ହସ୍‌ପିଟାଲ୍‌ରେ ମେଗାଷ୍ଟାର ଅମିତାଭ ବଚ୍ଚନ

October 18, 2019, ଦେଶ, , Anupambharat News Bureau


ହସ୍‌ପିଟାଲ୍‌ରେ ମେଗାଷ୍ଟାର ଅମିତାଭ ବଚ୍ଚନ
Anupambharat News Bureau
October 18, 2019

ମୁମ୍ବାଇ: ବଲିଉଡ୍‌ର ମେଗାଷ୍ଟାର ଅମିତାଭ ବଚ୍ଚନ ଗତ ତିନି ଦିନ ଧରି ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଲିଭର୍‌ରେ ସମସ୍ୟା ଥିବା ଜଣାପଡ଼ିଛି । ରିପୋର୍ଟ ଅନୁସାରେ ପେଟରେ ଅଧିକ ଯନ୍ତ୍ରଣା ହେବାରୁ ମଙ୍ଗଳବାର ରାତି ୨ଟାରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା ।
ସେବଠୁ ସେଠାରେ ତାଙ୍କ ଚିକିତ୍ସା ଚାଲିଛି । ହସ୍ପିଟାଲର ଏକ ସ୍ପେଶାଲ୍‌ ରୁମ୍‌ରେ ତାଙ୍କୁ ରଖାଯାଇଛି କେବଳ ପରିବାର ଲୋକେ ତାଙ୍କୁ ଦେଖା କରିବା ପାଇଁ ଯାଉଛନ୍ତି । କି;ୁ ଏପର୍ଯ୍ୟନ୍ତ ବଲିଉଡ୍‌ର କୌଣସି ସେଲେବ୍ରିଟି ତାଙ୍କୁ ଦେଖା କରିବାକୁ ଯାଇନାହାନ୍ତି । ଏହାର କାରଣ ବିଗ୍‌ ବିଙ୍କର ଅସୁସ୍ଥ ହେବା ସୂଚନା କାହାକୁ ଦିଆଯାଇନାହିଁ । ସୂଚନାଯୋଗ୍ୟ, ୧୯୮୨ ମସିହାରେ ଫିଲ୍ମ ‘କୁଲି’ର ଶୁଟିଂ କରୁଥିବା ସମୟରେ ଅମିତାଭଙ୍କୁ ଆଘାତ ଲାଗିଥିଲା ।
ସେହି ସମୟରେ ଭୁଲ୍‌ରେ ହେପାଟାଇଟିସ୍‌ ଭାଇରସ୍‌ ଥିବା ଜଣେ ବ୍ୟକ୍ତି ତାଙ୍କୁ ରକ୍ତ ଦେଇଥିଲେ ସେବେଠାରୁ ବିଗ୍‌ ବି ସିରୋସିସ୍‌ ରୋଗରେ ପୀଡ଼ିତ ଅଛନ୍ତି । ଏହି ରୋଗ ଯୋଗୁ ତାଙ୍କର ଲିଭର୍‌ ୭୫ ପ୍ରତିଶତ ଅଂଶ କାମ କରିବା ବନ୍ଦ କରି ଦେଇଛି ତାଙ୍କ ଲିଭର୍ର ମାତ୍ର ୨୫ ପ୍ରତିଶତ କାମ କରୁଛି ବୋଲି ବିଗ୍‌ ବି ଅନେକ ଥର କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୫୮ ବର୍ଷ ବୟସ୍କ ବିଲ୍‌ଡ଼ରଙ୍କ ୧୨୦ ପତ୍ନୀ, ମଜୁରିଆ ଯୁବତୀ ଓ ମହିଳାଙ୍କୁ ବିବାହ କରିଛନ୍ତି

୫୮ ବର୍ଷ ବୟସ୍କ ବିଲ୍‌ଡ଼ରଙ୍କ ୧୨୦ ପତ୍ନୀ, ମଜୁରିଆ ଯୁବତୀ ଓ ମହିଳାଙ୍କୁ ବିବାହ କରିଛନ୍ତି

Read More...

ଅଯୋଧ୍ୟା ବିବାଦ: ହିନ୍ଦୁଙ୍କୁ ବିବାଦୀୟ ଅଞ୍ଚଳ ଛାଡ଼ିବନି ମୁସଲିମ୍‌ ପକ୍ଷ

ଅଯୋଧ୍ୟା ବିବାଦ: ହିନ୍ଦୁଙ୍କୁ ବିବାଦୀୟ ଅଞ୍ଚଳ ଛାଡ଼ିବନି ମୁସଲିମ୍‌ ପକ୍ଷ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page