ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଦେଶର ସମସ୍ତ ସ୍କୁଲ-କଲେଜ ବନ୍ଦ

June 07, 2020, ଦେଶ, , Anupambharat News Bureau


ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଦେଶର ସମସ୍ତ ସ୍କୁଲ-କଲେଜ ବନ୍ଦ
Anupambharat News Bureau
June 07, 2020

ନୂଆଦିଲ୍ଲୀ: କରୋନା ସଙ୍କଟ କାରଣରୁ ଦେଶର ଶିକ୍ଷା ବ୍ୟବସ୍ଥା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି । କେନ୍ଦ୍ର ସରକାରଙ୍କ ଯେବେ ନିଷ୍ପତ୍ତି ନେବେ ତା’ପରେ ସ୍କୁଲ-କଲେଜ୍‌ ଖୋଲିବ । ସେତେବେଳ ପର୍ଯ୍ୟନ୍ତ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । କରୋନା ଭାଇରସ୍‌ ଲକ୍‌ଡାଉନ୍‌ କାରଣରୁ ମାର୍ଚ୍ଚ ମାସରୁ ସ୍କୁଲ-କଲେଜ୍‌ ବନ୍ଦ ରହିଛି । ହେଲେ ଅଗଷ୍ଟ ମାସରେ ସ୍କୁଲ-କଲେଜ୍‌ ଖୋଲିବାର ସମ୍ଭାବନା ରହିଛି । ଦେଶର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ବିବିସିକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ସମଗ୍ର ଦେଶରେ ବନ୍ଦ ରହିଥିବା ଶିକ୍ଷାନୁଷ୍ଠାନ ଅଗଷ୍ଟ ପରେ ଖୋଲା ଯାଇପାରେ । କିନ୍ତୁ ଦେଶରେ କରୋନା ସ୍ଥିତି ଯଦି ପୁରା ଠିକ୍‌ ନ ହୁଏ ତେବେ ଛୁଟି ମଧ୍ୟ ଆଗକୁ ଆହୁରୀ ବଢ଼ିପାରେ । ପୂରା ଦେଶରେ ମାର୍ଚ୍ଚ ୧୬ରୁ ସ୍କୁଲ ଓ କଲେଜ୍‌ ବନ୍ଦ ରହିଛି । ସମଗ୍ର ଦେଶର ପ୍ରାୟ ୩୩ କୋଟି ଛାତ୍ର ସଂପ୍ରତି ଏହି ଭ୍ରମରେ ପଡି ଯାଇଛନ୍ତି ଯେ, କେବେ ସ୍କୁଲ ଖୋଲିବ । ସେମାନେ ସ୍କୁଲ-କଲେଜ୍‌ କେବେ ଖୋଲିବା ତାହା ଶୁଣିବାକୁ ଅପେକ୍ଷା କରି ରହିଛନ୍ତି । ମେ ମାସରେ ମିଳିଥିବା ଏକ ରିପୋର୍ଟ ଅନୁସାରେ ଏହା କୁହାଯାଉଥିଲା ଯେ, ସ୍କୁଲ ଓ କଲେଜ୍‌ ଜୁଲାଇ ମାସରେ ଖୋଲା ଯାଇପାରେ । ଏହି ସମୟରେ ଶିକ୍ଷାନୁଷ୍ଠାନ ଗୁଡିକରେ ୩୦ ପ୍ରତିଶତ ଛାତ୍ର-ଛାତ୍ରୀ ଉପସ୍ଥିତ ରହି ପାରନ୍ତି ବୋଲି କୁହାଯାଉଥିଲା । ଏହା ସହିତ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ଘରେ ରହିବେ । ଏହା ମଧ୍ୟ କୁହାଯାଉଥିଲା ଗ୍ରୀନ ଓ ଅରେଞ୍ଜ ଜୋନ୍‌ରେ ଶିକ୍ଷାନୁଷ୍ଠାନକୁ ଖୋଲି ଦିଆଯିବ । ଏହି ସମୟରେ ସାମାଜିକ ଦୂରତା ନିୟମ କଡାକଡି ପାଳନ କରାଯିବ । ଏହା ବ୍ୟତୀତ ସ୍କୁଲର ସଞ୍ଚାଳନ ଦିନକୁ ଦୁଇଟି ପର୍ଯ୍ୟାୟରେ ହେବ । ଇଣ୍ଡିଆ ଟୁଡେର ଖବର ଅନୁଯାୟୀ, ଦେଶର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ରମେଶ ପୋଖରିୟାଲ ନିଶଙ୍କ କହିଛନ୍ତି, ସ୍କୁଲ ଅଗଷ୍ଟ ମାସ ପରେ ଖୋଲିପାରେ । ଏହି ମାମଲାରେ ଛାତ୍ର, ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ଭ୍ରମାତ୍ମକ ସ୍ଥିତି ଲାଗି ରହିଛି । କି;ୁ ନିଶଙ୍କ କହିଛନ୍ତି ସ୍କୁଲ ଓ କଲେଜକୁ ଅଗଷ୍ଟ ପରେ ପୁଣି ଥରେ ଖୋଲି ଦିଆଯିବ । ହୋଇପାରେ ଅଗଷ୍ଟ ମାସ ପରେ ସ୍କୁଲ-କଲେଜ୍‌ ଖୋଲା ଯାଇପାରେ । ମାନବ ସମ୍ବଳ ମନ୍ତ୍ରୀ କହିଛନ୍ତି, ଆମେ ଉଦ୍ୟମ କରୁଛୁ ଯେ, ଅଗଷ୍ଟ ୧୫ ସୁଦ୍ଧା ସବୁ ପରୀକ୍ଷାର ସବୁ ରେଜଲଫ ଘୋଷଣା ହୋଇଯାଉ । ତେଣୁ ଆମେ ଆଶା କରୁଛୁ ଅଗଷ୍ଟ ମାସ ପରେ ରେ ସ୍କୁଲ-କଲେଜ ଖୋଲିଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହିଳାଙ୍କ ପାଇଁ ନର୍କ ପାଲଟିଛି ମେକ୍ସିକୋ

ମହିଳାଙ୍କ ପାଇଁ ନର୍କ ପାଲଟିଛି ମେକ୍ସିକୋ

Read More...

ମାସ୍କ ପିନ୍ଧିଲେ କ’ଣ କରୋନା ହେବନି ?

ମାସ୍କ ପିନ୍ଧିଲେ କ’ଣ କରୋନା ହେବନି ?

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page