୩୦ ଫୁଟ ତଳକୁ ଖସିଲା ବସ୍‌ ,୨୯ ମୃତ

July 08, 2019, ଦେଶ, , Anupambharat News Bureau


୩୦ ଫୁଟ ତଳକୁ ଖସିଲା ବସ୍‌ ,୨୯ ମୃତ
Anupambharat News Bureau
July 08, 2019

ଆଗ୍ରା,୮ା୭ : ଉତ୍ତରପ୍ରଦେଶର ଏକ ପ୍ରମୁଖ ନଗରୀ ଆଗ୍ରା ନିକଟରେ ଆଜି ସକାଳେ ଏକ ବସ୍‌ ଦୁର୍ଘଟଣାରେ ଅତିକମ୍‌ରେ ୨୯ଜଣ ଯାତ୍ରୀ ପ୍ରାଣ ହରାଇଥିବାବେଳେ ଅନ୍ୟ ଯାତ୍ରୀମାନେ ଗୁରୁତର ଆହତ ହୋଇଥିବା ଦୁଃଖଦ ଘଟଣା ସମଗ୍ର ଦେଶରେ ଶୋକର ପରିବେଶ ସୃଷ୍ଟି କରିଛି ।
ଆଗ୍ରା ନିକଟସ୍ଥ ଜମୁନାଏକ୍ସପ୍ରେସ୍‌ େୱ ରାଜପଥରେ ଉତ୍ତରପ୍ରଦେଶ ସଡ଼କ ପରିବହନର ଏକ ବସ୍‌ ଲକ୍ଷ୍ନୌଠାରୁ ଦିଲ୍ଲୀ ଯାତ୍ରା କରୁଥିବାବେଳେ ହଠାତ୍‌ କୁବେର୍‌ପୁର ନିକଟସ୍ଥ ଏକ ପୋଲତଳ ଝରଣା ନାଳରେ ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ହିଁ ୨୯ଜଣ ପ୍ରାଣ ହରାଇଥିଲେ । ଔଧ୍‌ ବସ୍‌ ଡିପୋର ଜ୍ଞାନରଥ ଏକ୍ସପ୍ରେସ୍‌ େୱ ରୋଡ଼େୱଜ୍‌ ବସ୍‌ ନଂ.ୟୁପି ୩୩ ଏଟି ୫୮୭୭ ବସ୍‌ଟି ଲକ୍ଷ୍ନୌ ରାଜପଥରେ ଅତିକ୍ରମ ପରେ ଭୋର ସାଢ଼େ ୪ଟାରେ ଡ୍ରାଇଭର୍‌ ଜଣକ ଆଖି ପଡ଼ି ଯାଇଥିଲା । ଫଳରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ଏହା ୩୦ଫୁଟ ଗଭୀର ଖାତ ନାଳ ମଧ୍ୟକୁ ଖସି ପଡ଼ିଥିଲା । ଦୁର୍ଘଟଣା ପରେ ବସ୍‌ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଥିଲା । ନିକଟସ୍ଥ ବାଘେଲ୍‌ଥର ଗ୍ରାମର ଲୋକମାନେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଦୁର୍ଘଟଣାଗ୍ରସ୍ତ ବସ୍‌ ମଧ୍ୟରେ ଚାପି ହୋଇ ରହିଥିବା ୨୦ଜଣଙ୍କୁ ବହୁ ଉଦ୍ୟମ କରି ବାହାର କରିଥିଲେ । ଏହା ପରେ ପରେ ପୋଲିସ ଓ ଆମ୍ବୁଲାନ୍ସ ପହଞ୍ଚି ଆହତଙ୍କୁ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରିଥିଲେ । ଘଟଣାସ୍ଥଳରେ ବୁଲ୍‌ଡୋଜର୍‌ ଓ କ୍ରେନ୍‌ ପହଞ୍ଚିବା ପରେ ବସ୍‌ର ବିଭିନ୍ନ ଅଂଶକୁ କାଟିବା ପରେ ମୃତ ଓ ଆହତଙ୍କୁ ଉଦ୍ଧାର କରାଯାଇଥିଲା । ଜଣେ ମହିଳା ଓ ଜଣେ ଶିଶୁ ସମେତ ପ୍ରାୟ ୨୯ଜଣଙ୍କୁ ମୃତକ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପୋଲ ଉପରେ ଥିବା ବ୍ୟାରିୟର୍‌କୁ ଧMା ଲଗାଇ ବସ୍‌ଟି ନାଳକୁ ଖସି ଯାଇଥିବା ଦେଖିବାକୁ ମିଳିଥିଲା । ଉଦ୍ଧାର କାର୍ଯ୍ୟଜାରି ରହିଛି ବୋଲି ଆଗ୍ରା ଜିଲ୍ଲାପାଳ ଏନ୍‌ଜି ରବିକୁମାର ଗଣମାଧ୍ୟମକୁ ଜଣାଇଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ଘଟଣାବଳୀ ସମ୍ପର୍କରେ ସୂଚନା ସଂଗ୍ରହ କରିଛନ୍ତି । ମୃତ ଯାତ୍ରୀଙ୍କ ଉଦ୍ଦେଶ୍ୟରେ ସେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ସଙ୍କଟାପନ୍ନ ଅବସ୍ଥାରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ତୁରନ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ଓ ଏସ୍‌ଏସ୍‌ପିଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତିତ ପରିବହନ କମିଶନର, ଡିଭିଜନାଲ୍‌ କମିଶନର ଓ ଆଇଜିଙ୍କ ଦ୍ୱାରା ଘଟଣାର ତୁରନ୍ତ ତଦନ୍ତ କରି ୨୪ଘଣ୍ଟା ମଧ୍ୟରେ ଦୁର୍ଘଟଣାର କାରଣ ସମ୍ପର୍କିତ ରିପୋର୍ଟ ଦାଖଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି । ଇତି ମଧ୍ୟରେ ମୃତକଙ୍କୁ ପରିବାରଙ୍କୁ ଉଦ୍ଦେଶ୍ୟରେ ଅନୁକମ୍ପାମୂଳକ ସହାୟତା ରାଶି ସ୍ୱରୂପ ୫ଲକ୍ଷ ଟଙ୍କା ଲେଖାଏଁ ଯୋଗାଇ ଦିଆଯିବ ବୋଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । କଂଗ୍ରେସ ଦଳର ବରିଷ୍ଠ ନେତା ସଚିନ ପାଇଲଟ୍‌ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କର୍ଣ୍ଣାଟକରେ ରାଜନୈତିକ ସଙ୍କଟ, ମନ୍ତ୍ରୀଙ୍କ ସମୂହ ଇସ୍ତଫା

କର୍ଣ୍ଣାଟକରେ ରାଜନୈତିକ ସଙ୍କଟ, ମନ୍ତ୍ରୀଙ୍କ ସମୂହ ଇସ୍ତଫା

Read More...

ଶତ୍ରୁଙ୍କ ନିଦ ହଜାଇବ ‘ନାଗ’

ଶତ୍ରୁଙ୍କ ନିଦ ହଜାଇବ ‘ନାଗ’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page