ଲକ୍‌ଡ଼ାଉନ୍‌ ବଢ଼ିବା ନେଇ ପିଏମ୍‌ଙ୍କ ସଙ୍କେତ

April 08, 2020, ଦେଶ, , Anupambharat News Bureau


ଲକ୍‌ଡ଼ାଉନ୍‌ ବଢ଼ିବା ନେଇ ପିଏମ୍‌ଙ୍କ ସଙ୍କେତ
Anupambharat News Bureau
April 08, 2020

ନୂଆଦିଲ୍ଲୀ,୮ା୪: ସମଗ୍ର ବିଶ୍ୱରେ କରୋନା ମହାମାରୀ ଭୟଙ୍କର ରୂପ ଧାରଣ କରିଛି । ଏହା ଚୀନ୍‌ରୁ ଆରମ୍ଭ ହୋଇ ଗୋଟିଏ ପରେ ଗୋଟିଏ ୨୦୮ ରାଷ୍ଟ୍ରକୁ ବ୍ୟାପି ଯାଇଛି । ଭାରତରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଏହାର ମୁକାବିଲା ପାଇଁ ସାମାଜିକ ଦୂରତା ହିଁ ଏକମାତ୍ର ବିକଳ୍ପ ଭାବେ ଗ୍ରହଣ କରାଯାଇ କେନ୍ଦ୍ର ସରକାର ଦେଶକୁ ସମ୍ପୂର୍ଣ୍ଣ ତାଲାବନ୍ଦ କରିବା ପାଇଁ ୨୧ ଦିନିଆ ଲକ୍‌ଡ଼ାଉନ୍‌ ଘୋଷଣା କରିଦେଇଛନ୍ତି । ଏହି ଲକ୍‌ଡ଼ାଉନ୍‌ ଅବଧିରେ ସାଧାରଣ ଜୀବନଯାତ୍ରା ଏକ ପୃଥକ ଢ଼ଙ୍ଗରେ ଗତି କରିବାରେ ଲାଗିଛି । ଦେଶରେ ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଦୁର୍ବଳ ହୋଇପଡିଛି । ସମଗ୍ର ଦେଶବ୍ୟାପି ନଗରୀ ଗୁଡିକର ମୁଖ୍ୟ ସଡ଼କ ଗୁଡିକ ଏବେ ଜନଶୂନ୍ୟରେ ପରିଣତ ହୋଇଛି । ତେବେ ଆକ୍ରାନ୍ତଙ୍କ ସଂଖ୍ୟା କିନ୍ତୁ ଭାରତରେ ବୃଦ୍ଧି ପାଇଁ ୫୧୯୪କୁ ପହଞ୍ଚିଛି ଏବଂ ମୃତକଙ୍କ ସଂଖ୍ୟା ୧୪୯କୁ ସ୍ପର୍ଶ କରିଛି । ଏଭଳି ସ୍ଥିିତିରେ କରୋନାର ମୁକାବିଲା ପାଇଁ ବହୁ ରାଜ୍ୟ ସରକାର ଲକ୍‌ଡ଼ାଉନ୍‌ର ଅବଧିକୁ ବୃଦ୍ଧି କରାଯାଉ ବୋଲି ଗତକାଲି ପ୍ରସ୍ତାବ ଦେଇଥିଲେ । ମନ୍ତ୍ରୀସ୍ତରୀୟ ବୈଠକରେ ମଧ୍ୟ ଶିକ୍ଷାନୁଷ୍ଠାନ ଓ ଧାର୍ମିକ ସମ୍ମିଳନୀ ଗୁଡିକୁ ବନ୍ଦ ରଖିବାକୁ ସୁପାରିଶ କରାଯାଇଥିଲା । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପରିସ୍ଥିତିରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସର୍ବଦଳୀୟ ବୈଠକ ଡ଼କାଇ ଭିଡ଼ିଓ କନ୍‌ଫର୍‌ରେନ୍ସିଂ ମାଧ୍ୟମରେ ସମସ୍ତ ଦଳୀୟ ନେତା ମାନଙ୍କ ସହିତ କଥା ହୋଇଛନ୍ତି । ପ୍ରଥମେ ମନୁଷ୍ୟ ଜୀବନର ସୁରକ୍ଷା ଉପରେ ସରକାର ପ୍ରାଧାନ୍ୟତା ଦେବେ ଏହାହିଁ ଏକ ରାଷ୍ଟ୍ରର ମୁଖ୍ୟ କର୍ତ୍ତବ୍ୟ ବୋଲି ପ୍ରଧାନମନ୍ତ୍ରୀ ବୋଲି ସମସ୍ତ ଦଳର ନେତାମାନଙ୍କୁ ବୁଝାଇଥିଲେ । ଏବଂ ସମ୍ପୂର୍ଣ୍ଣ ରୂପେ ଲକ୍‌ଡ଼ାଉନ୍‌କୁ ଉଚ୍ଛେଦ କରିବା ସମ୍ଭବ ନୁହେଁ ବୋଲି ମୋଦି ସ୍ପଷ୍ଟ କରିଥିଲେ । ଚଳିତମାସ ୧୪ ତାରିଖରେ ଏହି କରୋନା ମୁକାବିଲା ପାଇଁ ଜାରି ହୋଇଥିବା ଲକ୍‌ଡ଼ାଉନ୍‌ର ଅବଧି ସମ୍ପୂର୍ଣ୍ଣ ହେବ । ସମ୍ଭବତଃ ପର୍ଯ୍ୟାୟକ୍ରମେ ଏହି ଲକ୍‌ଡ଼ାଉନ୍‌ ନୀୟମାବଳୀକୁ ଉଚ୍ଛେଦ କରାଯାଇପାରିବ ବୋଲି ମୋଦୀ ଉକ୍ତ ସର୍ବଦଳୀୟ ବୈଠକରେ ମତାମତ ରଖିଥିଲେ । ଏହା ମଧ୍ୟ ସେ କହିଥିଲେ ଯେ, ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ସେ ଏ ସଂପର୍କରେ କଥାବାର୍ତ୍ତା କରିବେ । ଦେଶବ୍ୟାପୀ ଏକ ପ୍ରକାର ସାମାଜିକ ଜରୁରୀକାଳିନ ସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଦେଶର ସମସ୍ତ ନାଗରିକ ବୁଝି ପାରିଛନ୍ତି । ତେଣୁ ପ୍ରତ୍ୟେକ ବ୍ୟକ୍ତି କରୋନାରୁ ମୁକ୍ତି ପାଇବା ପାଇଁ ସତକର୍ତା ହିଁ ଏକ ମାତ୍ର ଚାବିକାଠି ବୋଲି ମୋଦି ବୁଝାଇଥିଲେ । ଆଗାମୀ ଦିନରେ କରୋନା ପୂର୍ବ ସ୍ଥିତି ଏବଂ ପରବର୍ତ୍ତି ସ୍ଥିତି ସମ୍ପର୍କରେ ମଧ୍ୟ ଚିନ୍ତା କରିବାକୁ ପଡ଼ିବ କାହିଁକି ନା ଲକ୍‌ଡ଼ାଉନ୍‌ ପରବର୍ତ୍ତୀ ପ୍ରତ୍ୟେକ ଜିନିଷ ସ୍ୱାଭାବିକ ହୋଇପାରିବ ନାହିଁ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବ ସ୍ଥିତି ଏବଂ ଏହାର ପରବର୍ତ୍ତୀ ସ୍ଥିତି ସହିତ ମୋଦି ତୁଳନା କରିଥିଲେ । ବିଶ୍ୱସ୍ତରରେ ମୃତକଙ୍କ ସଂଖ୍ୟା ୮୦ ହଜାର ଟପି ଯାଇଥିବା ଯୋଗୁଁ ଏହା ବିଶ୍ୱ ଇତିହାସରେ ଏକ ବୃହତ୍ତର ମହାମାରୀ ବ୍ୟତୀତ ଅନ୍ୟ କୌଣସି ଘଟଣା ଏହା ସହିତ ତୁଳନା କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି । ପ୍ରକୃତରେ ଲକ୍‌ଡ଼ାଉନ୍‌ ସଂପର୍କରେ ମାତ୍ର ଗୋଟିଏ ଦିନ ବା ଦୁଇଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ । ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଶନିବାର ପ୍ରଧାନମନ୍ତ୍ରୀ ମୋଦି ଦ୍ୱିତୀୟ ଥର ପାଇଁ ଆଲୋଚନା କରିବେ ଏବଂ ତୁରନ୍ତ ନିଷ୍ପତ୍ତି ଗ୍ରହଣ କରିବେ । ଇତିମଧ୍ୟରେ କେତେକ ରାଜ୍ୟ ସରକାର ଏବଂ ବିଶେଷଜ୍ଞମାନେ କରୋନାର ବ୍ୟାପକତାକୁ ଦୃଷ୍ଟିରେ ରଖି ଲକ୍‌ଡ଼ାଉନ୍‌କୁ ସଂପ୍ରସାରଣ କରିବା ପାଇଁ ନିବେଦନ କରିଥିଲେ । ଯଦିଓ ଲକ୍‌ଡ଼ାଉନ୍‌କୁ ବୃଦ୍ଧି କରାଯାଏ ତେବେ ରେଳଯାତ୍ରା ସେବା, ବସ୍‌ ଚଳାଚଳ, ମେଟ୍ରୋ ଏବଂ କୌଣସି ଧାର୍ମିକ ସଭାସମିତି ଓ ସମ୍ମିଳନୀ ଉପରେ ଅନୁମତି ଦିଆଯିବ ନାହିଁ ବୋଲି ମତ ପ୍ରକାଶ ପାଇଛି । ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ କଂଗ୍ରେସ ଦଳର ଜଣେ ବରିଷ୍ଠ ନେତା ଗୁଲାମନବୀ ଆଜାଦ, ତୃଣମୂଳ କଂଗ୍ରେସର ନେତା ସୁଦୀପ ବନ୍ଦୋପାଧ୍ୟାୟ ଏବଂ ଶିବସେନା ନେତା ସଞ୍ଜୟ ରାଉତ କଥାବାର୍ତ୍ତା କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଗଣାରେ କରୋନା ଭୂତାଣୁ ପରୀକ୍ଷା କର

ମାଗଣାରେ କରୋନା ଭୂତାଣୁ ପରୀକ୍ଷା କର

Read More...

ପ୍ରଧାନମନ୍ତ୍ରୀ ଓ ସାଂସଦ ୩୦% କମ୍‌ ଦରମା ନେବେ

ପ୍ରଧାନମନ୍ତ୍ରୀ ଓ ସାଂସଦ ୩୦% କମ୍‌ ଦରମା ନେବେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page