ଦୀପାବଳିରେ ଆତଙ୍କବାଦୀ ହମ୍‌ଲା ଆଶଙ୍କା ରହିଛି

October 21, 2019, ଦେଶ, , Anupambharat News Bureau


ଦୀପାବଳିରେ ଆତଙ୍କବାଦୀ ହମ୍‌ଲା ଆଶଙ୍କା ରହିଛି
Anupambharat News Bureau
October 21, 2019

ନୂଆଦିଲ୍ଲୀ: ଦୀପାବଳିରେ ଆତଙ୍କବାଦୀ ବଡ଼ ଧରଣର ଆକ୍ରମଣ କରିପାରନ୍ତି । ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ) ଆଜି ଏହି ସୂଚନା ଦେଇଛି ।
ଆତଙ୍କବାଦୀ ମାନେ ନେପାଳ ଏବଂ କଶ୍ମୀର ଦେଇ ରାଜଧାନୀ ଦିଲ୍ଲୀରେ ଦୀପାବଳି ପୂର୍ବରୁ ଏକାଠି ହୋଇଛନ୍ତି ବୋଲି ଜଣାପଡ଼ିଛି । ଏ ନେଇ ଏନଆଇଏ ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି । ଏନଆଆଇର ସୂଚନା ଅନୁଯାୟୀ, ଆତଙ୍କବାଦୀ ମାନେ ନେପାଳ ରାସ୍ତା ଦେଇ ଭାରତରେ ପ୍ରବେଶ କରିସାରିଛନ୍ତି । ପାଖାପାଖି ୫ ଜଣ ଆତଙ୍କବାଦୀ ଦେଶ ମଧ୍ୟରେ ପ୍ରବେଶ କରିଛନ୍ତି । ଗୋରଖପୁର ଜଙ୍ଗଲ ଏବଂ ରେଲେୱ କ୍ରସିଂ ନିକଟରେ ଏହି ଆତଙ୍କବାଦୀଙ୍କୁ ଦେଖିବାକୁ ମିଳିଛି । ଏହି ସମସ୍ତ ଆତଙ୍କବାଦୀ ଅସ୍ତ୍ରଶସ୍ତ୍ର ସହ ଏକ ଧଳା ରଙ୍ଗର କାରରେ ଏକାଠି ଆସିଛନ୍ତି ।
ଏନଆଇଏ କିଛି କଲ୍‌ ରେକର୍ଡିଂ କରିଛି ଯେଉଁଥିରେ ଆତଙ୍କବାଦୀ ମାନେ ଅକେcାବର ୧୭ ପୂର୍ବରୁ ଦିଲ୍ଲୀରେ ଏକାଠି ହେବେ ବୋଲି ସୂଚନା ଦେଇଛନ୍ତି । ଦୀପାବଳି ଅବସରରେ ରାଜଧାନୀ ଦିଲ୍ଲୀରେ ବଡ଼ ଧରଣର ବିସ୍ପୋରଣ କରିବେ ବୋଲି ଆତଙ୍କବାଦୀ କହିଥିବା ଏନଆଇଏ ପ୍ରକାଶ କରିଛି । ତେବେ ଏହାକୁ ନେଇ ସାରା ଦେଶରେ ହାଇଅଲାର୍ଟ ଜାରି କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନନ୍‌ ଜିଓକୁ କଲ୍‌ କରିବା ପାଇଁ ଜିଓର ନୂଆ ରିଚାର୍ଜ ପ୍ଲାନ୍‌

ନନ୍‌ ଜିଓକୁ କଲ୍‌ କରିବା ପାଇଁ ଜିଓର ନୂଆ ରିଚାର୍ଜ ପ୍ଲାନ୍‌

Read More...

ପାକିସ୍ତାନ ଭାରତକୁ ଡ଼ାକ ସେବା ବନ୍ଦ କରିଛି: ରବି ଶଙ୍କର

ପାକିସ୍ତାନ ଭାରତକୁ ଡ଼ାକ ସେବା ବନ୍ଦ କରିଛି: ରବି ଶଙ୍କର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page