ିତ କରାଯାଇଥିବା ଅଭିଯୋଗ ହୋଇଥିଲେ ହେଁ, ଏ ମଧ୍ୟରେ ୫୨ଟି ମାମଲାରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।
ତେବେ ବ୍ରହ୍ମପୁରସ୍ଥିତ ଭଡ଼ାଘରେ ବହୁ ଗହଣା, ନଗଦ ଟଙ୍କା, ମାରଣାସ୍ତ୍ର ସହ ବହୁ ଆପତ୍ତିଜନକ ସାମଗ୍ରୀ ସହ ଧରାପଡ଼ିବା ପରେ ପୋଲିସ ପକ୍ଷରୁ ତାଙ୍କ ବିରୁଦ୍ଧରେ ୩୫୩, ୧୨୧, ୧୨୧ଏ, ୨୫(୧-ବି)(ଏ) ଅଫ୍‌ ଦି ଆର୍ମ ଆକଫ ୧୯୫୯, ୨୭(୧) ଆର୍ମ ଆକଫ, ୧୨୧(ଏ), ୧୨୧ରେ ମାମଲା ରୁଜୁ କରାଯାଇଥିଲା । ତତ୍କାଳୀନ ବଡ଼ବଜାରଥାନା ଆଇଆଇସି ଅନୀଲ ମହାନ୍ତି ଉକ୍ତ ମାମଲାର ତଦନ୍ତ ଚଳାଇ ଅଭିଯୁକ୍ତ ସବ୍ୟସାଚୀଙ୍କୁ ଗିରଫ କରି କୋର୍ଟଚାଲାଣ କରାଯିବା ସହ ତାଙ୍କ ବିରୁଦ୍ଧରେ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରାଯାଇଥିଲା । ଉକ୍ତ ଚାର୍ଜସିଟ୍‌କୁ ଭିତ୍ତକରି ମାମଲାର ଶୁଣାଣି ପ୍ରାୟ ୫ବର୍ଷଧରି ଚାଲିବା ପରେ ଆଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ (୧) ସଞ୍ଜୟ କୁମାର ସାହୁ ଆଜି ତାଙ୍କ ଚୂଡ଼ାନ୍ତ ରାୟ ପ୍ରକାଶ କରି ସର୍ବିଶେଷ ପ୍ରମାଣ ପାଇ ଅଭିଯୁକ୍ତ ସବ୍ୟସାଚୀ ଓରଫ ସୁନୀଲଙ୍କୁ ଦଫା ୧୨୧ରେ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା, ୩୫୩ରେ ଦୁଇ ବର୍ଷ ଜେଲ୍‌, ୨୫(୧-ବି)(ଏ) ଅଫ୍‌ ଦି ଆର୍ମ ଆକଫ ୧୯୫୯ରେ ଦୁଇ ବର୍ଷ ଜେଲ୍‌ ଓ ୧୦ ହଜାର ଟଙ୍କା ଜୋରିମାନା, ୨୭(୧) ଆର୍ମ ଆକଫ ୫ବର୍ଷ ଜେଲ ଓ ୧୦ ହଜାଣ ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ମାମଲାରେ ସରକାରଙ୍କ ପକ୍ଷରୁ ସହଯୋଗୀ ପବ୍ଲିକ୍‌ ପ୍ରସିକୁ୍ୟଟର୍‌ ଜ୍ଞାନେନ୍ଦ୍ରନାଥ ଜେନା ପରିଚାଳନା କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପଞ୍ଚାୟତ କାର୍ଯ୍ୟାଳୟକୁ ଭାଙ୍ଗିଦେଲେ ମାଓବାଦୀ

ପଞ୍ଚାୟତ କାର୍ଯ୍ୟାଳୟକୁ ଭାଙ୍ଗିଦେଲେ ମାଓବାଦୀ

Read More...

ଚାରି ଦିନ ଯାଏଁ ତାତିରୁ ନିସ୍ତାର ନାହିଁ

ଚାରି ଦିନ ଯାଏଁ ତାତିରୁ ନିସ୍ତାର ନାହିଁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page