ମାଗଣାରେ କରୋନା ଭୂତାଣୁ ପରୀକ୍ଷା କର

April 08, 2020, ଦେଶ, , Anupambharat News Bureau


ମାଗଣାରେ କରୋନା ଭୂତାଣୁ ପରୀକ୍ଷା କର
Anupambharat News Bureau
April 08, 2020

ନୂଆଦିଲ୍ଲୀ,୮ା୪:ସମଗ୍ର ବିଶ୍ୱରେ କରୋନା ଭାଇରସ ଯେଭଳି ଆକ୍ରାନ୍ତ ହେବାରେ ଲାଗିଛି ଏଥିରେ ୮୦ ହଜାରରୁ ଉର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଲେଣି । ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଟପି ଯାଇଛି । ଏଭଳି ଏକ ସଙ୍କଟଜନକ ସ୍ଥିତିରେ ଆକ୍ରାନ୍ତମାନଙ୍କ ଯେଉଁ କରୋନା ଭାଇରସ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି, ଏହା ସରକାରଙ୍କ ପକ୍ଷରୁ ଏବଂ ଘରୋଇ ଡାଇଗ୍ନୋଷ୍ଟିକ୍‌ ଲ୍ୟାବ୍‌ ପକ୍ଷରୁ ମାଗଣା କରାଯାଉ ବୋଲି ଆଜି ମାନ୍ୟବର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଯେ, ସରକାର ଇତିମଧ୍ୟରେ ମାଗଣାରେ ହିଁ ଏଭଳି ପରୀକ୍ଷା କରୁଛନ୍ତି । ତେବେ କେନ୍ଦ୍ର ସରକାର ଏ ଦିଗରେ ନିଶ୍ଚିତ ରହିବା ଦରକାର ଯେ, ସମସ୍ତ କରୋନା ଭୂତାଣୁ ପରୀକ୍ଷା ମାଗଣାରେ ହେଉଛି କି ନାହିଁ । ଯଦିଓ ସରକାରୀ ହସ୍‌ପିଟାଲ୍‌ ଗୁଡିକରେ ଏହାର ପରୀକ୍ଷା ମାଗଣାରେ କରାଯାଉଛି । ତେବେ ଏହାର ପରୀକ୍ଷା କରିବା ପାଇଁ ଘରୋଇ ଲ୍ୟାବ୍‌ ଗୁଡିକ ଯେଉଁ ୪୫୦୦ ଟଙ୍କା ଫି ଆଦାୟ କରୁଛନ୍ତି ତାହା ଯେଭଳି ନହେବ ଏ ସମ୍ପର୍କରେ ମାନ୍ୟବର ସୁପ୍ରିମ୍‌କୋର୍ଟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ସୁପ୍ରିମକୋର୍ଟରେ ଏନେଇ ଏକ ଜନସ୍ୱାର୍ଥ ମାମଲା ବା ପିଆଇଏଲ୍‌ ଦାଖଲ ହୋଇଥିଲା । ଏହାକୁ ଆଧାର କରି ସର୍ବୋଚ୍ଚ ନ୍ୟାୟାଳୟ ଏନେଇ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଭିଡ଼ିଓ କନ୍‌ାଫର୍‌ରେନ୍ସିଂ ଜଷ୍ଟିସ୍‌ ଆଶୋକ ଭୂଷଣ ଏବଂ ଏସ୍‌.ରବୀନ୍ଦ୍ର ଭଟ୍ଟ ଏନେଇ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀରେ ସ୍ପଷ୍ଟ କରିଛନ୍ତି । ଇତିମଧ୍ୟରେ ସମଗ୍ର ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୪୬,୬୪୩କୁ ସ୍ପର୍ଶ କରିଛି । ମୃତକଙ୍କ ସଂଖ୍ୟା ୮୩, ୧୬୪କୁ ସ୍ପର୍ଶ କରିଛି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨୭୪କୁ ପହଞ୍ଚି ଥିବା ବେଳେ ମୃତକଙ୍କ ସଂଖ୍ୟା ୧୪୯କୁ ସ୍ପର୍ଶ କରିଛି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୧୨୦୦ ପାଖାପାଖି ପହଞ୍ଚିଛି । ତାମିଲନାଡ଼ୁରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାରକୁ ଟପିଛି । ଏହାର ବ୍ୟାପକତାକୁ ମୁକାବିଲା କରିବା ନିଶ୍ଚିତ ଏକ ସମ୍ବେଦନଶୀଳକ ପ୍ରସଙ୍ଗ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜିଠୁ ମାସ୍କ ବାଧ୍ୟତାମୂଳକ

ଆଜିଠୁ ମାସ୍କ ବାଧ୍ୟତାମୂଳକ

Read More...

ଲକ୍‌ଡ଼ାଉନ୍‌ ବଢ଼ିବା ନେଇ ପିଏମ୍‌ଙ୍କ ସଙ୍କେତ

ଲକ୍‌ଡ଼ାଉନ୍‌ ବଢ଼ିବା ନେଇ ପିଏମ୍‌ଙ୍କ ସଙ୍କେତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page