ପାକିସ୍ତାନ ଭାରତକୁ ଡ଼ାକ ସେବା ବନ୍ଦ କରିଛି: ରବି ଶଙ୍କର

October 21, 2019, ଦେଶ, , Anupambharat News Bureau


ପାକିସ୍ତାନ ଭାରତକୁ ଡ଼ାକ ସେବା ବନ୍ଦ କରିଛି: ରବି ଶଙ୍କର
Anupambharat News Bureau
October 21, 2019

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ରହିଥିବା ବିବାଦ ଭିତରେ ପାକିସ୍ତାନ ଡ଼ାକ ସେବା ବନ୍ଦ କରିଛି । ଭାରତକୁ କୌଣସି ସୂଚନା ନଦେଇ ପାକିସ୍ତାନ ଡ଼ାକ ସେବା ଉପରେ ରୋକ୍‌ ଲଗାଇଛି । ଆଜି କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏହା କହିଛନ୍ତି ।
ପାକିସ୍ତାନର ଏହି ଏକତରଫା ନିଷ୍ପତ୍ତି ଅନ୍ତର୍ଜାତୀୟ ନିୟମକୁ ଉଲ୍ଲଂଘନ କରୁଛି ବୋଲି ରବି ଶଙ୍କର ପ୍ରସାଦ କହିଛନ୍ତି । ସେହିପରି ପାକିସ୍ତାନର ଆତଙ୍କବାଦ ଏବେ ସାରା ବିଶ୍ୱ ପାଇଁ ଏକ ଚ୍ୟାଲେଞ୍ଜ ବୋଲି କହିଛନ୍ତି ବିଜେପି ମହାସଚିବ ରାମ ମାଧବଛ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଭଲ ସମ୍ପର୍କ ରହୁ ଆମେ ମଧ୍ୟ ଚାହୁଁଛୁ ।
ପାକିସ୍ତାନକୁ ସୀମାପାର ଆତଙ୍କବାଦକୁ ବନ୍ଦ କରିବା ଦରକାର ବୋଲି ସେ କହିଛନ୍ତି । ଆମେରିକା ଭାରତ ସାମରିକ ସମ୍ମିଳନୀକୁ ସମ୍ବୋଧିତ କରିବା ବେଳେ ରାମ ମାଧବ ଏଭଳି କହିଛନ୍ତି । ଜମ୍ମୁ କଶ୍ମୀରରୁ ଧାରା ୩୭୦ଉଚ୍ଛେଦ ହେବା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ବଢ଼ିଛି । ଏହାପରେ ଦୁଇ ଦେଶ ମଧ୍ୟରେ ସମସ୍ତ ପ୍ରକାର ସମ୍ପର୍କ ବାତିଲ୍‌ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୀପାବଳିରେ ଆତଙ୍କବାଦୀ ହମ୍‌ଲା ଆଶଙ୍କା ରହିଛି

ଦୀପାବଳିରେ ଆତଙ୍କବାଦୀ ହମ୍‌ଲା ଆଶଙ୍କା ରହିଛି

Read More...

ଉପ ନିର୍ବାଚନରେ ଭୋଟ ଦେବାକୁ ଆହ୍ୱାନ କରିଥିଲେ ମୋଦି

ଉପ ନିର୍ବାଚନରେ ଭୋଟ ଦେବାକୁ ଆହ୍ୱାନ କରିଥିଲେ ମୋଦି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page