ସୁଇସାଇଡ୍‌ ଜ୍ୟାକେଟ ପିନ୍ଧି ମୋଦିଙ୍କୁ ଧମକ ଦେଲେ ପାକ୍‌ ସିଙ୍ଗର

October 23, 2019, ବିଦେଶ, , Anupambharat News Bureau


ସୁଇସାଇଡ୍‌ ଜ୍ୟାକେଟ ପିନ୍ଧି  ମୋଦିଙ୍କୁ ଧମକ ଦେଲେ ପାକ୍‌ ସିଙ୍ଗର
Anupambharat News Bureau
October 23, 2019

ଇସଲାମାବାଦ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କେବଳ ପାକିସ୍ତାନ ସରକାର ନୁହନ୍ତି ଦେଶର ନାମାଦାମୀ କଳାକାର ମଧ୍ୟ ବିଚଳିତ ହୋଇପଡ଼ିଛନ୍ତି । ଏଥିପାଇଁ ସେମାନେ ଭାରତ ସରକାରଙ୍କ ବିରୋଧରେ ବୟାନ ଦେଇ ଚାଲିଛନ୍ତି । ଏହିକ୍ରମରେ ପାକିସ୍ତାନର ଜଣେ ପପ୍‌ ସିଙ୍ଗର ଆତ୍ମଘାତୀ ହମ୍‌ଲାପାଇଁ ବ୍ୟବହୃତ ହେଉଥିବା ଏକ ଜ୍ୟାକେଟ୍‌ ପିନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ହମଲା କରିବାକୁ ଖୋଲାଖୋଲି ଧମକ ଦେଇଛନ୍ତି । ରାବି ର୍ପିଜାଦା ନାମକ ଏହି ସିଙ୍ଗର ଜଣଙ୍କ ପୂର୍ବରୁ ମଧ୍ୟ ବିଭିନ୍ନ ପ୍ରକାରର ବିଷାକ୍ତ ଶରିସୃପଙ୍କୁ ଧରି ମୋଦିଙ୍କୁ ଧମକ ଦେଇଥିଲେ । ମଙ୍ଗଳବାର ଟୁୱିରେ ରାବି ନିଜର ଏକ ଫଟୋ ପୋଷ୍ଟ କରିଛନ୍ତିଛ ଏହି ଫଟୋରେ ସେ ସୁଇସାଇଡ୍‌ ଆକ୍ରମଣରେ ବ୍ୟବହୃତ ହେବା ଭଳି ଏକ ଜ୍ୟାକେଟ୍‌ ପିନ୍ଧିଛନ୍ତି । ଏହାର ଶୀର୍ଷକ ‘କଶ୍ମୀର ପ୍ରସଙ୍ଗରେ ମୋଦିଙ୍କୁ ଧମକ’ ବୋଲି ରଖିଛନ୍ତି । ସେ ମୋଦିଙ୍କୁ ହିଟଲର ବୋଲି କହିଥିବା ବେଳେ ନିଜକୁ କଶ୍ମୀରର ଝିଅ ବୋଲି ବର୍ଣ୍ଣାନା କରିଛନ୍ତି । ଏହାକୁ ନେଇ ସୋଶାଲ ମିଡିଆରେ ଅନେକ ରାବିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ଏହାଦ୍ୱାରା ପାକିସ୍ତାନର ଛବି ବିଶ୍ୱ ଦରବାରରେ ଖରାପ ହେଉଛି ବୋଲି ସେମାନେ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହରିଆଣାରେ ହେବ ଝୁଲା ବିଧାନସଭା!

ହରିଆଣାରେ ହେବ ଝୁଲା ବିଧାନସଭା!

Read More...

ମୂଳପୋଛ ହେଲା ଅଲ-କାଏଦର ସହଯୋଗୀ ଆତଙ୍କୀ ସଂଗଠନ

ମୂଳପୋଛ ହେଲା ଅଲ-କାଏଦର ସହଯୋଗୀ ଆତଙ୍କୀ ସଂଗଠନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page