ପ୍ରଧାନମନ୍ତ୍ରୀ ଓ ସାଂସଦ ୩୦% କମ୍‌ ଦରମା ନେବେ

April 06, 2020, ଦେଶ, , Anupambharat News Bureau


ପ୍ରଧାନମନ୍ତ୍ରୀ ଓ ସାଂସଦ ୩୦% କମ୍‌ ଦରମା ନେବେ
Anupambharat News Bureau
April 06, 2020

ନୂଆଦିଲ୍ଲୀ,୬ା୪: ସୋମବାର କେନ୍ଦ୍ର କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ କରୋନା ମୁକାବିଲା ଲାଗି ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକରେ ଏକ ଅଧ୍ୟାଦେଶକୁ ମଞ୍ଜୁର ପୂର୍ବକ ଏଥିରେ ସାଂସଦଙ୍କ ଭତ୍ତା ଓ ପେନ୍‌ସନ୍‌ ଗୋଟିଏ ବର୍ଷ ଲାଗି ୩୦ ପ୍ରତିଶତ ହ୍ରାସ କରାଯାଇଛି । ଉକ୍ତ ଟଙ୍କାକୁ କରୋନା ମୁକାବିଲା ପାଇଁ ବ୍ୟୟ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ସାମାଜିକ ଦାୟୀତ୍ୱବୋଧ ଦୃଷ୍ଟିରୁ ଦେଶର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ସମସ୍ତ ରାଜ୍ୟର ରାଜ୍ୟପାଳମାନେ ମଧ୍ୟ ସେ୍ୱଚ୍ଛାକୃତ ଭାବରେ ଦରମା ହ୍ରାସକୁ ସମର୍ଥନ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡ଼୍‌କର ବୈଠକ ପରେ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ଏପ୍ରିଲ ପହିଲାରୁ ଏହି ନିୟମାବଳୀକୁ କାର୍ଯ୍ୟକାରୀ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଜଣାଇଛନ୍ତି । ଚଳିତ ୨୦୨୦-୨୧ ଏବଂ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଥିବା ସାଂସଦଙ୍କ ସ୍ଥାନୀୟ ଅଞ୍ଚଳ ଉନ୍ନୟନ (ଏମ୍‌ପିଲାଡ଼) ପାଣ୍ଠିକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଥିବା ନେଇ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ସଂପର୍କରେ ଦେଶରେ ଯେଉଁ ଲକ୍‌ଡ଼ାଉନ୍‌ ସ୍ଥିତି ଜାରି ରହିଛି । ଏହାକୁ ଉଚ୍ଛେଦ କରିବା ସଂପର୍କରେ ପ୍ରଶ୍ନ କରାଯାଇଥିଲା, ଏହା ଆଗାମୀ ଦିନରେ ହିଁ ନିଷ୍ପତ୍ତି ନିଆଯିବ ବୋଲି ଜାଭେଡ଼କର କହିଥିଲେ । କୋଭିଡ଼-୧୯ ପଜିଟିଭ ମାମଲା ଯେହେତୁ ବୃଦ୍ଧି ପାଉଛି ତେଣୁ ଲୋକମାନେ ଆଗାମୀ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଯଦିଓ ଲକ୍‌ଡ଼ାଉନ୍‌କୁ ପ୍ରତ୍ୟାହାର କରାଯାଏ ତେବେ ଲୋକମାନେ ସମସ୍ତେ ଭାବିବେ ଯେ, ନିଜ ଦେଶ କରୋନାମୁକ୍ତ ହୋଇଗଲା, ତାହା କିନ୍ତୁ ଚଳିତ ସ୍ଥିତିରେ ଆକ୍ରାନ୍ତଙ୍କ ବର୍ଦ୍ଧିତ ସଂଖ୍ୟାକୁ ଦେଖିବାକୁ ଗଲେ କଷ୍ଟକର ବ୍ୟାପାର ବୋଲି ଜଣାପଡିଛି । ଜଣେ ବ୍ୟକ୍ତିଙ୍କୁ ଯଦିଓ କରୋନା ହୋଇଥାଏ ତେବେ ତାହା ସମଗ୍ର ମନୁଷ୍ୟ ଗୋଷ୍ଠୀ ପାଇଁ ଭୟଙ୍କର ସ୍ଥିତି ସୃଷ୍ଟି କରିପାରେ । ଏହାକୁ ଗୁରୁତର ସହିତ ଅନୁଧ୍ୟାନ କରାଯାଉଛି ବୋଲି କେତେକ ଅଧିକାରୀ ସୂଚନା ଦେଇଛନ୍ତି । କ୍ୟାବିନେଟ ପକ୍ଷରୁ ଏସଂପର୍କରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇ ନାହିଁ । ପ୍ରତ୍ୟେକ ମିନିଟ୍‌ରେ ସମଗ୍ର ବିଶ୍ୱର ସ୍ଥିତିକୁ ଅନୁଧ୍ୟାନ କରାଯାଉଛି ଏବଂ ଦେଶବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ହିଁ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଜାଭେଡ଼୍‌କର ଜଣାଇଛନ୍ତି । ଦେଶରେ ୨୧ ଦିନିଆ ଲକ୍‌ଡ଼ାଉନ୍‌ ଚଳିତମାସ ୧୪ ତାରିଖରେ ସମ୍ପୂର୍ଣ୍ଣ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲକ୍‌ଡ଼ାଉନ୍‌ ବଢ଼ିବା ନେଇ ପିଏମ୍‌ଙ୍କ ସଙ୍କେତ

ଲକ୍‌ଡ଼ାଉନ୍‌ ବଢ଼ିବା ନେଇ ପିଏମ୍‌ଙ୍କ ସଙ୍କେତ

Read More...

ତୃତୀୟ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ

ତୃତୀୟ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page