ତୃତୀୟ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ

April 06, 2020, ଓଡ଼ିଶା, , Anupambharat News Bureau


ତୃତୀୟ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ
Anupambharat News Bureau
April 06, 2020

ଭୁବନେଶ୍ୱର, ୬ା୪ (ଅନୁପମ ମିଡ଼ିଆ): କରାନା ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ରାଜ୍ୟର ତୃତୀୟ କୋଭିଡ -୧୯ହସ୍ପିଟାଲ ପ୍ରସ୍ତୁତ ହୋଇସାରିଛି । ୨୦ ଶଯ୍ୟା ଆଇସିୟୁ ସୁବିଧା ସହ ୫୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ସୋଆ କ୍ୟାମ୍ପସ ୨ ପ୍ରସ୍ତୁତ ହୋଇଛି । ସମ୍‌ ମେଡିକାଲ କଲେଜ ଏବଂ ହସ୍ପିଟାଲ ଦ୍ୱାରା ପରିଚାଳିତ ଏହି ହସ୍ପିଟାଲ ପାଇଁ ଏମସିଏଲ ସହଯୋଗ କରୁଛି । ପୂର୍ବରୁ ଭୁବନେଶ୍ୱରର କିମ୍ସ୍‌ ଏବଂ କଟକର ଅଶ୍ୱିନୀ ହସ୍ପିଟାଲରେ ଦୁଇଟି କୋଭିଡ୍‌ -୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇସାରିଛି ।
ଏହା ବ୍ୟତୀତ ରାଜ୍ୟର ୭ ହଜାର ପଞ୍ଚାୟତରେ ୪ ଲକ୍ଷ ଆଇସୋଲେସନ୍‌ ଶଯ୍ୟା ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି ।
ସେହିପରି ସମ୍‌ ହସ୍ପିଟାଲ ସହଯୋଗରେ ଅନୁଗୁଳ ଓ କେନ୍ଦ୍ରାପଡା ଠାରେ ଆଉ ୨ ଟି କୋଭିଡ୍‌ ହସ୍ପିଟାଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ସୋମବାର ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକ୍ତରଖାନାର ଡାକ୍ତର ଏବଂ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ଏହାସହ ସେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଓଡିଶାର ଲୋକଙ୍କ ପାଇଁ ଏହି ସୁବିଧାକୁ ପ୍ରାୟୋଜିତ କରିଥିବାରୁ ଏମସିଏଲ୍‌କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ସେହିପରି ରେକର୍ଡ ସମୟରେ ଏହି ସୁବିଧା ସ୍ଥାପନ ପାଇଁ ସୋଆକୁ ସେ ପ୍ରଶଂସା କରିଥିଲେ । ଭବିଷ୍ୟତରେ କୋଭିଡ୍‌ ଜନିତ କୌଣସି ଆହ୍ୱାନ ସୃଷ୍ଟି ହେଲେ ଏହାର ମୁକାବିକଲା ପାଇଁ ଅନ୍ୟ ଦୁଇଟି କୋଭିଡ୍‌ ଡାକ୍ତରଖାନା ମଧ୍ୟ ପ୍ରସ୍ତୁତ ରଖାଯାଇଛି ।
ଏହି ଦୁଇଟି ହସ୍ପିଟାଲ ମଧ୍ୟରୁ ଗୋଟିଏ କିମସ୍‌ ଦ୍ୱାରା ୫୦୦ ଶଯ୍ୟା ବିଶିଷ୍ଟ ସୁବିଧା ଏବଂ ଅନ୍ୟଟି ୧୨୫ ଶଯ୍ୟା ବିଶିଷ୍ଟ କଟକ ଅଶ୍ୱିନୀ ହସ୍ପିଟାଲ୍‌ ପ୍ରସ୍ତୁତ ହୋଇସାରିଛି । ସେହିପରି ଜିଲ୍ଲା ସ୍ତରରେ ସୁନ୍ଦରଗଡର ଜିଲ୍ଲା ପ୍ରଶାସନ ରାଉରକେଲା ହାଇଟେକ୍‌ ଏମସି ଏବଂ ହସ୍ପିଟାଲ ରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରିଛି । କୋଭିଡ ରୋଗୀଙ୍କ ପାଇଁ ମୋଟ ଶଯ୍ୟା କ୍ଷମତା ବର୍ତ୍ତମାନ ୧୩୫୦ ରେ ପହଞ୍ଚିଛି । ଏହି ଅବସରରେ ମୁଖ୍ୟ ଶାସନ ସଚିବ ଅସୀତ୍‌ ତ୍ରିପାଠୀ , ଉନ୍ନୟନ କମିଶନର ସୁରେଶ ମହାପାତ୍ର , ଏମସିଏଲର ବରିଷ୍ଠ ଅଧିକାରୀ, ସମ୍‌ ହସ୍ପିଟାଲ ପ୍ରତିଷ୍ଠାତା ଡ. ମନୋଜ ନାୟକ ଏବଂ ସୋଆ କୂଳପତି ଡ. ଅଶୋକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରଧାନମନ୍ତ୍ରୀ ଓ ସାଂସଦ ୩୦% କମ୍‌ ଦରମା ନେବେ

ପ୍ରଧାନମନ୍ତ୍ରୀ ଓ ସାଂସଦ ୩୦% କମ୍‌ ଦରମା ନେବେ

Read More...

ଆଉ ଗୋଟିଏ ପଜିଟିଭ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଛୁଇଁଲା

ଆଉ ଗୋଟିଏ ପଜିଟିଭ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଛୁଇଁଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page