ତୃତୀୟ ସପ୍ତାହରେ ଓଡ଼ିଶା ଛାଡ଼ିବ ‘ମୌସୁମୀ’

October 10, 2019, ଓଡ଼ିଶା, , Anupambharat News Bureau


ତୃତୀୟ ସପ୍ତାହରେ  ଓଡ଼ିଶା ଛାଡ଼ିବ ‘ମୌସୁମୀ’
Anupambharat News Bureau
October 10, 2019

ଭୁବନେଶ୍ୱର, ୧୦ା୧୦ (ଅନୁପମ ମିଡିଆ) : ବିଳମ୍ବରେ ଭାରତ ଭୂଖଣ୍ଡକୁ ଛୁଇଁଥିବା ଦକ୍ଷିଣ ପଶ୍ଚିମ ବାୟୁ ଡେରିରେ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିଛି । ନିର୍ଦ୍ଧାରିତ ସମୟର ୧୫ ଦିନପରେ ଅର୍ଥାତ୍‌ ଆଜିଠାରୁ ଉତ୍ତର ପଶ୍ଚିମ ଭାରତରୁ ମୌସୁମୀ ଛାଡ଼ିବା ଆରମ୍ଭ କରିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି । କୁହାଯାଇଛି ଯେ ପ୍ରଥମ ଦିନରେ ପଞ୍ଜାବରେ କିଛି ଅଞ୍ଚଳ, ହରିୟାନା ଓ ଉତ୍ତର ରାଜସ୍ଥାନରୁ ମୌସୁମୀ ଫେରିଛି । ଏବେ ପାଗ ଅନୁକୂଳ ରହିଥିବାରୁ ଆସନ୍ତା ଦୁଇ ଦିନ ମଧ୍ୟରେ ଉତ୍ତର ପଶ୍ଚିମ ଭାରତର କେତେକ ରାଜ୍ୟରୁ ବି ମୌସୁମୀ ପ୍ରତ୍ୟାବର୍ତ୍ତନ କରିବ । ଏହାର ପରବର୍ତ୍ତୀ ଦୁଇ ତିନି ମଧ୍ୟରେ ସମ୍ପୂର୍ଣ୍ଣ ଉତ୍ତର ପଶ୍ଚିମ ଓ କେନ୍ଦ୍ରୀୟ ଭାରତର କେତେକ ରାଜ୍ୟରୁ ମୌସୁମୀ ଫେରିଯିବ । ତେବେ ପୂର୍ବ ଭାରତରୁ ମୌସୁମୀ ଫେରିବାକୂ ଅକେଫାବର ତୃତୀୟ ସପ୍ତାହ ହୋଇଯିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଉତ୍ତର-ପଶ୍ଚିମ ଭାରତରେ ସୃଷ୍ଟି ହୋଇଥିବା ଗୁରୁଚାପ କ୍ରମଶଃ ବିସ୍ତାରିତ ହେଉଛି ତେଣୁ ୧୩ ତାରିଖ ସୁଦ୍ଧା କେନ୍ଦ୍ରୀୟ ଭାରତରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ଘୂର୍ଣ୍ଣିବଳୟ ଯୋଗୁ ଏବେ ଓଡ଼ିଶାକୁ ଦକ୍ଷିଣ ଆଡୁ ବଙ୍ଗୋପସାଗରୀୟ ପବନ ପ୍ରବାହିତ ହେଉଛି । ସାଧାରଣତଃ ମୌସୁମୀ ପ୍ରତ୍ୟାବର୍ତ୍ତନ ସମୟରେ ବଙ୍ଗୋପସାଗର ଓ ସଂଲଗ୍ନ ସ୍ଥଳ ଭାଗରେ ଗୁରୁଚାପ ବଳୟ ସୃଷ୍ଟି
ହୁଏ ଏହାଦ୍ୱାରା ମେଘ ସୃଷ୍ଟି
ହୋଇ ନଥାଏ । ପାଗ ଶୁଖିଲା ଓ ଖରାଟିଆ ରୁହେ । ଏହାର କିଛି ଦିନ ଅର୍ଥାତ୍‌ ଟ୍ରାନ୍‌ଜିସନ୍‌ ପରିୟଡ୍‌ ପରେ ପ୍ରତ୍ୟାବର୍ତ୍ତନ ମୌସୁମୀ ଦ୍ୱାରା ଓଡ଼ିଶାର ଉପକୂଳ ଓ ଦକ୍ଷିଣ ଭାରତରେ ବର୍ଷା ରହିଥାଏ କିନ୍ତୁ ଏ ବର୍ଷ ଏହି ଟ୍ରାନ୍‌ଜିସନ ପିରିୟଡ୍‌ ସୃଷ୍ଟି ହେବ ନାହିଁ କି ନିକଟରେ ଗୁରୁଚାପ ସୃଷ୍ଟି ହେବାର ସମ୍ଭାବନା ନାହିଁ । ପୂର୍ବ ଓ ଦକ୍ଷିଣ ଭାରତରେ ବର୍ଷା ହେବ ଏଭଳି ସ୍ଥିତି ଜଣାପ୍‌ୁଛି ଯେ ୧୫ରୁ ୧୭ ତାରିଖ ମଧ୍ୟରେ ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବ ନାହିଁ । ଦ୍ୱିତୀୟତଃ ମୌସୁମୀ ପ୍ରତ୍ୟାବର୍ତ୍ତନ ସହିତ ରାତିର ତାପମାତ୍ରା କମିଥାଏ । କିନ୍ତୁ ରାଜ୍ୟକୁ ପୂର୍ବା ପବନ ଯୋଗୁଁ ତାପମାତ୍ରା ଏବେ କମିବ ନାହିଁ । ଯେତେବେଳେ ଉତ୍ତରା ପବନ ବା ଉତ୍ତର-ପଶ୍ଚିମ ଦିଗରୁ ପବନ ବୋହିବ ସେତେବେଳେ ତାପମାତ୍ରା କମିବା ଯାହାକି ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଦେଖାଯାଉନି ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୧୦ ତାରିଖ ସୁଦ୍ଧା କୋରାପୁଟ, ଗଜପତି, ରାୟଗଡ଼, ମୟୂରଭ, ଓ ବାଲେଶ୍ୱରରେ ମଧ୍ୟମଧରଣର ବର୍ଷା ହୋଇପାରେ । ଏହି ସମୟ ମଧ୍ୟରେ ଉତ୍ତର ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତ ସମ୍ଭାବନା ରହିଛି । ୧୧ ତାରିଖ ମଧ୍ୟାହ୍ନ ସୁଦ୍ଧା ମୟୂରଭଞ୍ଜ , କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ ମାଲକାନଗିରି ନବରଙ୍ଗପୁର କଳାହାଣ୍ଡି , ଗଜପତି , ରାୟଗଡ଼ା, କଟକ ଖୋର୍ଦ୍ଧା ନୟାଗଡ଼, ପୁରୀ, ଗଞ୍ଜାମ , ବାଲେଶ୍ୱର ଜଗତସିଂହପୁର ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତ ହେବ । ଜୁନ୍‌ ପହିଲାରୁ ଆଜି ସୁଦ୍ଧା ୯ଟି ଜିଲ୍ଳାରେ ସ୍ୱାଭାବିକ ଠାରୁ ଅଧିକ ଓ ୨୧ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । କୌଣସି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇ ନାହିଁ । ତେବେ ପ୍ରାୟ ୪୦ଟି ବ୍ଲକରେ ସ୍ୱାଭାବିକଠାରୁ ସାମାନ୍ୟ ନିଅଣ୍ଟିଆ ବର୍ଷା ହୋଇଥିବା ସ୍ୱତନ୍ତ୍ର ରିଲିଫ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସାହିତ୍ୟ ପାଇଁ ନୋବେଲ ବିଜେତାଙ୍କ ନାଁ ଘୋଷିତ

ସାହିତ୍ୟ ପାଇଁ ନୋବେଲ ବିଜେତାଙ୍କ ନାଁ ଘୋଷିତ

Read More...

ନିର୍ବାଚନ ପୂର୍ବରୁ ଶିବସେନା-ବିଜେପି ମେଣ୍ଟକୁ ଝଟ୍‌କା  n ୨୬ କର୍ପୋରେଟର ଓ ୩୦୦ କର୍ମୀଙ୍କ ଇସ୍ତଫା

ନିର୍ବାଚନ ପୂର୍ବରୁ ଶିବସେନା-ବିଜେପି ମେଣ୍ଟକୁ ଝଟ୍‌କା n ୨୬ କର୍ପୋରେଟର ଓ ୩୦୦ କର୍ମୀଙ୍କ ଇସ୍ତଫା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page