ବିଶ୍ୱ ପରିବେଶ ଦିବସରେ ଶ୍ରୀ ମେଟାଲିକ୍ସ କାରଖାନାରେ ବୃକ୍ଷରୋପଣ

June 06, 2020, ଓଡ଼ିଶା, କେନ୍ଦୁଝର, Anupambharat News Bureau


ବିଶ୍ୱ ପରିବେଶ ଦିବସରେ ଶ୍ରୀ ମେଟାଲିକ୍ସ କାରଖାନାରେ ବୃକ୍ଷରୋପଣ
Anupambharat News Bureau
June 06, 2020

କେନ୍ଦୁଝର, ୬ା୬: ବିଶ୍ୱ ପରିବେଶ ଦିବସରେ ବାଂଶପାଳ ବ୍ଲକ ଅଁରାସ୍ଥିତ ଶ୍ରୀ ମେଟାଲିକ୍ସ ଲିଃ କାରଖାନାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ସମଗ୍ର ବିଶ୍ୱରେ ପରିବେଶ ସୁରକ୍ଷା ଚିନ୍ତାର କାରଣ ହୋଇଛି । ଯାହା ଫଳରେ ପରିବେଶ ପ୍ରଦୂଷିତ ହେଉଛି ଏବଂ ଭବିଷ୍ୟତରେ ମାନବ ସମାଜ ତିଷ୍ଠି ରହିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ମାନବ ସମାଜ ଓ ପ୍ରକୃତି ପରିବେଶ ପରସ୍ପର ପରିପୂରକ । ମାନବ ସମାଜର ସମୃଦ୍ଧି ପାଇଁ ସୁସ୍ଥ ପରିବେଶ ନିହାତି ଆବଶ୍ୟକ । ପରିବେଶ ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷରୋପଣ ଜରୁରୀ ବୋଲି କମ୍ପାନୀର ବରିଷ୍ଠ ଉପସଭାପତି ସରୋଜ ବିଶ୍ୱାଳଙ୍କ ଏହି ଅବସରରେ ପ୍ରକାଶ କରିଥିଲେ । କମ୍ପାନୀ ପରିସରରେ ଆମ୍ବ,ବଉଳ,ସିମାରୁଆ,କଦମ୍ବ,ରାଧାଚୁଡା,ନିମ୍ବ,ଜାମୁ ଆଦି ବିଭିନ୍ନ ପ୍ରଜାତିର ବୃକ୍ଷରୋପଣ କରାଯାଇଥିଲା । କମ୍ପାନୀର ବରିଷ୍ଠ ଉପସଭାପତି ସରୋଜ ବିଶ୍ୱାଳ ପ୍ରତ୍ୟକ୍ଷ ତ‰ାବଧାନରେ ଜିଏମ ଏଚ୍‌ଆର(ପ୍ରଶାସନ) ଶିଶିର କୁମାର ରାଉତ,ଏଭିପି (ବୈଷୟିକ) ସଂଜିତ୍‌ ଶତପଥି,ଏଜିଏମ ଅବନୀ ବିଶ୍ୱାଳ,ସିନିୟର ମ୍ୟାନେଜର (ଅପରେସନ) ଜ୍ଞାନରଞ୍ଜନ ସ୍ୱାଇଁ,ସିନିୟର ମ୍ୟାନେଜର(ପରଚେଜ୍‌ ଏଣ୍ଡ ଷ୍ଟୋର) ସୁଶିଲ କୁମାର ଭୂୟାଁ,ଇଲେକଫ୍ରିକାଲ ହେଡ୍‌ ଭଜହରି ଦାସ,ମେକାନିକାଲ ହେଡ୍‌ ସାହିଲ ପାଣିଗ୍ରାହୀ,ଲଜିଷ୍ଟିକ ହେଡ୍‌ ବିନୋଦ ମହାନ୍ତି ପ୍ରମୁଖ ବୃକ୍ଷରୋପଣ କରିଥିଲେ । ବର୍ଷା ଦିନ ପୂର୍ବରୁ କମ୍ପାନୀକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାଶ୍ୱର୍ରେ କମ୍ପାନୀ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ କରାଯିବ ବୋଲି ଜଣାପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାସ୍କ ପିନ୍ଧିଲେ କ’ଣ କରୋନା ହେବନି ?

ମାସ୍କ ପିନ୍ଧିଲେ କ’ଣ କରୋନା ହେବନି ?

Read More...

ଅକେଫାବର ୪ରେ ସିଭିଲ୍‌ ପ୍ରିଲିମ୍‌ ପରୀକ୍ଷା

ଅକେଫାବର ୪ରେ ସିଭିଲ୍‌ ପ୍ରିଲିମ୍‌ ପରୀକ୍ଷା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page