୫୮ ବର୍ଷ ବୟସ୍କ ବିଲ୍‌ଡ଼ରଙ୍କ ୧୨୦ ପତ୍ନୀ, ମଜୁରିଆ ଯୁବତୀ ଓ ମହିଳାଙ୍କୁ ବିବାହ କରିଛନ୍ତି

October 18, 2019, ବିଦେଶ, , Anupambharat News Bureau


୫୮ ବର୍ଷ ବୟସ୍କ ବିଲ୍‌ଡ଼ରଙ୍କ ୧୨୦ ପତ୍ନୀ, ମଜୁରିଆ ଯୁବତୀ ଓ ମହିଳାଙ୍କୁ ବିବାହ କରିଛନ୍ତି
Anupambharat News Bureau
October 18, 2019

ଥାଇଲ୍ୟାଣ୍ଡ: ଥାଇଲ୍ୟାଣ୍ଡରେ ଦେଖିବାକୁ ମିଳିଛି ଅଜବ ଘଟଣା । ଜଣେ ବିଲ୍‌ଡ଼ର ୫୮ ବର୍ଷ ବୟସରେ ବିବାହ କରିଛନ୍ତି ୧୨୦ ଜଣ ମହିଳାଙ୍କୁ । ଥାଇଲ୍ୟାଣ୍ଡର ନୋକନ ନାୟକ ପ୍ରାନ୍ତର ଏହି ବିଲïର ତମ୍ବନ ପ୍ରେଜର୍ଟ ଏପର୍ଯ୍ୟନ୍ତ ମୋଟ ୧୨୦ ବିବାହ କରିଛନ୍ତି ।
କେବଳ ବିଲ୍‌ଡ଼ର ନୁହଁନ୍ତି ତମ୍ବନ ନାୟକ ପ୍ରାନ୍ତର ଫ୍ରମନୀ ଜିଲ୍ଲା ପ୍ରମୁଖ ମଧ୍ୟ । ଥାଇଲ୍ୟାଣ୍ଡରେ ବହୁ ବିବାହ ନିଷିଦ୍ଧ । ଏହା ସେ‰ ତମ୍ବନ ଅବୈଧ ଭାବେ ଅନେକ ବିବାହ କରିଥିବା ଜଣାପଡିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ତମ୍ବନ ତାଙ୍କ ଏକାଧିକ ବିବାହ ସମ୍ପର୍କରେ ଯାହା କହିଛନ୍ତି ବାସ୍ତବିକ ଆଶ୍ଚର୍ଯ୍ୟଜନକ । ସେ ବିବାହ କରିବେ ବୋଲି ତାଙ୍କ ପତ୍ନୀମାନଙ୍କୁ ପୂର୍ବରୁ ଜଣାଇ ଦିଅନ୍ତି । ଏହା ଛଡା ବିବାହ କରିବା ପୂର୍ବରୁ ଯୁବତୀଙ୍କ ଅଭିଭାବକଙ୍କ ସହିତ ସେ ପୂର୍ବରୁ କରିଥିବା ବିବାହ ନେଇ ସୂଚିତ କରନ୍ତି । ଏହା ସେ‰ ଯଦି କୌଣସି ଅଭିଭାବକ ତାଙ୍କୁ ଜାମାତା କରିବାକୁ ଚାହାଁନ୍ତି ତେବେ ସେ ପୂର୍ଣ୍ଣ ସାମାଜିକ ପ୍ରଥା ପରମ୍ପରାରେ ଯୁବତୀଙ୍କୁ ବିବାହ କରନ୍ତି ।
ନିକଟରେ ତମ୍ବନ ଜଣେ ୨୭ ବର୍ଷ ବୟସ୍କା ଯୁବତୀ ଫନଙ୍କୁ ବିବାହ କରିଛନ୍ତି । ତମ୍ବନ ୧୭ ବର୍ଷ ବୟସରେ ପ୍ରଥମ ବିବାହ କରିଥିଲେ । ତାଙ୍କ ଠାରୁ ୨ ବର୍ଷ ସାନ ଏକ ଝିଅ ସହ ତାଙ୍କର ଅଭିଭାଭକ ବିବାହ କରାଇ ଦେଇଥିଲେ । ପ୍ରଥମ ପତ୍ନୀଙ୍କ ସହ ବିବାହରୁ ତାଙ୍କର ୩ଟି ସନ୍ତାନ ମଧ୍ୟ ଅଛନ୍ତି । ତେବେ ସେ କନ୍‌ଷ୍ଟ୍ରକ୍‌ସନ୍‌ ବ୍ୟବସାୟ ଆରମ୍ଭ କରିବା ପରେ ଅନେକ ଯୁବତୀଙ୍କ ସହ ତାଙ୍କର ମିଳାମିଶା ଆରମ୍ଭ ହୋଇଥିଲା । ଏଣୁ ଯେଉଁଠାରେ ସେ କନଷ୍ଟ୍ରକ୍ସନ କାମ ହାତକୁ ନିଅନ୍ତି ସେଠାରେ ଜଣେ ଯୁବତୀଙ୍କୁ ବିବାହ କରନ୍ତି ବୋଲି କହିଛନ୍ତି ।
ତେବେ ତାଙ୍କର ଏତେ ସଂଖ୍ୟକ ବିବାହ ଯୋଗୁ ପତ୍ନୀମାନଙ୍କର କୌଣସି ସମସ୍ୟା ନାହିଁ ବୋଲି କହିଛନ୍ତି । ତମ୍ବନଙ୍କ ୧୨୦ ଜଣ ପତ୍ନୀଙ୍କ ୨୮ଟି ସନ୍ତାନ ଅଛନ୍ତି । ପତ୍ନୀମାନଙ୍କୁ ତମ୍ବନ ନିଜର ଘର କରି ଦେଇଥିବା ବେଳେ ପରିବାରର ସବୁ ଆବଶ୍ୟକତା ମଧ୍ୟ ପୂରଣ କରନ୍ତି ବୋଲି କହିଛନ୍ତି । ଏଣୁ ବହୁ ବିବାହ କରିଥିଲେ ମଧ୍ୟ ତାଙ୍କ ବିରୋଧରେ କାହାର ଆପତ୍ତି କି ଅଭିଯୋଗ ନାହିଁ ବୋଲି କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆମେରିକା-ତୁର୍କୀ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ସ୍ଥିତି

ଆମେରିକା-ତୁର୍କୀ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ସ୍ଥିତି

Read More...

ହସ୍‌ପିଟାଲ୍‌ରେ ମେଗାଷ୍ଟାର ଅମିତାଭ ବଚ୍ଚନ

ହସ୍‌ପିଟାଲ୍‌ରେ ମେଗାଷ୍ଟାର ଅମିତାଭ ବଚ୍ଚନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page