ସଭାପତିଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଏଚ୍‌ଆର୍‌ପିସି ଏଡିଜିଙ୍କୁ ଭେଟିଲେ ପୀଡ଼ିତା

October 30, 2019, ଓଡ଼ିଶା, , Anupambharat News Bureau


ସଭାପତିଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ  ଏଚ୍‌ଆର୍‌ପିସି ଏଡିଜିଙ୍କୁ ଭେଟିଲେ ପୀଡ଼ିତା
Anupambharat News Bureau
October 30, 2019

କେନ୍ଦ୍ରାପଡା,୩୦ା୧୦(ଅନୁପମ ମିଡିଆ): କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟର ସଭାପତିଙ୍କ ନାଁରେ ସେହି ସୋସାଇଟିର ଜନୈକ ମହିଳା କର୍ମଚାରୀ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି । ଏନେଇ ଟାଉନ ଥାନାରେ ଅଭିଯୋଗ ପରେବି ପୋଲିସର ନିଷ୍କ୍ରିୟତା ବିରୋଧରେ ବୁଧବାର ପୀଡ଼ିତା ସ୍ଥାନୀୟ ସର୍କିଟ ହାଉସରେ ମାନବୀକ ଅଧିକାର କମିଶନ ସେଲର(ଏଚଆରପିସି) ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଏସଏମ ନରଭାନେଙ୍କୁ ଭେଟି ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ, ଗତ ଏପ୍ରେଲ ୨୭ ରେ ପୀଡିତା କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ କରିବା ପରେବି ଥାନା ପକ୍ଷରୁ ବହୁ ବିଳମ୍ବରେ ଅର୍ଥାତ ୨ମାସ ପରେ ଜୁଲାଇମାସ ୨୩ତାରିଖରେ କେଶନମ୍ବର ୧୩୮/୨୦୧୯ରେ ଭାରତୀୟ ପିଙ୍ଗଳ କୋର୍ଡର ଧାରା ୫୦୯,୩୫୪(ଖ)(୧),୫୦୬ ଓ ୨୯୪ ଦଫାରେ ଅଭିଯୋଗ ପଞ୍ଜିକୃତ ହୋଇଥିଲା । ଜିଲ୍ଲାର ମହାକାଳପଡା ଥାନା ଅନ୍ତର୍ଗତ ନଛିପଡା ଗ୍ରାମର ଜନୈକା ଯୁବତୀ କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ କରିଥିଲେ ଯେ, ସେ କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟର ବୀମା ପରାମର୍ଶଦାତା କମଳାକାନ୍ତ ସୁଆରଙ୍କ ମାଧ୍ୟମରେ ଏକଲକ୍ଷ ଟଙ୍କା ଲାଞ୍ଚ ଦେଇ କ୍ଲରିକାଲ ପଦରେ ପ୍ରାୟ ଏକବର୍ଷ ହେବ କାମ କରିଆସୁଥିଲେ । ତେବେ ଗତ କିଛିମାସ ହେବ ସୋସାଇଟିର ସଭାପତି ସାହୁ ମୋବାଇଲ ଶିଖିବା ନାଁରେ ସମ୍ପୃକ୍ତ ଅଭିଯୋଗକାରିଣୀ ଯୁବତୀଙ୍କୁ ବାରମ୍ବାର ଫୋନ କରିବା, ଭିଡିଓକଲ କରି ତାଙ୍କ ଚାମ୍ବରକୁ ଯିବାକୁ ବାଧ୍ୟ କରୁଥିଲେ । ଏତଦବ୍ୟତିତ ସମ୍ପକ୍ତ ଯୁବତୀ ସୋସାଇଟିର ସଭାପତିଙ୍କ ଚାମ୍ବରକୁ ଗଲେ ତାଙ୍କୁ ସଭାପତି ନାନା ପ୍ରକାର ଅଶ୍ଳୀଳ ଇଙ୍ଗିତ କରୁଥିବା ଏବଂ ଦିନେ ସଭାପତ ତାଙ୍କୁ ଚାମ୍ବରକୁ ଡାକି ଜୋରଜବରଦସ୍ତ ଶରୀରର ବିଭିନ୍ନ ବ୍ୟକ୍ତିଗତ ଅଂଶକୁ ଜାଣିଶୁଣି ଛୁଇଁ ଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏତଦଭିନ୍ନ ଅଭିଯୋଗକାରିଣୀଙ୍କୁ ସଭାପତି ବିଭିନ୍ନ ପ୍ରକାର ପ୍ରଲୋଭନ
ଦେଖାଇ ଆକୃଷ୍ଟ କରିବାକୁ ପ୍ରୟାସ କରିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ଏହାଛଡା ସଭାପତି ସାହୁଙ୍କର ଗୋପଠାରେ ଥିବା ଫାର୍ମ ହାଉସ୍‌କୁ ସନ୍ଧ୍ୟାରେ ଏକୁଟିଆ ଯିବାକୁ ଅଭିଯୋଗକାରିଣୀଙ୍କୁ ବାଧ୍ୟ କରୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏସବୁକୁ ସମ୍ପୃକ୍ତ ଯୁବତୀ ଜଣକ ପ୍ରତିବାଦ କରିବାରୁ ତାଙ୍କୁ ଦୂର ସ୍ଥାନକୁ ବଦଳି କରିଦେବାକୁ ଧମକ ଦେଉଥିଲେ ସୋସାଇଟି ସଭାପତି ସାହୁ ଏବଂ ଶେଷରେ ତାଙ୍କ କଥାରେ ରାଜି ନହେବାରୁ ଯୁବତୀଙ୍କୁ ମାର୍ଶାଘାଇକୁ ବଦଳି କରିଦିଆଗଲା । ଏ ସମସ୍ତ ଘଟଣା ଘରେ କହିବା ପରେ ଯୁବତୀଙ୍କ ମା’ସୋସାଇଟିକୁ ଆସି ସଭାପତିଙ୍କୁ ପଚାରିବାରେ ସଭାପତି ସମ୍ପୃକ୍ତ ଯୁବତୀ ଏବଂ ତାଙ୍କ ମା’ଙ୍କୁ ଦୁର୍ବ୍ୟବହାର କରିବା ସହିତ ଖରାପଭାଷାରେ ଗାଳିଗୁଲଜ କରିଥିଲେ ବୋଲି ସେ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି । ସାହୁ ଜଣେ ପ୍ରଭାବ ଶାଳି ବ୍ୟକ୍ତି ହୋଇଥିବାରୁ ଅଭିଯୋଗକାରିଣୀଙ୍କ ଜୀବନପ୍ରତି ବିପଦ ରହିଛି ଓ ତାଙ୍କୁ ପୋଲିସ ସୁରକ୍ଷା ପ୍ରଦାନ କରାଯିବାକୁ ସେ ଟାଉନ ଥାନା ଅଧିକାରୀଙ୍କୁ ଲିଖିତ ନିବେଦନ କରିଥିଲେ । କିନ୍ତୁ ତାଙ୍କର ଅଭିଯୋଗକୁ ପଞ୍ଜିକୃତ ନକରାଯିବା ସହିତ ତାଙ୍କୁ ପୋଲିସ ସୁରକ୍ଷା ମଧ୍ୟ ପ୍ରଦାନ କରାଯାଇନଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ନିର୍ଯାତନା ଓ ଶୋଷଣର ଶୀକାର ହୋଇ ଶେଷରେ ପିଡିତା ଜଣକ ଚାକିରିରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ସେହି ଇସ୍ତଫାକୁ ଗ୍ରହଣ କରାନଯାଇ ସୋସାଇଟି ପକ୍ଷରୁ ପୀଡ଼ିତାଙ୍କୁ ଟରମିନେଟ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଉଭୟ ଟାଉନ ଥାନାରେ ଲିଖିତ ଭାବେ ଓ ଅନ ଲାଇନରେ ପୀଡିତା ଜଣଙ୍କ ଗତ ଅପ୍ରେଲମାସ ୨୭ତାରିଖରେ ପୋଲିସକୁ ଅଭିଯୋଗ କରିଥିଲେ । ପରେ ଥାନାରୁ ନ୍ୟାୟ ନପାଇ କୋର୍ଟରେ ମାମଲା ଦାୟର କରି କୋର୍ଟଙ୍କ ନିର୍ଦେଶ ପରେ ଥାନା ଅଧିକାରୀ ଅଭିଯୋଗର ପ୍ରାୟ ତିନିମାସ ପରେ ଜୁଲାଇମାସ ୨୩ତାରିଖରେ ପୀଡିତା ଯୁବତୀଙ୍କ ଅଭିଯୋଗକୁ ପଞ୍ଜିିକୃତ କରିଦେଇଥିଲେ ମଧ୍ୟ ଅଦ୍ୟାବଧି ସେହି ଅଭିଯୋଗ ଉପରେ କୌଣସି ପଦକ୍ଷେପ ନିଆଯାଇନଥିବା ପୀଡିତା ଜଣଙ୍କ କାନ୍ଦି କାନ୍ଦି ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଅଭିଯୋଗ କରିଥିଲେ । ଜିଲ୍ଲାପାଳ ବର୍ମା ଏସପିଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ପଦକ୍ଷେପ ନିଆନଯିବାରୁ ପୀଡିତା ଜଣଙ୍କ ଆଜି କେନ୍ଦ୍ରାପଡା ଗସ୍ତରେ ଆସିଥିବା ଏଚଆରପିସି ଏଡିଜି ନରଭାନେଙ୍କୁ ସର୍କିଟହାଉସରେ ଭେଟି ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ । ଏଡିଜି ନରଭାନେ ସେହି ଅଭିଯୋଗ ଉପରେ ଅବିଳମ୍ବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସପି ନୀତି ଶେଖରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଅନ୍ୟପକ୍ଷରେ କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟିର ସମ୍ପାଦକ ପ୍ରହଲ୍ଲାଦ ସାହୁ ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସୋସାଇଟକୁ ବଦନାମ କରିବା ପାଇଁ ସୋସାଇଟି ନାମରେ ମିଥ୍ୟା ପ୍ରଚାର କରାଯାଉଥିବା ଅଭିଯୋଗ କରିଛନ୍ତି । ଏଥିସହିତ ଆଜି ସନ୍ଧ୍ୟାରେ ସୋସାଇଟିକୁ ବଦନାମ କରାଯିବା ବିରୋଧରେ ପଦକ୍ଷେପ ନେବାକୁ କେନ୍ଦ୍ରାପଡା ଏସପିଙ୍କ ଉଦେଶ୍ୟରେ ସୋସାଇଟି ପକ୍ଷରୁ ସମ୍ପାଦକ ପ୍ରହଲ୍ଲାଦ ସାହୁ,ଅତିରିକ୍ତ ସମ୍ପାଦକ ଅରବିନ୍ଦ ସାହୁ,ମନୋଜ କୁମାର ସାହୁ ପ୍ରମୁଖ ଏକ ଦାବିପତ୍ର ପ୍ରଦାନ କରିଥିବା ସୋସାଇଟି ସମ୍ପାଦକ ସାହୁ ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଜନ୍ମ ନେଲା ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ

ଜନ୍ମ ନେଲା ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ

Read More...

ନଭେମ୍ବର ୧ରୁ ଖରିଫ୍‌ ଧାନ ସଂଗ୍ରହ   ଚଳିତ ବର୍ଷ ୬୦ ଲକ୍ଷ ମାଟ୍ରିକ୍‌ ଟନ୍‌ ଧାନ କିଣିବା ଲକ୍ଷ୍ୟ

ନଭେମ୍ବର ୧ରୁ ଖରିଫ୍‌ ଧାନ ସଂଗ୍ରହ ଚଳିତ ବର୍ଷ ୬୦ ଲକ୍ଷ ମାଟ୍ରିକ୍‌ ଟନ୍‌ ଧାନ କିଣିବା ଲକ୍ଷ୍ୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page