ପାରିବାରିକ କଳହର ବିଭତ୍ସରୂପ, ସ୍ତ୍ରୀ ଓ ଝିଅକୁ ମାରି ସ୍ୱାମୀର ଆତ୍ମହତ୍ୟା

February 26, 2020, ଓଡ଼ିଶା, , Anupambharat News Bureau


ପାରିବାରିକ କଳହର ବିଭତ୍ସରୂପ,  ସ୍ତ୍ରୀ ଓ ଝିଅକୁ ମାରି ସ୍ୱାମୀର ଆତ୍ମହତ୍ୟା
Anupambharat News Bureau
February 26, 2020

ଛତ୍ରପୁର,୨୬ା୨(ଅନୁପମ ମିଡ଼ିଆ): ବନ୍ଦ ଘରୁ ମିଳିଛି ତିନି ଶବ । ପାରିବାରିକ କଳହ କେତେ ଭୟଙ୍କର ତାହା ଛତ୍ରପୁର ଥାନା ସ୍ଥିତ ପାଲିଆ ଛତ୍ରପୁରର ମଝି ସାହିରେ ଦେଖିବାକୁ ମିଳିଛି । ପତ୍ନୀ ଏବଂ ଝିଅକୁ ହତ୍ୟା ପରେ ନିଜେ ଗୃହକର୍ତ୍ତା ଆତ୍ମହତ୍ୟା କରିବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ମୃତକମାନେ ହେଲେ ମଝି ସାହିର ବୃନ୍ଦାବନ ବେହେରା ତାଙ୍କ ସ୍ତ୍ରୀ ଉର୍ମିଳା ଓ ଝିଅ ସୁନିତା ।
ଉର୍ମିଳା ଓ ସୁନିତାଙ୍କ ମୃତ ଦେହ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିବାବେଳେ ବୃନ୍ଦାବନଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଛତ୍ରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତିନି ଜଣଙ୍କ ଶବ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ବୃନ୍ଦାବନ ସ୍ତ୍ରୀ ଓ ଝିଅଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ଅନ୍ୟ ଏକ ରୁମରେ ନିଜ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ପାରିପାଶ୍ୱର୍କ ସ୍ଥିତିରୁ ସ୍ପଷ୍ଟ ହୋଇଛି । ଛତ୍ରପୁର ଥାନା ପୋଲିସ ସାଇଣ୍ଟିିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ବିଭିନ୍ନ ପ୍ରକାର ତଦନ୍ତ ଚଳାଇଛି । ଘଟଣା ସ୍ଥଳରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ, ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଛତ୍ରପୁର ଏସଡିପିଓ ଗୌତମ କିସାନ, ଛତ୍ରପୁର ଥାନାଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ମିଳିଥିବା ସୂଚନା ମୁତାବକ ବୃନ୍ଦାବନଙ୍କ ଦୁଇଟି ଝିଅ, ଗୋଟିଏ ପୁଆ ବଡ଼ଝିଅ ସୁଜ୍ଞାନୀ ବେହେରା ଲାଠୀରେ ବିବାହ କରିଥିବାବେଳେ ସାନ ଝିଅ ସୁନିତା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତ ୨ ବାଣିଜ୍ୟ ବିଭାଗର ଛାତ୍ରୀ । ମୃତ ବୃନ୍ଦାବନ ଗ୍ରାମରେ ଏକ କିରାଣି ଦୋକାନ କରି ଗୁଜରାଣ ମେଣ୍ଟାଉଥିଲେ । ଗତକାଲି ପୁଅ ସାଗର ବେହେରା କୁରୁଣ୍ଡି ଅଞ୍ଚଳର ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦାନ ନିମନ୍ତେ ଚାଲିଯାଇଥିବାବେଳେ ଘରେ ସ୍ତ୍ରୀ ଉର୍ମିଳା, ଝିଅ ସୁନିତା ଓ ନିଜେ ବୃନ୍ଦାବନ ରହିଥିଲେ । ତେବେ ପାରିପାଶ୍ୱର୍କ ସ୍ଥିତିରୁ ବୃନ୍ଦାବନ ଶୋଇଥିବା ଅବସ୍ଥାରେ ସ୍ତ୍ରୀ ଏବଂ ଝିଅକୁ ହତ୍ୟା କରିବା ପରେ ମାନସିକ ଭାରସାମ୍ୟ ହରାଇ ନିଜେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ।
ଆଜି ସକାଳୁ ଭୋରୁ ଗ୍ରାମର ଏକ କୁନି ଝିଅ ପାଣି ଆସିଲା ବୋଲି ତାଙ୍କୁ ଡାକିବାକୁ ଗଲାବେଳେ ଘର ମଧ୍ୟରେ ମୃତ ଦେହ ଦେଖି ଗ୍ରାମବାସୀଙ୍କୁ କହିବା ପରେ ଘଟଣା ପଦାକୁ ଆସିଥିଲା । ଏହାପରେ ଗ୍ରାମବାସୀ ପୋଲିସକୁ ସୂଚିତ କରିଥିଲେ । ଗ୍ରାମବାସୀମାନେ କହିବା ଅନୁସାରେ ବୃନ୍ଦାବନ ଓ ତାଙ୍କ ସ୍ତ୍ରୀ ଭିତରେ ଛୋଟମୋଟ କଳି ଲାଗି ରହୁଥିଲା ।
ତେବେ ଗତ ରାତିରେ ଯାହା ଘଟିଲା କେହି କଳନା ସୁଦ୍ଧା କରିନଥିଲେ । ଅପରପକ୍ଷରେ ପୁଅ ସାଗର ଘଟଣାର ଖବର ପାଇ ଗାଁକୁ ଆସି ମର୍ମାହତ ହୋଇଯାଇଥିଲା । ବିବାହିତ ବଡ଼ଝିଅ ସୂଚନା ଦେଇଥିଲା ଯେ ସବୁବେଳେ ତାଙ୍କ ବାପା ମା କୁ ଅତ୍ୟାଚାର କରିଆସୁଥିଲେ । ଭଲଭାବେ ବି ଖାଇବାକୁ ମଧ୍ୟ ଦେଉନଥିଲେ । ବାପା ହୋଇ ମଧ୍ୟ ତାଙ୍କ କର୍ତ୍ତବ୍ୟ ପାଳନ କରୁନଥିଲେ ବୋଲି କହିଥିଲେ । ପୋଲିସ ତିନି ମୃତ ଦେହକୁ ଉଦ୍ଧାର କରି ଛତ୍ରପୁର ମେଡିକାଲକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସିଏଏ୍‌ ନିଆଁ, ନେଲାଣି ୨୭ ମୁଣ୍ଡ

ସିଏଏ୍‌ ନିଆଁ, ନେଲାଣି ୨୭ ମୁଣ୍ଡ

Read More...

ନବୀନ ପୁଣି ସଭାପତି, ‘ବିଜେଡି ନିର୍ବାଚନ ଜିତିବାକୁ ନୁହେଁ, ହୃଦୟ ଜିଣିବାକୁ ଲଢ଼େ’

ନବୀନ ପୁଣି ସଭାପତି, ‘ବିଜେଡି ନିର୍ବାଚନ ଜିତିବାକୁ ନୁହେଁ, ହୃଦୟ ଜିଣିବାକୁ ଲଢ଼େ’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page