ସାହିତ୍ୟ ପାଇଁ ନୋବେଲ ବିଜେତାଙ୍କ ନାଁ ଘୋଷିତ

October 10, 2019, ବିଦେଶ, , Anupambharat News Bureau


ସାହିତ୍ୟ ପାଇଁ ନୋବେଲ ବିଜେତାଙ୍କ ନାଁ ଘୋଷିତ
Anupambharat News Bureau
October 10, 2019

ଷ୍ଟକହୋମ୍‌,୧୦ା୧୦: ସାହିତ୍ୟ କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ପାଇଁ ନୋବେଲ ବିଜେତାଙ୍କ ନାଁ ଘୋଷଣା କରାଯାଇଛି । ୨୦୧୮ ପାଇଁ ଏହି ପୁରସ୍କାର ପୋଲାଣ୍ଡ ଲେଖିକା ଓଲଗ ତୋର୍କକାଜୁଙ୍କୁ ମିଳିଥିବା ବେଳେ ୨୦୧୯ ପାଇଁ ଅଷ୍ଟ୍ରେଲିଆ ଲେଖକ ପିଟର ହ୍ୟାଣ୍ଡକେଙ୍କୁ ମିଳିଛି । ୭୦ବର୍ଷ ପରେ ଗତ ବର୍ଷ ଏହି ପୁରସ୍କାର ସ୍ଥଗିତ ରଖାଯାଇଥିଲା । ଯେହେତୁ ଏକାଡ଼େମୀ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିବା ସହ ‘ମିଠୁ’ ଅଭିଯାନ ଜୋର ଧରିଥିଲା । କସିଜି ଜାକୁବୋୟେର ଲେଖିକା ଓଲଗ ତୋର୍କକାଜୁଙ୍କୁ ( ଦା ବୁକ୍‌ ଅଫ୍‌ ଜାକୋବ ) ପାଇଁ ଏହି ପୁରସ୍କାର ମିଳିଥିବା ଜୁରୀ ପକ୍ଷରୁ କୁହାଯାଇଛି । ଏଥିରେ ଲେଖିକା ପ୍ରବଳ ମାନସିକ ଉତ୍ତେଜନା କିଭଳି ଜୀବନର ସମସ୍ତସୀମାକୁ ଅତିକ୍ରମ କରେ ତାର କଳ୍ପନା ଅବତାରଣା କରିଛନ୍ତି । ଓଲଗ ତୋର୍କକାଜୁ ହେଉଛନ୍ତି ୧୫ ତମ ମହିଳା ଯେକି ସାହିତ୍ୟରେ ନୋବେଲ ପୁରସ୍କାର ଲାଗି ଯୋଗ୍ୟ ହୋଇଛନ୍ତି । ୨୦୧୮ରେ ସେ ଇଣ୍ଟରନ୍ୟାସନାଲ ବୁକର୍‌ ପ୍ରାଇଜ୍‌ ହାସଲ କରିଥିଲେ । ପିଟର ହ୍ୟାଣ୍ଡକେ ଯେକି ଏକଦା ସାହିତ୍ୟ ନୋବେଲ ପୁରସ୍କାର ଉଚ୍ଛେଦ ପାଇଁ ଦାବି କରୁଥିଲେ ତାଙ୍କୁ ୨୦୧୯ ପାଇଁ ଏହି ସମ୍ମାନଜନକ ପୁରସ୍କାର ପାଇଁ ଯୋଗ୍ୟ ହୋଇଛନ୍ତି । ଭାଷାଗତ ଚାତୁର୍ଯ୍ୟ ପାଇଁ ପ୍ରଭାବପୂର୍ଣ୍ଣ କାର୍ଯ୍ୟ ସକାଶେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଥିବା ଜୁରୀ ପକ୍ଷରୁ କୁହାଯାଇଛି । ଆସନ୍ତା ଡିସେମ୍ବର ୧୦ରେ ଉଭୟଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ବିଶ୍ୱ ସାହିତ୍ୟ କ୍ଷେତ୍ରରେ ସବୁଠାରୁ ଶ୍ରେଷ୍ଠ ସମ୍ମାନ ଭାବେ ବିବେତନା ହେଉଥିବା ଏହି ପୁରସ୍କାର ୧୯୦୧ରୁ ୧୧୬ ଜଣଙ୍କୁ ପ୍ରଦାନ କରାଯାଇଛି । ସେଥି ମଧ୍ୟରୁ ମାତ୍ର ୧୬ ମହିଳା ରହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବସ୍‌-ବାଇକ୍‌ ମୁହାଁମୁହିଁ   ତିନି ମୃତ

ବସ୍‌-ବାଇକ୍‌ ମୁହାଁମୁହିଁ ତିନି ମୃତ

Read More...

ତୃତୀୟ ସପ୍ତାହରେ  ଓଡ଼ିଶା ଛାଡ଼ିବ ‘ମୌସୁମୀ’

ତୃତୀୟ ସପ୍ତାହରେ ଓଡ଼ିଶା ଛାଡ଼ିବ ‘ମୌସୁମୀ’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page