ଖୋଲିବନି ରତ୍ନ ଭଣ୍ଡାର ଆଇନମନ୍ତ୍ରୀଙ୍କ ସୂଚନା

November 26, 2019, ଓଡ଼ିଶା, , Anupambharat News Bureau


ଖୋଲିବନି ରତ୍ନ ଭଣ୍ଡାର  ଆଇନମନ୍ତ୍ରୀଙ୍କ ସୂଚନା
Anupambharat News Bureau
November 26, 2019

ଭୁବନେଶ୍ୱର,୨୪ ।୧୧(ଅନୁପମ ମିଡିଆ): ରତ୍ନକୁ ତନଖି କରିବା ନିମନ୍ତେ ଏବେ ରତ୍ନ ଭଣ୍ଡାର ଖୋଲିବା ପାଇଁ କୌଣସି ପ୍ରସ୍ତାବ ନାହିଁ । ତେବେ ୧୩.୫.୧୯୭୮ ରିଖ ଠାରୁ ୨୩.୭.୧୯୭୮ ମଧ୍ୟରେ ତାଲିକା କରାଯାଇଥିବା ସୁନା, ରୂପା ସାମଗ୍ରୀ ସୁରକ୍ଷିତ ରହିଛି ବୋଲି ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା ମଙ୍ଗଳବାର ପ୍ରକାଶ କରିଛନ୍ତି । କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ ବିଜେପି ସଭ୍ୟା କୁସୁମ ଟେଟେଙ୍କର ଲିଖିତ ପ୍ରଶ୍ନ ଉତ୍ତରରେ ମନ୍ତ୍ରୀ ଜେନା କହିଛନ୍ତି ଯେ, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଭିତର ରତ୍ନ ଭଣ୍ଡାର ୧୪.୭.୧୯୮୫ ତାରିଖରେ ଶେଷଥର ପାଇଁ ଖୋଲାଯାଇଥିଲା । ଉକ୍ତ ସମୟରେ ରତ୍ନ ଅଳଙ୍କାର, ସାମଗ୍ରୀ ଏବଂ ମୂର୍ତ୍ତି ଇତ୍ୟାଦି ରତ୍ନ ଭଣ୍ଡାରରେ ଗଚ୍ଛିତ ରହିଥିଲା । ୪୫୪ ଗୋଟି ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ସମେତ ୧୨ ହଜାର ୮୩୮ଭରି ଛଅ ଅଣାର ମୂଲ୍ୟବାନ ପଥର ସହିତ ୨୩୬ ଗୋଟି ରୂପା ଅଳଙ୍କାର ରହିଥିବା ଆକଳନ
କରାଯାଇଥିଲା । ଉପରୋକ୍ତ ଅଳଙ୍କାର ସାମଗ୍ରୀ ମଧ୍ୟରୁ ୮ ଗୋଟି ସୁନା ମୂର୍ତ୍ତି, ୬ ଗୋଟି ରୂପା ବାସନ/ମୂର୍ତ୍ତି ବିଭିନ୍ନ କାରଣରୁ ଓଜନ ହୋଇପାରିନଥିବାରୁ ଏହାର ପରିମାଣ ଆକଳନ କରାଯାଇନାହିଁ କିମ୍ବା ଏହା ଉପରୋକ୍ତ ଓଜନ ମଧ୍ୟରେ ଅନ୍ତର୍ଭୁକ୍ତ ନୁହେଁ । ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ରତ୍ନ ଭଣ୍ଡାରର ଅଡିଟ୍‌ ସହ ସମସ୍ତ ଅଳଙ୍କାର ତାଲିକା ସାର୍ବଜନୀନ କରାଯିବା ପାଇଁ ପଦକ୍ଷେପ ନିଆଯାଇ ନାହିଁ ବୋଲି ମନ୍ତ୍ରୀ ଜେନା ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରବିବାର ଶପଥ ନେବେ ଉଦ୍ଧବ  ଫ୍ଳୋର ଟେଷ୍ଟ ପୂର୍ବରୁ ପଦବୀ ଛାଡ଼ିଲେ ଫଡନାଭିସ୍‌

ରବିବାର ଶପଥ ନେବେ ଉଦ୍ଧବ ଫ୍ଳୋର ଟେଷ୍ଟ ପୂର୍ବରୁ ପଦବୀ ଛାଡ଼ିଲେ ଫଡନାଭିସ୍‌

Read More...

ଜିଓର ଅଲଇନୱାନକୁ ଟMର ଦେବ ଏୟାରଟେଲର ଏହି ପ୍ରିପେଡ୍‌ ପ୍ଲାନ

ଜିଓର ଅଲଇନୱାନକୁ ଟMର ଦେବ ଏୟାରଟେଲର ଏହି ପ୍ରିପେଡ୍‌ ପ୍ଲାନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page