ମାସ୍କ ପିନ୍ଧିଲେ କ’ଣ କରୋନା ହେବନି ?

June 07, 2020, ଦେଶ, , Anupambharat News Bureau


ମାସ୍କ ପିନ୍ଧିଲେ କ’ଣ କରୋନା ହେବନି ?
Anupambharat News Bureau
June 07, 2020

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ନୂଆ ମାର୍ଗଦର୍ଶନ ଜାରିକରିଛନ୍ତି । ଏଥିରେ ସାର୍ବଜନିକ ସ୍ଥାନକୁ ଯାତାୟାତ ହେଉଥିବା ଲୋକଙ୍କୁ ୩ ପରସ୍ତ ନନ୍‌ ମେଡିକାଲ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ।
ଏହା ଦ୍ୱାରା ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ ଅଧିକ ସୁଗମ ହେବ ବୋଲି ଡବ୍ଲୁଏଚଓ ଆଶାବ୍ୟକ୍ତ କରିଛନ୍ତି । ସେହିପରି ୬୦ ବର୍ଷରୁ ଅଧିକ ବୟସ୍କ ଲୋକେ ଯେଉଁମାନଙ୍କର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଅଛି ସେମାନେ ମେଡିକାଲ ମାସ୍କ ବ୍ୟବହାର କରିବା ଆବଶ୍ୟକ ବୋଲି ନୂଆ ଗାଇଡଲାଇନରେ କୁହାଯାଇଛି । ସେହିପରି ଯେଉଁ ସବୁ ଅଞ୍ଚଳରେ ଭୂତାଣୁ ସଂକ୍ରମଣ ହେଉଛି ସେଠାରେ ଲୋକଙ୍କୁ ମାସ୍କ ବ୍ୟବହାର ଲାଗି ଉତ୍ସାହିତ କରିବା ନିମନ୍ତେ ମଧ୍ୟ ଗାଇଡଲାଇନରେ କୁହାଯାଇଛି । ଏହା ଦ୍ୱାରା ଛିଙ୍କ, କାଶ ଓ ଶିଙ୍ଗାଣୀରେ ଭୂତାଣୁ ବ୍ୟାପିବାର ଆଶଙ୍କା ହ ୍ରାସ ହେବ ବୋଲି କୁହାଯାଇଛି । ସେହିପରି ଯେଉଁ ସବୁ ସ୍ଥାନରେ ସାମାଜିକ ଦୂରତା ଅବଲମ୍ବନ ସମ୍ଭବ ହେଉନି ଯେପରିକି ବସ୍‌, ମେଟ୍ରୋ, ଲୋକାଲ ଟ୍ରେନ, ବିମାନ ଆଦିରେ ୩ ପରସ୍ତ ଖଦି କପଡାରେ ପ୍ରସ୍ତୁତ ମାସ୍କ ନିରାପତ୍ତା ସୁନିଶ୍ଚିତ କରିପାରିବ ବୋଲି ଡବ୍ଲୁଏଚଓ ଆଶାବ୍ୟକ୍ତ କରିଛନ୍ତି । ଏବେ ସାର୍ବଜନିକ ସ୍ଥାନରେ ପେସ୍‌ ମାସ୍କ ବ୍ୟବହାର ବାଧ୍ୟତାମୂଳକ । ଏଥିରେ ଭାରତ ସମେତ ସିଙ୍ଗାପୁର, ଫ୍ରାନ୍ସ, ସ୍ପେନ, ଜର୍ମାନୀ ଓ ଆର୍ଜେଣ୍ଟିନା ଆଦି ଦେଶଙ୍କ ଲାଗି ଏଭଳି ମାସ୍କର ବ୍ୟବହାର ଜରୁରି ବୋଲି ମାର୍ଗଦର୍ଶନରେ କୁହାଯାଇଛି । ତେବେ ଯେଉଁମାନେ ଖଦି କପଡାରେ ମାସ୍କପ୍ରସ୍ତୁତ କରି ପିନ୍ଧୁଛନ୍ତି ସେମାନେ ମାସ୍କକୁ ଏପରି ପ୍ରସ୍ତୁତ କର;ୁ, ଯେପରି ତରଳକୁ ଅବଶୋଷ କରିପାରୁଥିବା ପାଶ୍ୱର୍ ମୁହଁ ଓ ନାକ ପଟକୁ ରହୁଥିବ । ସେହିପରି ମାସ୍କ ବ୍ୟବହାର କରିବା ବେଳେ ବାରମ୍ବାର ଏହାକୁ ହାତ ଲଗାଇ ସଜାଡିବାକୁ ଚେଷ୍ଟା କର;ୁନି । ଏପରି କରିବା ଦ୍ୱାରା ହାତରୁ ମାସ୍କରେ ଭୂତାଣୁ ଲାଗି ମୁହଁକୁ ସଂକ୍ରମିତ କରିବେ । ଏହା ପୂର୍ବରୁ ସ୍ୱାସ୍ଥ୍ୟ ସଙ୍ଗଠନ ସୁସ୍ଥ ଲୋକେ ଓ ସ୍ୱାସ୍ଥ୍ୟକର୍ମୀଙ୍କ ମାସ୍କ ବ୍ୟବହାର ନେଇ ଏତେଟା ଗୁରୁତ୍ୱ ଦେଇନଥିଲେ । ହେଲେ ଏବେ ମାସ୍କ ଦ୍ୱାରା ହିଁ କରୋନାକୁ ଆୟତ୍ତ କରିବା ସମ୍ଭବ ବୋଲି ଜଣାପଡିବା ପରେ ଏଥିପ୍ରତି ଲୋକଙ୍କୁ ସତର୍କ ହେବା ଲାଗି ପରାମର୍ଶ ଦେଇଛନ୍ତି । ତେବେ କେବଳ ମାସ୍କ ପିନ୍ଧିବା ଯୋଗୁ ଆମେ ଆମକୁ କରୋନାରୁ ମୁକ୍ତ ରଖିପାରିବା ତାର ଗ୍ୟାରେଣ୍ଟି ନାହିଁ । ଏଣୁ ସର୍ବସାଧାରଣ ସ୍ଥଳରେ ସାମାଜିକ ଦୂରତା ସାଙ୍ଗକୁ ନିଜର ପରିସ୍କାର ପରିଛନ୍ନତା ପ୍ରତି ମଧ୍ୟ ଯତ୍ନବାନ ହେବା ଆବଶ୍ୟକ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଦେଶର ସମସ୍ତ ସ୍କୁଲ-କଲେଜ ବନ୍ଦ

ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଦେଶର ସମସ୍ତ ସ୍କୁଲ-କଲେଜ ବନ୍ଦ

Read More...

ବିଶ୍ୱ ପରିବେଶ ଦିବସରେ ଶ୍ରୀ ମେଟାଲିକ୍ସ କାରଖାନାରେ ବୃକ୍ଷରୋପଣ

ବିଶ୍ୱ ପରିବେଶ ଦିବସରେ ଶ୍ରୀ ମେଟାଲିକ୍ସ କାରଖାନାରେ ବୃକ୍ଷରୋପଣ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page