ଜିଓର ଅଲଇନୱାନକୁ ଟMର ଦେବ ଏୟାରଟେଲର ଏହି ପ୍ରିପେଡ୍‌ ପ୍ଲାନ

November 26, 2019, ଦେଶ, , Anupambharat News Bureau


ଜିଓର ଅଲଇନୱାନକୁ ଟMର ଦେବ ଏୟାରଟେଲର ଏହି ପ୍ରିପେଡ୍‌ ପ୍ଲାନ
Anupambharat News Bureau
November 26, 2019

ମୁମ୍ବାଇ : ରିଲିୟାନ୍ସ ଜିଓ ଏବଂ ଏୟାରଟେଲ ଟେଲିକମ ଇଣ୍ଡଷ୍ଟ୍ରୀରେ ପରସ୍ପର ପ୍ରତିଯୋଗୀ । ପ୍ରିପେଡ୍‌ ରିଚାର୍ଜ ମାମଲାରେ ଏହି ଦୁଇ କମ୍ପାନୀ ପରସ୍ପରଙ୍କୁ ଟMର ଦିଅନ୍ତି । କିଛି ଦିନ ପୂର୍ବରୁ ଜିଓ ଏବଂ ଏୟାରଟେଲ ପ୍ରିପେଡ୍‌ ପ୍ଲାନ ଅଫର କରୁଥିଲେ କି;ୁ ଅଚାନକ ଜିଓ ଅନ୍ୟ ନେଟୱାର୍କକୁ କଲ କରିବାରେ ପ୍ରତି ମିନିଟ ୬ପଇସା ଲାଗୁ କରିଥିଲା । ଏବେ ଜିଓ ଅଲ ଇନ ୱାନ ପ୍ଲାନ ଲାଗୁ କରିଛି । ଏହି ପ୍ଲାନରେ ଜିଓ ନମ୍‌ରରେ ଅନଲିମିଟେଡ କଲିଂ, ଅନ୍ୟ ନେଟୱାର୍କ କଲିଂରେ ଆଇସିୟୁ ମିନିଟ୍‌, ଏସଏମଏସ୍‌, ଏବଂ ଡାଟା ସୁବିଧା ମିଳିବ । ତେବେ ଜାଣ;ୁ ଜିଓ ଓ ଏୟାରଟେଲର ଅଲ ଇନ ୱାନ ପ୍ଲାନ ବିଷୟରେ । ଜିଓ ୧୪୯ ଅଲ ଇନ ୱାନ ପ୍ଲାନ ବନାମ ଏୟାରଟେଲ ୧୬୯ ପ୍ଲାନ । ଜିଓର ୧୪୯ ଟଙ୍କାରେ ଥିବା ଅଲ ଇନ ୱାନ ପ୍ଲାନକୁ ଏୟାରଟେଲର ୧୬୯ ପ୍ଲାନ ସହ ଟMର ମିଳିଛ । ଜିଓର ଏହି ପ୍ଲାନରେ ୨୪ ଦିନର ଭାଲିଡିଟି ସହ ୩୦୦ ଆଇସିୟୁ ମିନିଟ୍‌, ଜିଓ ରୁ ଜିଓ ଅନଲିମିଟେଡ କଲିଂ, ପ୍ରତିଦିନ ୧.୫ ଜିବି ଡାଟା ମିଳିବ ।
ସେହିପରି ଏୟାରଟେଲର ଏହି ପ୍ଲାନରେ ୨୮ ଦିନର ଭାଲିଡିଟି ସହ ୨୮ ଜିବି ଡାଟା, ଅନଲିମିଟେଡ କଲିଂ ସୁବିଧା ମିଳୁଛି । ଏହାର ଅର୍ଥ ୨୦ ଟଙ୍କା ଅଧିକ ଦେଇ ଗ୍ରାହକମାନେ ଅନଲିମିଟେଡ କଲିଂର ସୁବିଧା ଉଠାଇପାରିବେ କି;ୁ ଜିଓ କେବଳ ୩୦୦ ମିନିଟ୍‌ ଅଦର କଲିଂ ପାଇଁ ସୁବିଧା ଦେବ ।
ଜିଓ ୨୨୨ପ୍ଲାନ ବନାମ ଏୟାରଟେଲ ୨୪୯ ପ୍ଲାନ- ଜିଓର ୨୨୨ ପ୍ଲାନରେ ୨୮ ଦିନର ଭାଲିଡିଟି ସହ ୧୦୦୦ ଆଇସିୟୁ ମିନିଟ୍‌, ପ୍ରତିଦିନ ୨ ଜିବି ଡାଟା, ଓ ଅନ୍ୟ ସୁବିଧା ମିଳୁଛି । ସେହିପରି ଏୟାରଟେଲରେ ୨୪୯ ପ୍ଲାନରେ ୨୮ ଦିନର ଭାଲିଡିଟି ସହ ପ୍ରତିଦିନ ୨ ଜିବି ଡାଟା ଓ ଅନଲିମିଟେଡ କଲିଂ ସୁବିଧା ମିଳୁଛି ।
ଜିଓ ୩୩୩ ପ୍ଲାନ ବନାମ ଏୟାରଟେଲ ୩୪୯ ପ୍ଲାନ- ଜିଓର ୩୩୩ ପ୍ଲାନରେ ୫୬ ଦିନର ଭାଲିଡିଟି ସହ ପ୍ରତିଦିନ ୨ ଜିବି ଡାଟା, ୧୦୦୦ ଆଇସିୟୁ ମିନିଟ୍‌, ଜିଓ ରୁ ଜିଓ ଅନଲିମିଟେଡ କଲିଂ ସୁବିଧା ମିଳିବ । ସେହିପରି ଏୟାରଟେଲରେ ୩୪୯ ପ୍ଲାନରେ ୨୮ ଦିନର ଭାଲିଡିଟି ସହ ପ୍ରତିଦିନ ୩ ଜିବି ଡାଟା, ଅନଲିମିଟେଡ କଲିଂ ସୁବିଧା ମିଳିବ ।
ଜିଓର ୪୪୪ ପ୍ଲାନ ବନାମ ଏୟାରଟେଲର ୪୪୮ ପ୍ଲାନ- ଜିଓର ୪୪୪ ପ୍ଲାନରେ ୮୪ ଦିନର ଭାଲିଡିଟି ସହ ୧୦୦୦ ଆଇସିୟୁ ମିନିଟ୍‌, ପ୍ରତିଦିନ ୨ଜିବି ଡାଟା ମିଳିବ । ଏୟାରଟେଲରେ ୪୪୮ ପ୍ଲାନରେ ୮୨ ଦିନର ଭାଲିଡିଟି ସହ ପ୍ରତିଦିନ ୧.୫ ଜିବି ଡାଟା ଓ ଅନଲିମିଟେଡ କଲିଂ ସୁବିଧା ମିଳିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଖୋଲିବନି ରତ୍ନ ଭଣ୍ଡାର  ଆଇନମନ୍ତ୍ରୀଙ୍କ ସୂଚନା

ଖୋଲିବନି ରତ୍ନ ଭଣ୍ଡାର ଆଇନମନ୍ତ୍ରୀଙ୍କ ସୂଚନା

Read More...

ମୁମ୍ବାଇ ଆକ୍ରମଣକୁ ୧୧ ବର୍ଷ  ମନେ ପଡ଼ିଲା ସେହି ଛାତିଥରା ଘଟଣା

ମୁମ୍ବାଇ ଆକ୍ରମଣକୁ ୧୧ ବର୍ଷ ମନେ ପଡ଼ିଲା ସେହି ଛାତିଥରା ଘଟଣା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page