ଜନ୍ମ ନେଲା ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ

October 30, 2019, ଦେଶ, , Anupambharat News Bureau


 ଜନ୍ମ ନେଲା ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ
Anupambharat News Bureau
October 30, 2019

ନୂଆଦିଲ୍ଲୀ,୩୦ା୧୦ (ଅନୁପମ ମିଡିଆ) : ଦୀର୍ଘ ବର୍ଷର ପୁରାତନ ଭାରତୀୟ ମାନଚିତ୍ରରେ ଏକ ପ୍ରକାର ପରିବର୍ତ୍ତନ ଦେଖା ଦେଇଛି ।
ଆଜି ମଧ୍ୟରାତ୍ରରୁ ଭାରତର ଗୋଟିଏ ରାଜ୍ୟ ଯଦିଓ ହ୍ରାସ ପାଇବାକୁ ଯାଉଛି । ତେବେ ଏଥିରେ ଦୁଇଟି କେନ୍ଦ୍ରଶାସିତ ରାଜ୍ୟ ମଧ୍ୟ ଯୋଗ ହୋଇଯାଉଛି । ବୁଧବାର ମଧ୍ୟରାତ୍ରରୁ ଜାମ୍ମୁ-କାଶ୍ମୀରକୁ ବିଭାଜନ ପ୍ରକାରେ ଏହା ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇ ଆଜି ଠାରୁ ଏହାର ପ୍ରଶାସନ ଆରମ୍ଭ ହେବ । ଅଗଷ୍ଟ ୯ ତାରିଖରେ ଜାମ୍ମୁ-କାଶ୍ମୀରରୁ ୩୭୦ଧାରା ଉଚ୍ଛେଦ କରାଯାଇ ଏହାର ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରିବା ପରେ ରାଷ୍ଟ୍ରପତିଙ୍କ ମୋହର ମଧ୍ୟ ଲାଗିଥିଲା । ଜାମ୍ମୁ-କାଶ୍ମୀରକୁ ବିଭାଜନ କରାଯାଇ ପ୍ରଥମଟିକୁ ଜାମ୍ମୁକାଶ୍ମୀର ଓ ଦ୍ୱିତୀୟଟିକୁ ଲଦାଖ୍‌ ହେବ ବୋଲି ଧାର୍ଯ୍ୟ କରାଯାଇଛି । ଠିକ୍‌ ସେଭଳି ଜାମ୍ମୁକାଶ୍ମୀରର ଉପ-ରାଜ୍ୟପାଳଭାବେ ଜଣେ ପୂର୍ବତନ ଅମଲାତନ୍ତ୍ର ଅଧିକାରୀ ଜି.ସି.ମୂର୍ମୁଙ୍କୁ ନିଯୁକ୍ତି କରିବା ପରେ ତାହାଙ୍କୁ ମଧ୍ୟରାତି୍ରରୁ ହିଁ ଉପ-ରାଜ୍ୟପାଳ ଭାବେ ଗ୍ରହଣ କରାଯାଉଛି । ଠିକ୍‌ ସେଭଳି ଲଦାଖ୍‌ର ପ୍ରଥମ ଉପ-ରାଜ୍ୟପାଳ ଭାବେ ଅନ୍ୟ ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀ ରାଧାକି୍ରଷ୍ଣା ମାଥୁର୍‌ ଶାସନ ଆରମ୍ଭ କରିବେ । ଯଦିଓ ଲଦାଖ୍‌ର କୌଣସି ବିଧାନସଭା ରହିବ ନାହିିଁ, ତେଣୁ ଏହି କେନ୍ଦ୍ରଶାସିତ ଅଞ୍ଚଳ ସିଧାସଳଖ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହେବ । କାଶ୍ମରର କିନ୍ତୁ ବିଧାନ ସଭା ରହିବ ଏବଂ ଦିଲ୍ଲୀ ରାଜ୍ୟକୁ ଯେଭଳି ପରିଚାଳନା କରାଯାଉଛି, ଠିକ୍‌ ସେହି ନିୟମାବଳୀ ଆଧାରରେ କାଶ୍ମୀର ପରିଚାଳିତ ହେବ । କିନ୍ତୁ ୨୦୧୯ ଜାମ୍ମୁ-କାଶ୍ମୀର ପୁନର୍ଗଠନ ଆଇନ ଅନୁଯାୟୀ ଏହାକୁ ବିକାଶ କରାଯିବ ବୋଲି ଜଣାପଡ଼ିଛି । ଏହା ଅତ୍ୟନ୍ତ ଆକର୍ଷଣର ପ୍ରସଙ୍ଗ ଯେ, ଦେଶର ପ୍ରଥମ ସ୍ୱରାଷ୍ଟ୍ର ମନ୍ତ୍ରୀ ଏବଂ ଜଣେ ସ୍ୱାଧିନତା ସଂଗ୍ରାମୀ ସହିତ ଲୌହମାନବ ଭାବେ ପରିଚିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍‌ଙ୍କ ଜନ୍ମ ଜୟନ୍ତୀକୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଉଛି ଏବଂ ଏହି ପବିତ୍ର ଦିବସରେ ହିଁ ଦୁଇଟି ନୂତନ କେନ୍ଦ୍ରଶାସିତ ଅଞ୍ଚଳର ଆଜି ସୃଷ୍ଟି ହୋଇଛି । ୨୦୧୯ ମଇ ମସରେ ନିର୍ବାଚନୀ ଇସ୍ତାହାରକୁ ଆଧାର କରି ଭାରତୀୟ ଜନତା ପାର୍ଟି ବିଜେପି ନେତୃତ୍ୱାଧିନ ସରକାର ପ୍ରତିଶ୍ରୁତି ପୂରଣ କରି ଦୀର୍ଘ ବର୍ଷର ସମସ୍ୟାରେ ପରିବର୍ତ୍ତନ ଆଣିବାକୁ ଉଦ୍ୟମଜାରି ରଖିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଇଏଏସ୍‌ ଅଧିକାରୀଙ୍କୁ ମେଡ଼ିକାଲ ଦାୟିତ୍ୱ

ଆଇଏଏସ୍‌ ଅଧିକାରୀଙ୍କୁ ମେଡ଼ିକାଲ ଦାୟିତ୍ୱ

Read More...

ସଭାପତିଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ  ଏଚ୍‌ଆର୍‌ପିସି ଏଡିଜିଙ୍କୁ ଭେଟିଲେ ପୀଡ଼ିତା

ସଭାପତିଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଏଚ୍‌ଆର୍‌ପିସି ଏଡିଜିଙ୍କୁ ଭେଟିଲେ ପୀଡ଼ିତା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page