ହରିଆଣାରେ ହେବ ଝୁଲା ବିଧାନସଭା!

October 23, 2019, ଦେଶ, , Anupambharat News Bureau


ହରିଆଣାରେ ହେବ ଝୁଲା ବିଧାନସଭା!
Anupambharat News Bureau
October 23, 2019

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଜେପି ପୁଣିଥରେ ସରକାର ଗଠନ କରିବାକୁ ଥିବା ବେଳେ ହରିଆଣାରେ ବିରୋଧୀ ଉକ୍ତ ଦଳକୁ କଡ଼ା ଟMର ଦେବେ ବୋଲି ଇଣ୍ଡିଆ ଟୁଡେ ଏକଜିଟ୍‌ ପୋଲ ପୂର୍ବାନୁମାନ କରିଛି । ପ୍ରାୟ ଅଧିକାଂଶ ସଂସ୍ଥା ନିଜର ଏକଜିଟ୍‌ ପୋଲରେ ହରିଆଣାରେ ପୁଣିଥରେ ମନହୋରଲାଲ ଖଟ୍ଟର ସରକାର ଗଠନ କରିବେ ବୋଲି କହିଥିବା ବେଳେ ଇଣ୍ଡିଆ ଟୁଡେ ଏଥିରେ ଏକମତ ହୋଇପାରି ନାହିଁ । ହରିଆଣାର ୯୦ଟି ଆସନରୁ କୌଣସି ଦଳକୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୪୬ ମିଳିବ ନାହିଁ ବୋଲି ଏହି ସଂସ୍ଥା ନିଜର ଏକଜିଟ୍‌ ପୋଲରେ ପୂର୍ବାନୁମାନ କରିଛି । ୨୦୧୯ ସାଧାରଣ ନିର୍ବାଚନରେ ଠିକ୍‌ ପୂର୍ବାନୁମାନ କରିଥିବା ଏହି ସଂସ୍ଥାର ଆକଳନ ଯଦି ସତ ହୁଏ, ତା’ହେଲେ ବିଜେପି ଛୋଟ ଛୋଟ ଦଳଗୁଡ଼ିକ ସହ ମିଶି ସରକାର ଗଠନ କରିବାକୁ ବାଧ୍ୟ ହେବ । ଅନ୍ୟପକ୍ଷରେ ଏହାର ଫାଇଦା ମଧ୍ୟ କଂଗ୍ରେସ ଉଠାଇ ସରକାର ଗଠନ କରିବାକୁ ଉଦ୍ୟମ ମଧ୍ୟ କରିପାରିବ । ତେବେ ଆସନ୍ତାକାଲି ଫଳାଫଳ ପ୍ରକାଶ ପାଇବା ପରେ ସବୁ କିଛି ସ୍ପଷ୍ଟ ହୋଇଯିବ । ଇଣ୍ଡିଆ ଟୁଡେର ଏକଜିଟ୍‌ ପୋଲ ଆକଳନ ଅନୁଯାୟୀ, ବିଜେପିକୁ ୩୨ରୁ ୪୪ଟି ଆସନ ମିଳିବାକୁ ଥିବା ବେଳେ କଂଗ୍ରେସ ୩୦ରୁ ୪୨ଟି ଆସନ ଜିତିବ । ସେହିପରି ଦ୍ୟୁଷନ୍ତ ଚୌଟାଲାଙ୍କ ଜନନାୟକ ଜନତା ପାର୍ଟି ୬ରୁ ୧୦ଟି ଆସନ ଜିତିବ । ଏପରି ହେଲେ ଜନନାୟକ ଜନତା ପାର୍ଟି ହିଁ ହରିଆଣାରେ କିଙ୍ଗ ମେକର ସାଜିବ । ଦଳ ଯାହାକୁ ସମର୍ଥନ କରିବ, ସେ ହିଁ ଏଠାରେ ସରକାର ଗଠନ କରିବ । ଭୋଟ ଆବଣ୍ଟନ କଥା ବିଚାରକୁ ନେଲେ ବିଜେପି ୩୩%, କଂଗ୍ରେସ ୩୨% ଓ ଜନନାୟକ ଜନତା ପାର୍ଟି ୧୪% ଭୋଟ ପାଇବ ବୋଲି ଏହି ସଂସ୍ଥା କହିଛି । ୨୦୧୪ରେ ବିଜେପି ୪୭ଟି ଆସନ ଜିତିଥିବା ବେଳେ କଂଗ୍ରେସକୁ ମାତ୍ର ୧୫ଟି ସିଟ୍‌ ମିଳିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହିନ୍ଦୁବାଦୀ ନେତାଙ୍କୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ କରାଯାଇଥିଲା ହତ୍ୟା

ହିନ୍ଦୁବାଦୀ ନେତାଙ୍କୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ କରାଯାଇଥିଲା ହତ୍ୟା

Read More...

ସୁଇସାଇଡ୍‌ ଜ୍ୟାକେଟ ପିନ୍ଧି  ମୋଦିଙ୍କୁ ଧମକ ଦେଲେ ପାକ୍‌ ସିଙ୍ଗର

ସୁଇସାଇଡ୍‌ ଜ୍ୟାକେଟ ପିନ୍ଧି ମୋଦିଙ୍କୁ ଧମକ ଦେଲେ ପାକ୍‌ ସିଙ୍ଗର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page