ଅମିତ୍‌ ଶାହାଙ୍କୁ ଟାର୍ଗେଟ୍‌, କୋଲକାତା ରୋଡ଼ସୋରେ ବିଜେପି-ଟିଏମ୍‌ସି ସଂଘର୍ଷ

May 14, 2019, ଦେଶ, , Anupambharat News Bureau


ଅମିତ୍‌ ଶାହାଙ୍କୁ ଟାର୍ଗେଟ୍‌,  କୋଲକାତା ରୋଡ଼ସୋରେ ବିଜେପି-ଟିଏମ୍‌ସି ସଂଘର୍ଷ
Anupambharat News Bureau
May 14, 2019

କୋଲକାତା, ୧୪ା୫: ଚଳିତ ବର୍ଷର ସାଧାରଣ ଲୋକସଭା ନିର୍ବାଚନ ଅତ୍ୟନ୍ତ ସଗରମ୍‌ ବାତାବରଣ ମଧ୍ୟରେ ଆଉ ମାତ୍ର ଗୋଟିଏ ପର୍ଯ୍ୟାୟ ପରବର୍ତ୍ତି ସମ୍ପାଦନ ହେବ । ସାତଟି ପର୍ଯ୍ୟାୟ ବିଶିଷ୍ଟ ଲୋକସଭା ନିର୍ବାଚନ ପାଇଁ ଭୋଟ ପ୍ରଚାର କୁହାଯାଉ କିମ୍ବା ର୍ୟାଲି ଓ ରୋଡ଼ସୋ’ ବେଳେ ପଶ୍ଚିମବଙ୍ଗରେ କାଁ ଭାଁ ହିଂସା ଘଟଣା ରାଜନୀତିକୁ ଅଧିକ ଚର୍ଚ୍ଚିତ କରିଛି । କୋଲକାତା ନଗରୀ ସମେତ ଆଖପାଖ ସହର ଗୁଡ଼ିକରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ହିଂସା ଘଟିବା ପରେ ପରେ ସମସ୍ତ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ବିଭିନ୍ନ ଅଞ୍ଚଳରେ ଛୋଟବଡ଼ ହିଂସାକାଣ୍ଡ ଘଟିଯାଇଛି ।
ଏପରିକି ଜୀବନ ଯିବା ମଧ୍ୟ ଦୃଷ୍ଟାନ୍ତ ରହିଛି । ଆଉମାତ୍ର ଶେଷ ପର୍ଯ୍ୟାୟ ବାକିଥିବା ବେଳେ ଆଜି ଭାରତୀୟ ଜନତାପାର୍ଟି (ବିଜେପି)ର ରାଷ୍ଟ୍ରୀୟ ସଭାପତି ଅମିତ୍‌ ଶାହା କୋଲକାତା ନଗରୀରେ ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ବିଶାଳ ରୋଡ଼ସୋର ଆୟୋଜନ କରିଥିଲେ । ପଶ୍ଚିମବଙ୍ଗରେ ବିଜେପିକୁ ତୀବ୍ର ବିରୋଧ କରାଯାଉଥିବା ଯୋଗୁଁ ଆଜି ମଧ୍ୟ ସେଭଳି ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏପରିକି ରାଷ୍ଟ୍ରୀୟ ସଭାପତି ଅମିତ୍‌ ଶାହାଙ୍କ ଗାଡ଼ି ଉପରକୁ ଟେକାପଥର ମାଡ଼ ମଧ୍ୟ କରାଯାଇଥିବା ଘଟଣା ଜଣାପଡ଼ିଛି । ପରିସ୍ଥିତି ଏଭଳି ସୃଷ୍ଟି ହୋଇଥିଲା ଯେ କୋଲକାତା ନଗରୀରେ ତୃଣମୂଳ କଂଗ୍ରେସ ଟିଏମ୍‌ସିର କର୍ମୀ ଓ ବିଜେପି ସମର୍ଥକଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ ଘଟିଥିଲା । ସୂଚନା ଯେ କୋଲକାତା ନଗରୀର ଧର୍ମତାଲା ଠାରେ ଆଜି ଅପରାହ୍ନରେ ବିଜେପି ସଭାପତି ଏକ ରୋଡ଼ସୋ’ର ଆୟୋଜନ କରିଥିଲେ । ଅମିତ୍‌ଶାହା ପହଞ୍ଚିବା ତତ୍‌କ୍ଷଣାତ୍‌ ପ୍ରାୟ ହଜାରେରୁ ଊର୍ଦ୍ଧ୍ୱ ସମର୍ଥକ ତାଙ୍କୁ ସ୍ୱାଗତ ଜଣାଇଥିଲେ । ତେବେ ଟିଏମ୍‌ସିର ସମର୍ଥକମାନେ ପୂର୍ବରୁ ଯୋଜନାବଦ୍ଧ ଭାବେ ଲୁଚି ରହିଥିବା ବେଳେ ସେମାନେ ହଠାତ୍‌ ଅମିତ୍‌ ଶାହାଙ୍କ ଟ୍ରକ୍‌ ଉପରେକୁ ପଥରମାଡ଼ ଆରମ୍ଭ କରିଥିଲେ । ଫଳରେ କଲେଜ ଛକ ନିକଟରେ ବିଜେପି ଓ ଟିଏମ୍‌ସି ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା ।
ଏଭଳି ଖଣ୍ଡଯୁଦ୍ଧର ବାତାବରଣ ସୃଷ୍ଟି ହୋଇଥିଲା ଯେ ପରିସ୍ଥିତି ନିୟନ୍ତ୍ରଣ ହୋଇ ପାରିନଥିଲା । ଟିଏମ୍‌ସିର ଛାତ୍ର ସଂଗଠନର ଏକ ୟୁନିଟ୍‌ ପକ୍ଷରୁ ଅମିତ୍‌ଶାହାଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିଲା ଏବଂ ବିଜେପି ବିରୋଧୀ ସ୍ଲୋଗାନ ଲେଖାଯାଇଥିବା ପ୍ଲାକାର୍ଡ ଗୁଡ଼ିକ ରୋଡ଼ସୋ’ ବେଳେ ଅମିତ୍‌ ଶାହାକୁ ଦେଖାଯାଇଥିଲା । ଫଳରେ ଟେକାପଥର ମାଡ଼ଠାରୁ ଆରମ୍ଭ କରି ଲାଠିମାଡ଼ ପର୍ଯ୍ୟନ୍ତ ସ୍ଥିତି ସମ୍ବେଦନଶୀଳକ ହୋଇଥିଲା । ଘଟଣାସ୍ଥଳରେ ଦୁଇଟି ଗାଡ଼ିକୁ ପୋଡ଼ି ଦିଆଯାଇଥିଲା । ଟିଏମ୍‌ସି କର୍ମୀମାନେ ରୋଡ଼ସୋକୁ ସଂପୂର୍ଣ୍ଣ ଭାଙ୍ଗି ଦେବା ପାଇଁ ଉଦ୍ୟମ କରିଥିବା ସ୍ପଷ୍ଟ ଜଣାପଡ଼ିଥିଲା । ତେବେ ଲାଠିମାଡ଼ କରି ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବା ଦେଖା ଦେଇଥିଲା । ଉଲ୍ଲେଖ ଥାଉକି ଗତକାଲି ଯାଦବପୁର ନିର୍ବାଚନ ମଣ୍ଡଳୀରେ ଅମିତ୍‌ଶାହାଙ୍କ କୌଣସି ର୍ୟାଲିକୁ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ଅନୁମତି ପ୍ରତ୍ୟାହାର କରି ଦେଇଥିଲେ । ତେଣୁ ସେ ତାହାଙ୍କ ହେଲିକପଫରଙ୍କୁ ଅବତରଣ କରିବା ପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇନଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କାମ କରି ଦରମା ମାଗିଲେ ନାଲିଆଖି

କାମ କରି ଦରମା ମାଗିଲେ ନାଲିଆଖି

Read More...

 ନିଆରା ଜନ୍ମଦିନ ପାଳନ

ନିଆରା ଜନ୍ମଦିନ ପାଳନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page