ନବୀନ ପୁଣି ସଭାପତି, ‘ବିଜେଡି ନିର୍ବାଚନ ଜିତିବାକୁ ନୁହେଁ, ହୃଦୟ ଜିଣିବାକୁ ଲଢ଼େ’

February 26, 2020, ଓଡ଼ିଶା, , Anupambharat News Bureau


ନବୀନ ପୁଣି ସଭାପତି, ‘ବିଜେଡି ନିର୍ବାଚନ ଜିତିବାକୁ ନୁହେଁ, ହୃଦୟ ଜିଣିବାକୁ ଲଢ଼େ’
Anupambharat News Bureau
February 26, 2020

ଭୁବନେଶ୍ୱର, ୨୬ ।୨(ଅନୁପମ ମିଡିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଗାତାର ଅଷ୍ଟମ ଥର ପାଇଁ ବିଜୁ ଜନତା ଦଳର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜ୍ୟ ପରିଷଦର ବୈଠକରେ ରିଟର୍ଣ୍ଣିଂ ଅଫିସର ପ୍ରତାପ ଦେବ ଏ ନେଇ ଘୋଷଣା କରିଛନ୍ତି । ବିଜେଡି ସଭାପତି ଭାବେ ନିର୍ବାଚିତ ହେବା ପରେ ନବୀନ ପଟ୍ଟନାୟକ ରାଜ୍ୟର ସାଢେ ଚାରି କୋଟି ଲୋକ ମାନଙ୍କୁ ଧନ୍ୟବାଦ ଜଣାଇବା ସହ ବିଜେଡିର ସମସ୍ତ କର୍ମକର୍ତ୍ତାଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜେଡି ଜିତିବା ପାଇଁ ନିର୍ବାଚନ ଲଢେ ନାହିଁ । ଲୋକଙ୍କ ସେବା ଓ ହୃଦୟ ଜିତିବାକୁ ନିର୍ବାଚନ ଲଢେ ବୋଲି ସେ କହିଛନ୍ତି । ସେ କହିଥିଲେ, ବିଜୁ ବାବୁ କହୁଥିଲେ ଯେ ସରକାର ଗଢିବା ପାଇଁ ଅଧିକ ଚିନ୍ତା କର ନାହିଁ । ଲୋକଙ୍କ ସେବା କରିବାକୁ ସବୁବେଳେ ଚିନ୍ତା କର । ରାଜ୍ୟ ପରିଷଦ ବୈଠକରେ ପରିଷଦର ୩୫୫ ଜଣ ସଦସ୍ୟ ଯୋଗ ଦେଇଥିଲେ । ଏହି ସଦସ୍ୟ ମାନଙ୍କ ମଧ୍ୟରୁ ୮୦ ଜଣ କାଯ୍ୟକାରିଣୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ଏହା ସହ ଦୁଇ ମାସ ଧରି ଚାଲିଥିବା ବିଜେଡି ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ସୂଚନାଯୋଗ୍ୟ, ବିଜେଡି ସଭାପତି ପଦ ପାଇଁ ଗତ ୨୩ରେ ନବୀନ ପଟ୍ଟନାୟକ ନାମାଙ୍କନପତ୍ର ଦାଖଲ କରିଥିଲେ । ଯେହେତୁ ଏହି ପଦ ପାଇଁ ଆଉ କେହି ପ୍ରତିଦ୍ୱନ୍ଦିତା କରି ନଥିଲେ, ତେଣୁ ସେ ପୁଣିଥରେ ନିଦ୍ୱର୍ନ୍ଦରେ
ଦଳର ସଭାପତି ହୋଇଛନ୍ତି । ନବୀନ ୧୯୯୭ ମସିହାରୁ କ୍ରମାଗତ ଭାବେ ଦଳର ମଙ୍ଗ ଧରି ଆସୁଛନ୍ତ । ଆଜି ସେ ନିଜର ଅଷ୍ଟମ ପାଳିରେ ଦଳର ଦାୟିତ୍ୱ ନେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାରିବାରିକ କଳହର ବିଭତ୍ସରୂପ,  ସ୍ତ୍ରୀ ଓ ଝିଅକୁ ମାରି ସ୍ୱାମୀର ଆତ୍ମହତ୍ୟା

ପାରିବାରିକ କଳହର ବିଭତ୍ସରୂପ, ସ୍ତ୍ରୀ ଓ ଝିଅକୁ ମାରି ସ୍ୱାମୀର ଆତ୍ମହତ୍ୟା

Read More...

ସିଏଏ ବିରୋଧରେ ହିଂସା ଜାର,ି ବିକ୍ଷୋଭକାରୀଙ୍କୁ ଦେଖିଲା ମାତ୍ରେ ଗୁଳି ନିର୍ଦ୍ଦେଶ

ସିଏଏ ବିରୋଧରେ ହିଂସା ଜାର,ି ବିକ୍ଷୋଭକାରୀଙ୍କୁ ଦେଖିଲା ମାତ୍ରେ ଗୁଳି ନିର୍ଦ୍ଦେଶ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page