ସିଏଏ୍‌ ନିଆଁ, ନେଲାଣି ୨୭ ମୁଣ୍ଡ

February 26, 2020, ଦେଶ, , Anupambharat News Bureau


ସିଏଏ୍‌ ନିଆଁ, ନେଲାଣି ୨୭ ମୁଣ୍ଡ
Anupambharat News Bureau
February 26, 2020

ନୂଆଦିଲ୍ଲୀ,୨୬ା୨: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଦିଲ୍ଲୀରେ ଲାଗିଥିବା ନିଆଁ ଥମିବାର ନା ଧରୁନି । ଅନ୍ୟପକ୍ଷେ ଗତ ରବିବାରଠାରୁ ଆରମ୍ଭ ଏହି ହିଂସା ୨୭ଜଣଙ୍କ ମୁଣ୍ଡ ନେଇଛି । ଏଥିରେ ଦୁଇ ଶହ ଆହତ ହୋଇଥିବା ଜଣାପଡ଼ିଛି । ଆଜି ମଧ୍ୟ କେତେକ ସ୍ଥାନରେ ପୋଡ଼ାଜଳା ଘଟିଥିବା କୁହାଯାଇଛି । ତେବେ ଆନ୍ଦୋଳନକୁ ଦମନ କରିବାକୁ ପୋଲିସ ୧୮ ମାମଲା ରୁଜୁ କରିବା ସହ ୧୦୬ ଜଣଙ୍କୁ ଗିରଫ କରି ଜେଲ୍‌ ପଠାଇଛି ।
ତଥାପି ହିଂସା ପ୍ରଶମିତ ହେବା ପରିବର୍ତ୍ତେ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ଘଟଣା ନେଇ ପ୍ରଥମ ଥର ଲାଗି ମୁହଁ ଖୋଲି ଶାନ୍ତି ସହ ଭାଇଚାରା ବଜାୟ ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଳୀବାସୀଙ୍କୁ ଅନୁରୋଧ କରିଛନ୍ତି । ସେହିପରି ହିଂସାକୁ ନିୟନ୍ତ୍ରଣ କରିପାରୁନଥିବାରୁ ସମାଲୋଚନାର ଶିକାର ହେବାରେ ଲାଗିଥିବା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବିଭିନ୍ନ ଅଧିକାରୀଙ୍କ ସହ ତୁହାକୁ ତୁହା ବୈଠକ କରିବାରେ ଲାଗିଛନ୍ତି । ଜାତୀୟ ସୁରକ୍ଷା ପରାମର୍ଶଦାତା ଡୋଭାଲ ଆଜି ମଧ୍ୟ ହିଂସା ଗ୍ରସ୍ତ ଅଞ୍ଚଳରେ ପହଞ୍ଚି ଶାନ୍ତି ପ୍ରତିଷ୍ଠା ଲାଗି ସରକାର ସମସ୍ତ ଉଦ୍ୟମ ଜାରି ରଖିଥିବା ଲୋକଙ୍କୁ ଆଶ୍ୱସନା ଦେଇ ଫେରିବାର କିଛି ଘଣ୍ଟା ପରେ ଭଜନପୁରାରେ ପୋଡ଼ାଜଳା ଘଟଣା ହୋଇଥିବା କୁହାଯାଇଛି । ଉତ୍ତରପୂର୍ବ ଦିଲ୍ଲୀର ଜାଫରାବାଦ, ଚାନ୍ଦବାଗ, ଭଜନପୁରା, ଯମୁନାବିହାର ଓ ମୌଜପୁରରେ ପୋଲିସ ଫ୍ଲାଗ ମାର୍ଚ୍ଚ କରିଛି । ଏଥିସହିତ ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣ ଥିବା ପୋଲିସ ପ୍ରକାଶ କରିଛି । ହସ୍‌ପିଟାଲରେ ଭର୍ତ୍ତି ଗୁରୁତରଙ୍କ ମୃତୁ୍ୟ ଘଟୁଥିବା କୁହାଯାଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ରହିଥିବା ହସ୍‌ପିଟାଲ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ମୃତକଙ୍କ ମଧ୍ୟରେ ଅଧିକାଂଶଙ୍କ ଶରିରରେ ଗୁଳି ରହିଥିବା ମଧ୍ୟ ଜଣାପଡ଼ିଛି । ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବାକୁ ପୋଲିସ ଦୋକାନ ବଜାର ବନ୍ଦ କରିଛି । ଏପରିକି ପ୍ରଭାବିତ ଅଞ୍ଚଳରେ କେହି ଘରୁ ନବାହାରିବାକୁ ପୋଲିସ ପ୍ରଚାର କରୁଛି । ଅନ୍ୟପକ୍ଷେ ମୃତ କନଷ୍ଟେବଳ ରତନ ଲାଲଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ କେଜରିୱାଲ ଏକ କୋଟି ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ଉତ୍ତରପୂର୍ବ ଏବଂ ପୂର୍ବ ଦିଲ୍ଲୀରେ ଆସନ୍ତାକାଲି ରହିଥିବା
ସିବିଏସ୍‌ଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଯାଇଛି । ଚାନ୍ଦବାଗ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । କେହି ଘରୁ ନବାହାରିବାକୁ ପୋଲିସ ସତର୍କ କରାଇଛି । ଅନ୍ୟପକ୍ଷେ ପ୍ରଭାବିତ ଅଞ୍ଚଳର ବହୁ ଲୋକ ଘର ଛାଡ଼ି ଭୟରେ ବାହାରକୁ ଚାଲି ଯାଉଥିବା ପରିଲକ୍ଷିତ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହୋମଗାର୍ଡ଼ଙ୍କୁ ଦୈନିକ ପାଞ୍ଚ ଶହ ଦେବାକୁ ନିର୍ଦ୍ଦେଶ

ହୋମଗାର୍ଡ଼ଙ୍କୁ ଦୈନିକ ପାଞ୍ଚ ଶହ ଦେବାକୁ ନିର୍ଦ୍ଦେଶ

Read More...

ପାରିବାରିକ କଳହର ବିଭତ୍ସରୂପ,  ସ୍ତ୍ରୀ ଓ ଝିଅକୁ ମାରି ସ୍ୱାମୀର ଆତ୍ମହତ୍ୟା

ପାରିବାରିକ କଳହର ବିଭତ୍ସରୂପ, ସ୍ତ୍ରୀ ଓ ଝିଅକୁ ମାରି ସ୍ୱାମୀର ଆତ୍ମହତ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page